ETV Bharat / state

Sri Mandir Heritage Row: ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ବିଜୟ, ଜାରି ରହିବ ପ୍ରକଳ୍ପ କାର୍ଯ୍ୟ

author img

By

Published : Jun 3, 2022, 11:27 AM IST

Updated : Jun 3, 2022, 12:05 PM IST

ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ପ୍ରକଳ୍ପ ମାମଲା । ଆସିଲା କୋର୍ଟଙ୍କ ସୁପ୍ରିମ ରାୟ । ପ୍ରକଳ୍ପ କାର୍ଯ୍ୟକୁ ସୁପ୍ରିମକୋର୍ଟଙ୍କ ଗ୍ରୀନ ସିଗନାଲ । ଅଧିକ ପଢନ୍ତୁ

Shri Mandir Heritage Row: ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ବିଜୟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ପ୍ରକଳ୍ପ ମାମଲା(Sri Mandir Heritage Row) । ଆସିଲା କୋର୍ଟଙ୍କ ବଡ ରାୟ । ପ୍ରକଳ୍ପ କାର୍ଯ୍ୟକୁ ସୁପ୍ରିମକୋର୍ଟ ଗ୍ରୀନ ସିଗନାଲ ଦେଇଛନ୍ତି । ପ୍ରକଳ୍ପ ଉପରେ ରହିତାଦେଶ ଜାରି କରିବାକୁ ମନା କଲେ କୋର୍ଟ । ଏହି କାର୍ଯ୍ୟ ଜାରି ରହିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ(SC Verdicts on Sri Mandir Heritage Project) କହିଛନ୍ତି । ଏହାସହିତ ୨ ଆବେଦନକାରୀଙ୍କ ଉପରେ ୧ ଲକ୍ଷ ଲେଖାଏଁ ଜୋରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟ ସରକାରଙ୍କ ଯୁକ୍ତିରେ ସନ୍ତୁଷ୍ଟ ହୋଇଛନ୍ତି ସୁପ୍ରିମକୋର୍ଟ । ଫଳରେ କୋର୍ଟରେ ସରକାରଙ୍କ ବିଜୟ ହୋଇଛି । ଉନ୍ନୟନମୂଳକ କାର୍ଯ୍ୟକୁ ଉଦ୍ଦେଶ୍ୟମୂଳକ ଭାବେ ରୋକାଯାଇଥିବା କୋର୍ଟ କହିଛନ୍ତି । ନିଜସ୍ବ ପ୍ରଚାର ଉଦ୍ଦେଶ୍ୟରେ ଆବେଦନକାରୀ ଏହି ମାମଲା ଦାଏର କରିଥିଲେ । ଏହା କୋର୍ଟଙ୍କ ବହୁ ମୂଲ୍ୟ ସମୟକୁ ଅଯଥା ନଷ୍ଟ କରାଯାଇଛି । ଜନତାଙ୍କ ସ୍ବାସ୍ଥ୍ୟ ଦୃଷ୍ଟିରୁ ଏହି କାର୍ଯ୍ୟ ଜାରି ରହିବା ଉଚିତ ବୋଲି କୋର୍ଟଙ୍କ କହିଛନ୍ତି । ଫଳରେ ରାଜ୍ୟ ସରକାରଙ୍କ ସପକ୍ଷରେ ରାୟ ଯାଇଥିବା ବେଳେ ବିରୋଧୀଙ୍କୁ ଲାଗିଛି ଶକ୍ତ ଝଟକା ।

ରାଜ୍ୟ ସରକାରଙ୍କ ପକ୍ଷରୁ ଏଜି ଅଶୋକ ପରିଜା ଯୁକ୍ତି ରଖିଥିଲେ । ଭକ୍ତଙ୍କ ସୁବିଧା ପାଇଁ ଶୌଚାଳୟ, ପ୍ରତୀକ୍ଷା କେନ୍ଦ୍ର କାମ କରାଯାଉଥିବା ନେଇ ସେ ଯୁକ୍ତି ଦର୍ଶାଇଥିଲେ । ଗତ ଗୁରୁବାର କୋର୍ଟ ଏହାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ଆବେଦନକାରୀ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏନେଇ ଆବେଦନ କରିଥିଲେ । ରାଜ୍ୟ ସରକାର ଆମସାର ଆଇନକୁ ଉଲ୍ଲଘଂନ କରି ବେଆଇନ ଭାବେ ନିର୍ମାଣ କାର୍ଯ୍ୟ ଚଳାଉଛନ୍ତି ବୋଲି ଆବେଦନକାରୀ କୋର୍ଟରେ ଅଭିଯୋଗ କରିଥିଲେ । ଏହି ଆବେଦନ ପତ୍ର ତୁରନ୍ତ ନିର୍ମାଣ କାର୍ଯ୍ୟ ରୋକିବାକୁ କୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ଲାଗି ନିବେଦନ ହୋଇଥିଲା ।

Last Updated : Jun 3, 2022, 12:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.