ETV Bharat / state

ପବିତ୍ର ଶାମ୍ବଦଶମୀ ପାଇଁ ଅର୍କକ୍ଷେତ୍ରରେ ଗଡିଲା ସୂର୍ଯ୍ୟ ରଥ - ପ୍ରଭୁ ସୂର୍ଯ୍ୟ ଦେବତାଙ୍କ ରଥ

କୋଣାର୍କରେ ଗଡିଲା ପ୍ରଭୁ ସୂର୍ଯ୍ୟ ଦେବତାଙ୍କ ରଥ । ଏନେଇ ଚନ୍ଦ୍ରଭାଗା ଓ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଅଧିକ ପଢନ୍ତୁ

samba dashami
samba dashami
author img

By

Published : Jan 1, 2023, 10:13 PM IST

ପୁରୀ: ପବିତ୍ର ଶାମ୍ବଦଶମୀରେ ଅର୍କକ୍ଷେତ୍ର କୋଣାର୍କରେ ଗଡିଲା ପ୍ରଭୁ ସୂର୍ଯ୍ୟ ଦେବତାଙ୍କ ରଥ । କୋଣାର୍କ ସୂର୍ଯ୍ୟମନ୍ଦିର ସହ ଚନ୍ଦ୍ରଭାଗା ବେଳାମାର୍ଗରେ ସୂର୍ଯ୍ୟ ଉପାସକମାନେ ପ୍ରାତଃରୁ ଚନ୍ଦ୍ରଭାଗାରେ ପ୍ରଭୁ ସୂର୍ଯ୍ୟ ନାରାୟଣଙ୍କୁ ଦୀପଦାନ ଦେବା ସହ ପୂଜାର୍ଚ୍ଚନା କରିଥିଲେ । ଭକ୍ତ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ସ୍ଥାନୀୟ ପ୍ରଶାସନ ଓ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

ଚନ୍ଦ୍ରଭାଗା ଓ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ପବିତ୍ର ଶାମ୍ବଦଶମୀରେ କୋଣାର୍କ ଅବଧୂତ ମଠରୁ ସୂର୍ଯ୍ୟରଥ ବାହାରି ଚନ୍ଦ୍ରଭାଗାରେ ପହଞ୍ଚିଥିଲା । ଏଥିରେ ବିଦେଶୀ ପର୍ଯ୍ୟଟକ ମଧ୍ୟ ରଥ ଟାଣୁଥିବା ଦେଖିବାକୁ ମିଳିଛି । ଏହି ଅବସରରେ କୋଣାର୍କ ସୁରକ୍ଷା ସମିତି ପକ୍ଷରୁ ବିଶ୍ୱ କଲ୍ୟାଣ ପାଇଁ ସୌର ମହାଯଜ୍ଞ କରାଯାଇଛି ।

ସେପଟେ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ସୂର୍ଯ୍ୟଭକ୍ତ, ଶ୍ରଦ୍ଧାଳୁ, ସାଧୁସନ୍ଥ ପହଞ୍ଚି ରଥ ଟାଣିଥିଲେ । ପୌରାଣିକ କଥା ବସ୍ତୁ ଅନୁସାରେ କୁଷ୍ଠ ରୋଗରୁ ମୁକ୍ତ ହେବା ପାଇଁ ଶାମ୍ବ ନାରଦ ମୁନିଙ୍କ ଶରଣାପନ୍ନ ହୋଇଥିଲା । ତୁମେ ସୂର୍ଯ୍ୟନାରାୟଣଙ୍କୁ ପୂଜା କଲେ କୁଷ୍ଠ ରୋଗରୁ ମୁକ୍ତ ହେବ ବୋଲି ଶାମ୍ବଙ୍କୁ ନାରଦ ମୁନୀ ପରାମର୍ଶ ଦେଇଥିଲେ ।

ପରେ ଶାମ୍ବ ଅର୍କକ୍ଷେତ୍ର ଚନ୍ଦ୍ରଭାଗାରେ ସୂର୍ଯ୍ୟଙ୍କୁ ପୂଜା କରି କୁଷ୍ଠ ରୋଗରୁ ମୁକ୍ତ ହୋଇଥିଲେ । ଏହି ପରମ୍ପରାକୁ ମନେ ପକାଇବା ପାଇଁ ପ୍ରତି ବର୍ଷ ଶାମ୍ବଦଶମୀ ତିଥିରେ କୋଣାର୍କ ଅବଧୂତ ମଠଠାରୁ ଏକ ସୂର୍ଯ୍ୟ ରଥ ବାହାରି ଚନ୍ଦ୍ରଭାଗା ନିକଟକୁ ନିଆଯାଇଥାଏ । ସେଠାରେ 27 ଦିନ ରଖାଯାଇ ଗ୍ରହ ନକ୍ଷତ୍ର ପୂଜା ଅର୍ଚ୍ଚନା କରାଯିବା ପରେ ମାଘ ସପ୍ତମୀ ତିଥିରେ ସୂର୍ଯ୍ୟ ମହାପ୍ରଭୁଙ୍କୁ ଅଣାଯାଇଥାଏ । ଏନେଇ ସୂର୍ଯ୍ୟ ରଥକୁ ଟାଣି ନେଇଥାନ୍ତି ହଜାରହଜାର ଭକ୍ତ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.