ETV Bharat / state

ଆତଙ୍କବାଦୀଙ୍କ ଟାର୍ଗେଟରେ ଶ୍ରୀମନ୍ଦିର ! - ସମୁଦ୍ର ପଥ

ସମୁଦ୍ର ପଥ ଦେଇ ପୁରୀରେ ପ୍ରବେଶ କରିବେ ଆତଙ୍କବାଦୀ । ସୂଚନା ଦେଲା ଗୁଇନ୍ଦା ବିଭାଗ । ସୁରକ୍ଷା ବ୍ୟବସ୍ଥା କଡାକଡି ।

ପୁରୀ
author img

By

Published : Aug 1, 2019, 11:34 PM IST

ପୁରୀ: ଶ୍ରୀମନ୍ଦିରକୁ ଆତଙ୍କବାଦୀ ବିପଦ । ଗୁଇନ୍ଦା ବିଭାଗ ରିପୋର୍ଟ ପରେ ସୁରକ୍ଷା ବ୍ୟବସ୍ଥା କଡାକଡି । ସମୁଦ୍ର ପଥ ଦେଇ ପୁରୀରେ ପ୍ରବେଶ କରିବେ ଆତଙ୍କବାଦୀ । ନିକଟରେ ଆତଙ୍କବାଦୀ ସଂଗଠନ ପୁରୀରେ ନରସଂହାର ରଚିବାକୁ ଯୋଜନା ପ୍ରସ୍ତୁତ କରିଥିବାର ସୂଚନା ଦେଇଛି ଗୁଇନ୍ଦା ବିଭାଗ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଆତଙ୍କବାଦୀଙ୍କ ଟାର୍ଗେଟରେ ଶ୍ରୀମନ୍ଦିର ପ୍ରାୟ ରହିଆସିଛି । ଏନେଇ ଅନେକ ଥର ଗୁଇନ୍ଦା ବିଭାଗ ମଧ୍ୟ ସୂଚନା ଦେଇ ସଚେତନ କରିଛି । ହେଲେ ଏଥର ଆତଙ୍କବାଦୀ ସମୁଦ୍ର ପଥ ଦେଇ ପୁରୀରେ ପ୍ରବେଶ କରିବେ ବୋଲି କହିଛି ଗୁଇନ୍ଦା ବିଭାଗ । ଯାହାକୁ ନେଇ ପୁରୀ ପୋଲିସ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି । ତେବେ ରଥାଯାତ୍ରା ପୂର୍ବରୁ ହିଁ ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ଓ ଆତଙ୍କୀର ମୁକାବିଲା କରିବାକୁ ପୁରୀ ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି ଏସପି ଉମାଶଙ୍କର ଦାସ ।

