ETV Bharat / state

ମହେଶ୍ବରଙ୍କ ନେତୃତ୍ବକୁ ଖୋଲା ଚ୍ୟାଲେଞ୍ଜ, ଏକାକୀ ପଦଯାତ୍ରା ଆୟୋଜନ କଲେ ଶୁଭାଶିଷ ଖୁଣ୍ଟିଆ

ପୁରୀ ଜିଲ୍ଲା ବିଜେଡି ସଭାପତି ମହେଶ୍ବର ମହାନ୍ତିଙ୍କ ନେତୃତ୍ଵକୁ ରାଜ୍ୟ ଯୁବ ବଜେଡି ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କ ଖୋଲା ଚ୍ୟାଲେଞ୍ଜ୍‌ । ମହେଶ୍ବରଙ୍କୁ କୋଣଠେସା କରି ଶୁଭାଶିଷ ଖୁଣ୍ଟିଆ ଏକାକୀ ଆୟୋଜନ କଲେ ପଦଯାତ୍ରା । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Oct 2, 2023, 10:09 PM IST

ମହେଶ୍ବରଙ୍କ ନେତୃତ୍ବକୁ ଶୁଭାଶିଷଙ୍କ ଚ୍ୟାଲେଞ୍ଜ

ପୁରୀ: ପୁଣି ପୁରୀ ବିଜେଡିରେ ମେଲିଲା ଫାଟ । ଗାନ୍ଧୀ ଜୟନ୍ତୀରେ ବିଜେଡିର ପଦଯାତ୍ରାକୁ ନେଇ ଏଭଳି ଦୃଶ୍ୟ ଆଗକୁ ଆସିଛି । ପୁରୀ ଜିଲ୍ଲା ବିଜେଡି ସଭାପତି ତଥା ଭେଟେରାନ ଲିଡର ମହେଶ୍ବର ମହାନ୍ତିଙ୍କ ନେତୃତ୍ଵକୁ ଖୁଲମ ଖୁଲା ଚ୍ୟାଲେଞ୍ଜ୍‌ । ମହେଶ୍ବରଙ୍କୁ ଖୋଲା ଟକ୍କର ଦେଲେ ରାଜ୍ୟ ଯୁବ ବିଜେଡି ଉପସଭାପତି ଶୁଭାଶିଷ ଖୁଣ୍ଟିଆ । ଜିଲ୍ଲା ବିଜେଡି ସଭାପତି ମହେଶ୍ବର ମହାନ୍ତିଙ୍କୁ କୋଣଠେସା କରି ଶୁଭାଶିଷ ଖୁଣ୍ଟିଆ ଏକାକୀ ଆୟୋଜନ କଲେ ପଦଯାତ୍ରା । ପଦଯାତ୍ରାରେ ଶହ ଶହ କର୍ମୀଙ୍କୁ ସାମିଲ କରି ପୁଣି ନିଜର ଦବଦବା ଜାହିର କରିଛନ୍ତି ଶୁଭାଶିଷ ।

ରାଜ୍ୟ ଯୁବ ବିଜେଡି ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କ ନେତୃତ୍ବରେ ପୁରୀ ସଦର ବ୍ଲକ ଅନ୍ତର୍ଗତ ବାଲିପୁଟ ଗ୍ରାମପଞ୍ଚାୟତ ଠାରେ ଜନସଂପର୍କ ପଦଯାତ୍ରା ଆୟୋଜନ ହୋଇଥିଲା । ଏହି ପଦଯାତ୍ରା ବାଲିପୁଟ ପଞ୍ଚାୟତର ଓଡ଼ସାହି, ପାଟଣା ସାହି ଓ ଅନନ୍ୟା ଗ୍ରାମ ପରିକ୍ରମା କରିବା ପରେ ବେତାଳ ମା' ଛୋଟିବୁଢୀ ମନ୍ଦିରଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରାୟ ୭୦୦ରୁ ଊର୍ଦ୍ଧ୍ବ କର୍ମୀ ପଦଯାତ୍ରା କରି ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଶୁଭାଶିଷଙ୍କ ସହ ପୁରୀ ସହରର ବହୁ ବିଜେଡି ନେତା ସାମିଲ ହୋଇଥିଲେ, ଯେଉଁମାନେ କିଛି ବର୍ଷ ପୂର୍ବରୁ ମହେଶ୍ବର ମହାନ୍ତିଙ୍କ ଗୋଷ୍ଠୀରେ ଥିଲେ । ଯାହାକୁ ନେଇ ମହେଶ୍ବରଙ୍କ ଗୋଷ୍ଠୀ ଦୁର୍ବଳ ହେଉଥିବା ମଧ୍ୟ କୁହାଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ...ସୁନ୍ଦରଗଡ଼ ବିଜେଡିରେ ଫାଟ, 2 ଗୋଷ୍ଠୀ ମୁହାଁମୁହିଁ

ତେବେ ଶୁଭାଶିଷ ଜିଲ୍ଲା ବିଜେଡି ସଭାପତି ମହେଶ୍ବର ମହାନ୍ତିଙ୍କୁ ଅଣଆଡ଼ିଆ କରି ନିଜେ ପଦଯାତ୍ରା ଆୟୋଜନ କରିବାକୁ ନେଇ ପୁରୀ ସହରରେ ବେଶ୍ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଛି । ଶୁଭାଶିଷ ଖୁଣ୍ଟିଆ ଯେଭଳି ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମ ଆୟୋଜନ କରି ବିଜେଡି ବହୁ ବରିଷ୍ଠ ନେତାଙ୍କୁ ସଭାକୁ ଆମନ୍ତ୍ରଣ କରୁଛନ୍ତି, ଆଗାମୀ ନିର୍ବାଚନରେ ପୁରୀରେ ବିଜେଡିର ରାଜନୈତିକ ସମୀକରଣ ବଦଳି ପାରେ ବୋଲି ମଧ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଏପରିକି ଆଗାମୀ ୨୦୨୪ ନିର୍ବାଚନରେ ପୁରୀ ଆସନ ପାଇଁ ବିଜେଡି କାହାକୁ ଟିକଟ ଦେବ, ସେନେଇ ଚର୍ଚ୍ଚା ଜୋର ଧରିଛି । ଆଗାମୀ ନିର୍ବାଚନର ବିଜେଡି ସୁପ୍ରିମୋ ମହେଶ୍ବର ମହାନ୍ତିଙ୍କୁ ରିପିଟ୍‌ କରିବେ ନା ପାୱାର କରିଡରରେ ଦବଦବା ରଖିଥିବା ଶୁଭାଶିଷ ଖୁଣ୍ଟିଆଙ୍କୁ ଟିକେଟ ଦେବେ, ସେନେଇ ରାଜନୈତିକ ମହଲରେ ଜୋରଦାର ଅଙ୍କକଷା ଚାଲିଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.