ETV Bharat / state

ଲୋକଙ୍କୁ ହେପାଟାଇଟିସ ରୋଗ ବିଷୟରେ ସଚେତନ କରାଯାଉ: ସମ ହସ୍ପିଟାଲ ନିର୍ଦ୍ଦେଶକ

author img

By

Published : Jul 28, 2021, 4:45 PM IST

ସାରା ବିଶ୍ବରେ ହେପାଟାଇଟିସ ରୋଗ ଅନେକ ଲୋକଙ୍କର ଜୀବନ ନେଉଥିବା ବେଳେ ଏହାକୁ କିଭଳି ଭାବେ ରୋକା ଯାଇପାରିବ ଏବଂ ଚିକିତ୍ସାକରଣରେ କ’ଣ ରହିଛି ଏହାର ଚିକିତ୍ସା ବ୍ୟବସ୍ଥା ନେଇ ଆଲୋଚନା ଚକ୍ର ଅନୁଷ୍ଠିତ। ଅଧିକ ପଢନ୍ତୁ...

ଲୋକଙ୍କୁ ହେପାଟାଇଟିସ ରୋଗ ବିଷୟରେ ସଚେତନ କରାଯାଉ: ସମ ହସପିଟାଲ ନିର୍ଦ୍ଦେଶକ

ପୁରୀ: ଆଜି ବିଶ୍ବ ହେପାଟାଇଟିସ ଦିବସ। ଏହି ଅବସରରେ ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ଓ ହସ୍ପିଟାଲରେ ବିଶ୍ବ ହେପାଟାଇଟିସ୍ ଦିବସ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ସମ ହସପିଟାଲର ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ବସନ୍ତ କୁମାର ପତି ଉଦଘାଟକ ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଡି.ଏସ ସି( ୟୁଏସଏ)ର ପ୍ରଫେସର ବିଜୟ କୁମାର ଦାସ ଯୋଗ ଦେଇଥିଲେ।

ସାରା ବିଶ୍ବରେ ହେପାଟାଇଟିସ ରୋଗ ଅନେକ ଲୋକଙ୍କର ଜୀବନ ନେଉଥିବା ବେଳେ ଏହାକୁ କିଭଳି ଭାବେ ରୋକା ଯାଇପାରିବ ଏବଂ ଚିକିତ୍ସାକରଣରେ କ’ଣ ରହିଛି ଏହାର ଚିକିତ୍ସା ବ୍ୟବସ୍ଥା ସେନେଇ ଆଲୋଚନା ହୋଇଥିଲା। ସାଧାରଣ ଲୋକଙ୍କୁ ହେପାଟାଇଟିସ ରୋଗ ବିଷୟରେ ସଚେତନତା ନେଇ ସ୍ବାସ୍ଥ୍ୟ କର୍ମୀଙ୍କ ଠାରୁ ଆରମ୍ଭ କରି ସ୍ବେଚ୍ଛାସେବୀ ମାନେ ଦାୟିତ୍ବ ନେଇ ଲୋକଙ୍କୁ ସଚେତନ କରାଇବାର ନିହାତି ଆବଶ୍ୟକତା ରହିଛି। ହେପାଟାଇଟିସ ଭୂତାଣୁ ରୋକିବାକୁ ହେଲେ ଏହାର ଟୀକାକରଣର ନିହାତି ଆବଶ୍ୟକତା ରହିଛି। ଏବେବି ଅନେକ ଲୋକ ଟିକା ନେବା ନେଇ କୁଣ୍ଠାବୋଧ ପ୍ରକାଶ କରୁଥିବା ବେଳେ ଏହି ସନ୍ଦେହ ଦୂର କରିବାକୁ ହେଲେ ସ୍ବେଚ୍ଛାସେବୀ ଅନୁଷ୍ଠାନ ମାନେ ଅଗ୍ରଣୀ ଭୂମିକା ଗ୍ରହଣ କରିବା ଆବଶ୍ୟକ ବୋଲି ଆଲୋଚନାରେ ମତ ରଖିଛନ୍ତି ସମ ଅଲଟିମେଟର ନିର୍ଦ୍ଦେଶକ ପ୍ରଫେସର ବସନ୍ତ କୁମାର ପତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.