ETV Bharat / state

ଚାକିରୀରୁ ଛଟେଇ ପ୍ରତିବାଦରେ କମ୍ପ୍ୟୁଟର ଶିକ୍ଷକଙ୍କ ଧାରଣା - ପୁରୀ କମ୍ୟୁଟର ଶିକ୍ଷକ ପ୍ରତିବାତ

କମ୍ପ୍ୟୁଟର ଶିକ୍ଷକମାନଙ୍କୁ ରାଜ୍ୟ ସରକାରଙ୍କ ଦ୍ବାରା ଛଟେଇ ପ୍ରତିବାଦରେ ବିକ୍ଷୋଭ । ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ବିକ୍ଷୋଭକାରୀ । ଅଧିକ ପଢନ୍ତୁ...

ଚାକିରୀରୁ ଛଟେଇ ପ୍ରତିବାଦରେ କମ୍ପ୍ୟୁଟର ଶିକ୍ଷକଙ୍କ ଧାରଣା

author img

By

Published : Feb 25, 2021, 9:21 PM IST

ପୁରୀ: ତେଜୁଛି କମ୍ପ୍ୟୁଟର ଶିକ୍ଷକ ଛଟେଇ ପ୍ରତିବାଦ । ଏହି ପରିପ୍ରେକ୍ଷୀରେ ଗୁରୁବାର ଛଟେଇ ଶିକ୍ଷକଙ୍କ ପକ୍ଷରୁ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରାଯାଇଛି । ରାଜ୍ୟରେ ଲକ୍ଷ ଲକ୍ଷ ହାଇସ୍କୁଲ ଛାତ୍ରଛାତ୍ରୀ କମ୍ପ୍ୟୁଟର ଶିକ୍ଷାରୁ ବଞ୍ଚିତ ହେଉଛନ୍ତି । ଏଥିସହ 4 ହଜାର ଉଚ୍ଚ ଶିକ୍ଷିତ ଯୁବକ, ଯୁବତୀ ନିଯୁକ୍ତିରୁ ବଞ୍ଚିତ ହୋଇ ବେକାର ପାଲଟିଛନ୍ତି ବୋଲି ବିକ୍ଷୋଭକାରୀ ଅଭିଯୋଗ କରିଛନ୍ତି ।

ଚାକିରୀରୁ ଛଟେଇ ପ୍ରତିବାଦରେ କମ୍ପ୍ୟୁଟର ଶିକ୍ଷକଙ୍କ ଧାରଣା

ଆହୁରି ମଧ୍ୟ, 800 କୋଟି ଟଙ୍କା ବ୍ୟୟରେ ନିର୍ମିତ ଆଇସିଟି ଲ୍ୟାବ ଗୁଡିକ ମଧ୍ୟ ଅଚଳ ହେବାରେ ଲାଗିଛି । ଶିକ୍ଷା ବ୍ୟବସ୍ଥା ଅନୁଯାୟୀ ଓଡିଶାର ସମସ୍ତ ବିଦ୍ୟାଳୟ ଗୁଡିକରେ କମ୍ପ୍ୟୁଟରର ଆବଶ୍ୟକତା ରହିଛି । 4 ହଜାର ସ୍କୁଲ କୋଅର୍ଡିନେଟରଙ୍କୁ ତୁରନ୍ତ ପୁନଃନିଯୁକ୍ତି, ସମସ୍ତଙ୍କୁ କୌଣସି ଘରୋଇ ସଂସ୍ଥା ହାତକୁ ଟେକି ନଦେଇ ସରକାରୀ ସ୍ତରରେ ନିଯୁକ୍ତି ଦେବା ଆଦି ୫ ଦଫା ଦାବିରେ ପୁନର୍ବାର ଆଇସିଟି ବିଦ୍ୟାଳୟ ସଂଯୋଜକ ସଙ୍ଘ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଧାରଣା ଦେବା ସହ ଦାବିପତ୍ର ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.