ETV Bharat / state

ସୁନାବେଶ: ଭକ୍ତି ବର୍ଷାରେ ଭିଜୁଛନ୍ତି ଭକ୍ତବୃନ୍ଦ

ପୁରୀରେ ଆରମ୍ଭରେ ହୋଇଯାଇଛି ବର୍ଷା । ବର୍ଷାରେ ଭିଜୁଛନ୍ତି ଭକ୍ତ । ବର୍ଷା ସତ୍ତ୍ବେ ଲୋକାରଣ୍ୟ ହୋଇଉଠିଛି ବଡଦାଣ୍ଡ ।

author img

By

Published : Jul 13, 2019, 4:49 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ଆଜି ମହାପ୍ରଭୁଙ୍କ ପବିତ୍ର ସୁନାବେଶ । ଆଉ କିଛି ସମୟ ପରେ ମହଣ ମହଣ ସୁନାରେ ସଜ୍ଜିତ ହୋଇ ଦର୍ଶନ ଦେବେ କାଳିଆ ସାଆନ୍ତ । ମହାପ୍ରଭୁଙ୍କ ରାଜ ରାଜେଶ୍ବର ବେଶ ଦେଖିବାକୁ କୋଟି କୋଟି ଭକ୍ତ ଚାତକ ଭଳି ଅନେଇ ବସିଛନ୍ତି । ଆଉ ଏହି ପବିତ୍ର ସମୟରେ ପୁରୀରେ ଆରମ୍ଭ ହୋଇଯାଇଛି ବର୍ଷା । ଝିପି ଝିପି ବର୍ଷାରେ ଭିଜୁଛି ବଡଦାଣ୍ଡ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଭକ୍ତ-ଭଗବାନର ଅପୂର୍ବ ମିଳନ ସହ ଭକ୍ତି ଭାବର ବର୍ଷାରେ ଭିଜୁଛନ୍ତି ଭକ୍ତ । ବଡତଢାଉ ବେଶରେ ଦର୍ଶନ ଦେବେ ମହାବାହୁ । ଝିପି ଝିପି ବର୍ଷା ସତ୍ତ୍ବେ ବଡଦାଣ୍ଡ ଲୋକାରଣ୍ୟ । ରାତି 11ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସୁନାବେଶ ଦେଖି ପାରିବେ ଭକ୍ତ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:Body:

BLANK FOR LINK STORY  

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.