ETV Bharat / state

ରାଜରାଜେଶ୍ବର ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି

author img

By

Published : Jul 13, 2019, 6:39 PM IST

Updated : Jul 13, 2019, 8:17 PM IST

ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ । କୋଟି କୋଟି ଭକ୍ତ କାହିଁ କେତେ ବେଳୁ ମହାପ୍ରଭୁଙ୍କ ରାଜରାଜେଶ୍ବର ବେଶ ଦେଖିବା ପାଇଁ ଚାତକ ଭଳି ଅନାଇ ରହିଥିଲେ । ଏପଟେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ଭକ୍ତଙ୍କ ପ୍ରତୀକ୍ଷାର ଘଟିଲା ଅନ୍ତ । ମହଣ ମହଣ ସ୍ବର୍ଣ୍ଣ ଆଭୁଷଣରେ ବିଭୂଷିତ ହୋଇ ଚତୁର୍ଦ୍ଧାମୂର୍ତ୍ତି ଦର୍ଶନ ଦେଉଛନ୍ତି । କୋଟି କୋଟି ଓଡିଆ ପ୍ରାଣ କାହିଁ କେତେ ବେଳୁ କାଳିଆର ରାଜରାଜେଶ୍ବର ବେଶ ଦେଖିବା ପାଇଁ ଅପଲକ ନୟନରେ ଅନାଇ ରହିଥିଲେ । ମହାପ୍ରଭୁଙ୍କ ଏହି ଅଲୌକିକ ଅପୂର୍ବ ବେଶ ଦେଖି ଧନ୍ୟ ହେଉଛନ୍ତି କୋଟି କୋଟି ଭକ୍ତ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କୁ 2 ଶହ କେଜି ସ୍ବର୍ଣ୍ଣ ଅଳଙ୍କାରରେ ସଜ୍ଜିତ କରାଯାଇଛି । ରାତି 11ଟା ପର୍ଯ୍ୟନ୍ତ ସୁନାବେଶରେ ଦର୍ଶନ ଦେବେ ଶ୍ରୀଜୀଉ । କିନ୍ତୁ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ସମୟ ସୀମା ବଢାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

suna besa
ସୁନାବେଶରେ ବଳଭଦ୍ର

ଏପଟେ ସୁନାବେଶ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ବଡଦାଣ୍ଡ । ଭକ୍ତଙ୍କ ଭିଡରେ ଜନସମୁଦ୍ର ପାଲଟିଛି ବଡଦାଣ୍ଡ । ତେବେ କାଳିଆକୁ ରାଜରାଜେଶ୍ବର ବେଶରେ ଦର୍ଶନ କଲେ କୋଟି କୋଟି ଜନ୍ମର ପୂଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି । ତେଣୁ କାଳିଆ ଡୋରିରେ ବାନ୍ଧି ହୋଇ ଭକ୍ତ କାହିଁ କେତେ ଦୂରରୁ ଧାଇଁ ଆସିଛନ୍ତି ଶ୍ରୀକ୍ଷେତ୍ରକୁ।

suna besa
ସୁନାବେଶରେ କାଳିଆ ଠାକୁର

ଏପଟେ ଶ୍ରଦ୍ଧାଳୁ କିପରି ଶାନ୍ତି ଶୃଙ୍ଖଳାରେ ଦର୍ଶନ କରିବେ ସେଥିପାଇଁ ପୋଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।

suna besa
ସୁନା ବେଶରେ ଦେବୀ ସୁଭଦ୍ରା

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
Last Updated : Jul 13, 2019, 8:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.