ETV Bharat / state

ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ରବି ଋତୁ ଧାନ ସଂଗ୍ରହ ସଂପର୍କିତ ଜିଲ୍ଲାସ୍ତରୀୟ ବୈଠକ

author img

By

Published : Apr 5, 2022, 8:23 PM IST

ଜିଲ୍ଲାରେ ପ୍ରାଥମିକ ସେବା ସମବାୟ ସମିତି ଗୁଡିକରେ ରବି ଋତୁ ଧାନ ସଂଗ୍ରହ ବ୍ୟବସ୍ଥାର ସୁବ୍ୟବସ୍ଥିତ କରିବାକୁ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ । ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଏହି ବୈଠକ ଅନୁଷ୍ଠିତ । ଅଧିକ ପଢନ୍ତୁ

State Planning Board Vice-Chairman chaired District level meeting on Rabi season rice procurement
ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ରବି ଋତୁ ଧାନ ସଂଗ୍ରହ ସଂପର୍କିତ ଜିଲ୍ଲାସ୍ତରୀୟ ବୈଠକ

ପୁରୀ: ଜିଲ୍ଲାରେ ପ୍ରାଥମିକ ସେବା ସମବାୟ ସମିତି ଗୁଡିକରେ ରବି ଋତୁ ଧାନ ସଂଗ୍ରହ ବ୍ୟବସ୍ଥାର ସୁବ୍ୟବସ୍ଥିତ କରିବାକୁ ଜିଲ୍ଲାସ୍ତରୀୟ ବୈଠକ(District level meeting) ଅନୁଷ୍ଠିତ । ରାଜ୍ୟ ଯୋଜନା ବୋର୍ଡ(State Planning Board Vice-Chairman) ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ଚଳିତ ରବି ଋତୁରେ ଧାନ ସଂଗ୍ରହ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବାକୁ ଅଧିକାରୀ ମାନଙ୍କ ସହ ସଞ୍ଜୟ ବ୍ୟାପକ ଆଲୋଚନା କରିଛନ୍ତି । ଉପଯୁକ୍ତ ଚାଷୀମାନେ ଯେପରି ବାଦ ନପଡନ୍ତି, ସେଥିପାଇଁ ପଦକ୍ଷେପ ନେବାକୁ ସେ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି ।

ବ୍ରହ୍ମଗିରି ନିର୍ବାଚନ ମଣ୍ତଳୀ ଅନ୍ତର୍ଗତ କୃଷ୍ଣପ୍ରସାଦ, ବ୍ରହ୍ମଗିରି ଓ ପୁରୀସଦରର ୩୧ଟି ପ୍ୟାକ୍ସ ଜରିଆରେ ଧାନ ସଂଗ୍ରହ କର‍ାଯିବ । ଏପର୍ଯ୍ୟନ୍ତ ପ୍ରାୟ ୧୩ ହଜାର ଚାଷୀ ପଞ୍ଜୀକରଣ କରି ସାରିଛନ୍ତି । ଆସନ୍ତା ୭ ତାରିଖ ସୁଦ୍ଧା ପଞ୍ଜୀକରଣ ପ୍ରକ୍ରିୟା ଶେଷ ହେବ । ଗତବର୍ଷ ୩.୩୭ ଲକ୍ଷ କ୍ବିଣ୍ଟାଲ ଧାନ ସଂଗ୍ରହ କରାଯାଇଥିବା ବେଳେ, ଚଳିତ ବର୍ଷ ଅଧିକ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି ।

ଯେଉଁ ଚାଷୀ ମାନେ ପଞ୍ଜୀକରଣ କରିନାହାଁନ୍ତି ତୁରନ୍ତ ପଞ୍ଜୀକରଣ କରିବାକୁ ଦାସବର୍ମା ଗୁରୁତ୍ବାରୋପ କରିଛନ୍ତି । ପଞ୍ଜୀକରଣ ନେଇ ସ୍ଥାନୀୟ ଭାବରେ କୌଣସି ସମସ୍ୟା ଥିଲେ ତୁରନ୍ତ ବ୍ଲକ ଓ ଜିଲ୍ଲା କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବାକୁ ସଂପୃକ୍ତ ଅଧିକାରୀ ମାନଙ୍କୁ ପରାମର୍ଶ ଦିଆଯାଇଛି । ଅଦିନିଆ ବର୍ଷା ଓ କୁଆପଥର ବୃଷ୍ଟିକୁ ଦୃଷ୍ଟିରେ ରଖି ପର୍ଯ୍ୟାପ୍ତ ପଲିଥିନ ମହଜୁଦ ରଖିବାକୁ ପ୍ୟାକ୍ସ ଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ।

ରବି ଧାନ ସଂଗ୍ରହ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ସହ ଚାଷୀମାନଙ୍କ କୌଣସି ସମସ୍ୟା ନହୁଏ, ସେଥିପାଇଁ ଜିଲ୍ଲାର ସମସ୍ତ ସମବାୟ ଓ ଯୋଗାଣ ବିଭାଗ ଅଧିକାରୀ ମାନଙ୍କ ସହିତ ସମସ୍ତ ନିର୍ବାଚିତ ପ୍ରତିନିଧି ମାନେ ଯୋଡି ହୋଇ ଧାନ ସଂଗ୍ରହ ବ୍ୟବସ୍ଥା ସୁଚାରୁରୂପେ ପରିଚାଳନା କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସମବାୟ ସମିତି ଉପ ନିବନ୍ଧକ ଭୀମସେନ ସାହୁ, ସହକାରୀ ନିବନ୍ଧକ ସ୍ବରୂପ କର, ଜିଲ୍ଲା ଯୋଗାଣ ଅଧିକାରୀ ସୁବୋଧ ହୋତା, ସହକାରୀ ଯୋଗାଣ ଅଧିକାରୀ ଜାନକୀ ବଲ୍ଲଭ ହାୱଡାସିଂ, ଜିଲ୍ଲା ପରିଷଦ ସଦସ୍ୟ ଲକ୍ଷ୍ମୀଧର ସାହୁ, ଜମ୍ବେଶ୍ବର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ପ୍ରତିନିଧି ବିଦ୍ୟାଧର ସ୍ବାଇଁ, କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ବିଜୟ କୁମାର ତରେଇ, ବ୍ରହ୍ମଗିରି ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଯୁଧିଷ୍ଠିର ନାୟକ, ଚାଷୀ ପ୍ରତିନିଧି ଭାଗିରଥି ବଡଜେନା, ବିଭିନ୍ନ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.