ସମୁଦ୍ର ଉପକୂଳ ଅଞ୍ଚଳରେ ନାଭାଲ ଓ କୋଷ୍ଟଗାର୍ଡର ପାଟ୍ରୋଲିଂ କରାଯାଉଛି । ସମୁଦ୍ରରେ ଚଳାଚଳ କରୁଥିବା ଡଙ୍ଗାଗୁଡିକ ମଧ୍ୟରୁ ଅନେକ ପଞ୍ଜିକରଣ କରିନଥିବାବେଳେ ସେ ସବୁକୁ ଯାଞ୍ଚ କରାଯିବ। ସମୁଦ୍ରକୁଳ ଅଞ୍ଚଳରେ ବିଶେଷକରି ବିଳମ୍ବିତ ରାତିରେ ଅଜଣା ଲୋକଙ୍କ ଉପରେ ନଜର ରଖିବା ଲାଗି ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି। ସହରକୁ ସଂଯୋଗ କରିଥିବା ସମସ୍ତ ରାସ୍ତା ଓ ସହର ମଧ୍ୟରେ ଯାଞ୍ଚ କରାଯାଉଛି। ଶ୍ରୀମନ୍ଦିରରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଶ୍ରୀମନ୍ଦିର ବାହାରେ ଚବିଶ ଘଣ୍ଟିଆ ପୁଲିସ ପହରା ରହିଛି। ୱାଚଟାୱାର ମାଧ୍ୟମରେ ବଡଦାଣ୍ଡ ଓ ମନ୍ଦିର ଚାରିପଟ ଉପରେ କଡା ନଜର ରଖାଯାଇଛି। ସିସିଟିଭି ଜରିଆରେ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖାଯାଇଛି ବୋଲି ଏସପି କହିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଗୁଇନ୍ଦା ବିଭାଗ ରିପୋର୍ଟ ପରେ ପୁରୀ ରେ ସୁରକ୍ଷା ବ୍ୟବସ୍ଥା କଡାକଡିBody:ଗତ ୨୦୧୨ ରଥଯାତ୍ରାରେ ସିରିଜ ବୋମାମାଡ କରିବାକୁ ଆତଙ୍କବାଦୀ ସଂଗଠନ ବ୍ଲୁପ୍ରୀଣ୍ଟ ପ୍ରସ୍ତୁତ କରିଥିବା ଗୁଇନ୍ଦା ରିପୋର୍ଟରୁ ଜଣାପଡିଥିଲା। ଏହାପରେ ଶ୍ରୀମନ୍ଦିର ସହିତ ପୁରୀ ସହରର ସୁରକ୍ଷା ବ୍ୟବସ୍ଥା କଡାକଡି କରିଥିଲା ପୁଲିସ ବିଭାଗ। ବାରମ୍ବାର ଏଭଳି ଥ୍ରିଟେନ ରହୁଥିବାରୁ ଯେକୌଣସି ସମୟରେ ପୁରୀ ସହର ସହିତ ଶ୍ରୀମନ୍ଦିର ପ୍ରତି ଆତଙ୍କବାଦୀ ହାମଲା ଭଳି ବିପଦ ରହୁଛି। ନିକଟରେ ମଧ୍ୟ ଏକ ଆତଙ୍କବାଦୀ ସଂଗଠନ ପୁରୀରେ ନରସଂହାର ରଚିବାକୁ ଯୋଜନା ପ୍ରସ୍ତୁତ କରୁଥିବା ଗୁଇନ୍ଦା ସଂସ୍ଥା ରିପୋର୍ଟ ପ୍ରଦାନ କରିଛି। ବିଶେଷକରି ସମୁଦ୍ର ପଥ ଦେଇ ପ୍ରବେଶ କରିବ ବୋଲି ଗୁଇନ୍ଦା ରିପୋର୍ଟରୁ ଜଣାପଡିଛି। ତେବେ ଏହା କୁ ମୁକାବିଲା କରିବାକୁ ପୁରୀ ପୋଲିସ ପ୍ରସ୍ତୁତ । ଏଥିପାଇଁ ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ପୁରୀ ଏସପି ଉମାଶଙ୍କର ଦାସ। ତେବେ ଗୁଇନ୍ଦା ବିଭାଗ ପକ୍ଷରୁ ଏହି ଭଳି ପୋଲିସ କୁ ସତର୍କତା କରାଯାଇ ଥାଏ। ଏହା ଏକ ରୁଟିନ ପ୍ରୋସେସ।ତଥାପି ପୁରୀ ସହର ଉପରେ ଦୁଇମାସ ତଳୁ ସୁରକ୍ଷା ବ୍ଯବସ୍ଥାକୁ କଡାକଡି କରାଯାଇଛି। ସମୁଦ୍ର ଉପକୂଳ ଅଞ୍ଚଳରେ ନେଭାଲ ଓ କୋଷ୍ଟଗାର୍ଡର ପେଟ୍ରୋଲିଂ ରହିଛି। ସମୁଦ୍ରରେ ଚଳାଚଳ କରୁଥିବା ଡଙ୍ଗାଗୁଡିକ ମଧ୍ୟରୁ ଅନେକ ପଞ୍ଜିକରଣ କରିନାହାନ୍ତି। ସେ ସବୁକୁ ଯାଞ୍ଚ କରାଯିବ। ସମୁଦ୍ରକୁଳ ଅଞ୍ଚଳରେ ବିଶେଷକରି ବିଳମ୍ବିତ ରାତିରେ ଅଜଣା ଲୋକଙ୍କ ଉପରେ ନଜର ରଖିବା ଲାଗି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ସହରକୁ ସଂଯୋଗ କରିଥିବା ସମସ୍ତ ରାସ୍ତା ଓ ସହର ମଧ୍ୟରେ ନାକା ବସାଯାଇ ଯାଞ୍ଚ କରାଯାଉଛି। ଶ୍ରୀମନ୍ଦିରରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଶ୍ରୀମନ୍ଦିର ବାହାରେ ଚବିଶ ଘଣ୍ଟିଆ ପୁଲିସ ପହରା ରହିଛି। ୱଚଟାୱର ମାଧ୍ୟମରେ ବଡଦାଣ୍ଡ ଓ ମନ୍ଦିର ଚାରିପଟ ଉପରେ କଡା ନଜର ରଖାଯାଇଛି। ସିସିଟିଭି ଜରିଆରେ ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ରଖାଯାଇଛି ବୋଲି ଏସପି କହିଛନ୍ତି।,,,
ବାଇଟ୍- ଉମାଶଙ୍କର ଦାସ, ଏସପି, ପୁରୀ,,Conclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.