ETV Bharat / state

ରଥଯାତ୍ରା ସିଧା ପ୍ରସାରଣ ବିବାଦ, ମଙ୍ଗଳବାର ସ୍ପଷ୍ଟ ହେବ କାହାକୁ ମିଳିବ ଅଧିକାର - tomorrow

ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଟେଣ୍ଡର ପ୍ରକ୍ରିୟା (ବିଡିଂ ପେପର ଦାଖଲ) ଶେଷ ହୋଇଛି । ମୋଟ 7ଟି ଘରୋଇ ଟେଲିଭିଜନ କମ୍ପାନୀ ବିଡିଂରେ ଅଂଶଗ୍ରହଣ କରିଥିଲେ । ତେବେ ମଙ୍ଗଳବାର ଶ୍ରୀମନ୍ଦିର ମୂଖ୍ୟ ପ୍ରଶାସକ ଚୂଡାନ୍ତ ନିଷ୍ପତ୍ତି ନେବେ ବୋଲି ଜଣାପଡିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Jun 10, 2019, 7:45 PM IST

ପୁରୀ: ସ୍ନାନ ପୂର୍ଣ୍ଣିମା ଠାରୁ ନୀଳାଦ୍ରି ବିଜେ ଯାଏଁ ସିଧା ପ୍ରସାରଣକୁ ନେଇ ଆଜି ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅପରାହ୍ନ 4 ଟା 30ରେ ଏହି ଟେଣ୍ଡର ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା । ଏଥିରେ ମୋଟ 7 ଟି ଘରୋଇ ଟେଲିଭିଜନ କମ୍ପାନୀ ଟେଣ୍ଡର ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିଲେ । ତେବେ ମଙ୍ଗଳବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଚୂଡାନ୍ତ ନିଷ୍ପତ୍ତି ନେବେ ବୋଲି ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ତେବେ ସୂଚନାନୁଯାୟୀ ଓଡିଶା ଟେଲିଭିଜନ ଲିମିଟେଡ଼ ତଥା ଓଟିଭିର ସର୍ବୋଚ୍ଚ ବିଡ଼୍‌ ରହିଛି । 54 ଲକ୍ଷ ଟଙ୍କାର ବିଡ଼୍‌ ଦାଖଲ କରିଛି ଓଟିଭି । ସେହିପରି 36 ଲକ୍ଷ ଟଙ୍କା ବିଡ଼୍‌ ଦାଖଲ କରି ଦ୍ୱିତୀୟରେ ରହିଛି ଏମବିସି । ଏଥିରେ ଅଂଶଗ୍ରହଣ କରିଥିବା ଅନ୍ୟ ଟିଭି ଚ୍ୟାନେଲ

ନ୍ୟୁଜ 18 ପକ୍ଷରୁ 15 ଲକ୍ଷ , କଳିଙ୍ଗ ଟିଭି 10 ଲକ୍ଷ, ପ୍ରାର୍ଥନା ଟିଭି 10 ଲକ୍ଷ, ସାଧନା ଟିଭି 4 ଲକ୍ଷ 44 ହଜାର 4 ଶହ 44 ଟଙ୍କା , କନକ ଟିଭି 1 ଲକ୍ଷ 25 ହଜାର ଟଙ୍କାର ବିଡ଼ ଦାଖଲ କରିଛନ୍ତି । ଏହି ଟେଣ୍ଡର ପ୍ରକ୍ରିୟାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ପ୍ରଶାସକ ବିଶ୍ଵଜିତ ବିଶ୍ୱାଳଙ୍କ ସମେତ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:Body:

dfsf

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.