ETV Bharat / state

ଭୟଙ୍କର ହେଲାଣି ବଡଦାଣ୍ଡ ଟ୍ରାଫିକ ସମସ୍ୟା, ହନ୍ତସନ୍ତ ଭକ୍ତ ଓ ପୁରୀବାସୀ

author img

By

Published : Feb 18, 2021, 9:23 PM IST

ଉଠାଦୋକାନୀ, ଅଟୋ, ରିକ୍ସା ଓ ଭିଭିଆଇପିଙ୍କ ଗାଡ଼ି କବଜାରେ ବଡ଼ଦାଣ୍ତ । ଭକ୍ତଙ୍କ ଚାଲିବା ପାଇଁ ଜାଗା ନାହିଁ । ଅଧିକ ପଢନ୍ତୁ ...

ଭୟଙ୍କର ହେଲାଣି ବଡଦାଣ୍ଡ ଟ୍ରାଫିକ ସମସ୍ୟା, ହନ୍ତସନ୍ତ ଭକ୍ତ ଓ ପୁରୀବାସୀ
ଭୟଙ୍କର ହେଲାଣି ବଡଦାଣ୍ଡ ଟ୍ରାଫିକ ସମସ୍ୟା, ହନ୍ତସନ୍ତ ଭକ୍ତ ଓ ପୁରୀବାସୀ

ପୁରୀ : ଉଠାଦୋକାନୀ, ଅଟୋ, ରିକ୍ସା ଓ ଭିଭିଆଇପିଙ୍କ ଗାଡ଼ି କବଜାରେ ବଡ଼ଦାଣ୍ତ । ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଆସୁଥିବା ଭକ୍ତଟିଏ କିଭଳି ଯାତାୟତ କରିବ ସେନେଇ ଏବେ ମୁଖ୍ୟ ସମସ୍ୟା ଉପୁଜିଛି ବଡ ଦାଣ୍ଡରେ । ପରିସ୍ଥିତି ଏଭଳି ହେଲାଣି ଯେ ଭକ୍ତଟିଏ ଚାଲିକି ଯାଉଥିବାବେଳେ କେତେବେଳେ ବାଇକ ଆଉ ଅଟୋ ଆସି ପଛପଟୁଆ ଧକ୍କା ଦେଲାଣିତ କେତେବେଳେ ପେଲାଠେଲାରେ ତଳେ ପଡ଼ି ଆହତ ହେଉଛନ୍ତି ଭକ୍ତ । ତେବେ ଟ୍ରାଫିକ ସମସ୍ୟାର ମୁଖ୍ୟ କାରଣ ହେଲା ବଡ଼ଦାଣ୍ତରେ ଥିବା କୌଣସି ବ୍ୟବସାୟିକ ଅନୁଷ୍ଠାନର ପାର୍କିଂ ବ୍ୟବସ୍ଥା ନାହିଁ। କେବଳ ସେତିକି ନୁହେଁ ଶ୍ରୀମନ୍ଦିର ଚତୁପାର୍ଶ୍ବ ନୋପାର୍କିଂ ଜୋନ ଥିବାବେଳେ ଏହି ନିୟମକୁ ଉଲ୍ଲଘଂନ କରାଯାଇ ଭିଭିଆଇପିଙ୍କ ଗାଡ଼ିକୁ ରାସ୍ତା ଉପରେ ପାର୍କିଂ କରାଯାଉଛି ।

ଫଳରେ ରାସ୍ତା ସଙ୍କୁଚିତ ହେବା ଫଳରେ ଶ୍ରୀମନ୍ଦିରକୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତଟିଏ ସୁଖଦ ଅନୁଭୂତି ନେଇକି ଯିବା ପରିବର୍ତ୍ତେ ତିକ୍ତ ଅନୁଭବ ନେଇ ଫେରୁଛନ୍ତି । ସେପଟେ ଏହି ଉତ୍କଟ ଟ୍ରାଫିକ ସମସ୍ୟାନେଇ ଜିଲ୍ଲା ଓ ପୋଲିସ ପ୍ରଶାସନ ସଚେତନ ଥିବାବେଳେ ଏହାର ସମାଧାନ ପାଇଁ କିଛି ସମୟର ଆବଶ୍ୟକତା ଥିବା କହିଛନ୍ତି ।

ପୁରୀ ଜେଲରୋଡ଼, ପୌରପାଳିକା ମାର୍କେଟ କମ୍ପ୍ଲେକ୍ସ, ଜଗନ୍ନାଥ ବଲ୍ଲଭରେ ମଲ୍ଟି ଷ୍ଟୋର୍ଡ଼ ପାର୍କିଂ କମ୍ପ୍ଲେକ୍ସର ନିର୍ମାଣ ଦ୍ରୁତ ଗତିରେ ଚାଲିଥିବା ଏସପି କନଓ୍ବାର ବିଶାଳ ସିଂ କହିଛନ୍ତି । ଏହି ମଲ୍ଟି ଷ୍ଟୋର୍ଡ଼ ପାର୍କିଂର ନିର୍ମାଣ ସରିବାସହ ହେରିଟେଜ ସିଟି ପ୍ରକଳ୍ପ ସମ୍ପୁର୍ଣ୍ଣ ହେବା ନେଇ କହିଛି ପ୍ରଶାସନ । ଏହା ପରେ ପାର୍କିଂ ଏବଂ ଟ୍ରାଫିକ ସମସ୍ୟାର ସମାଧାନ ହେବ ବୋଲି ଉପଜିଲ୍ଲାପାଳ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.