ETV Bharat / state

ରାଜ୍ୟସ୍ତରୀୟ ଖୋ ଖୋ ଚମ୍ପିୟାନସିପ ଉଦ୍‌ଘାଟିତ

ପୁରୀ ଜିଲ୍ଲା ଉଚ୍ଚ ବିଦ୍ୟାଳୟରେ ୫୫ତମ ରାଜ୍ୟ ସ୍ତରୀୟ ସିନିୟର ବର୍ଗ ଖୋ ଖୋ ଚମ୍ପିୟାନସିପ୍ ଉଦଘାଟିତ ହୋଇଯାଇଛି । ଅଧିକ ପଢନ୍ତୁ

ରାଜ୍ୟସ୍ତରୀୟ ଖୋ ଖୋ ଚମ୍ପିୟାନସିପ ଉଦଘାଟିତ
ରାଜ୍ୟସ୍ତରୀୟ ଖୋ ଖୋ ଚମ୍ପିୟାନସିପ ଉଦଘାଟିତ
author img

By

Published : Nov 14, 2022, 10:55 AM IST

ପୁରୀ: ଜିଲ୍ଲା ହାଇସ୍କୁଲ ପରିସରରେ ୫୫ତମ ରାଜ୍ୟ ସ୍ତରୀୟ ସିନିୟର ବର୍ଗ ଖୋ ଖୋ ଚମ୍ପିୟାନସିପ୍ ଉଦଘାଟିତ ହୋଇଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମା ଏହାକୁ ଉଦଘାଟନ କରିବା ସହ କ୍ରୀଡା ପ୍ରତିଭାର ବିକାଶ ଦିଗରେ ଖୋ ଖୋ ଖେଳ ସହାୟକ ହୋଇ ପାରିବ ବୋଲି କହିଛନ୍ତି । ଏହି ଚମ୍ପିଅନସିପ ୩ ଦିନ ଧରି ଚାଲିବ । ଖୋ ଖୋ ଓଡିଶାର ଏକ ପ୍ରମୁଖ ଖେଳ । ଏହାର ପ୍ରଚାର ପ୍ରସାର ଦିଗରେ ସରକାର ଅନେକ ପଦକ୍ଷେପ ନେଉଥିବା କହିଥିଲେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ।

ରାଜ୍ୟସ୍ତରୀୟ ଖୋ ଖୋ ଚମ୍ପିୟାନସିପ ଉଦଘାଟିତ

ସୂଚନାଯୋଗ୍ୟ ଯେ ରାଜ୍ୟର ବିଭିନ୍ନ ଜିଲ୍ଲା ସହ, କିଟ ବିଶ୍ୱବିଦ୍ୟାଳୟ ଓ ପୁରୀ ଖୋ ଖୋ ସ୍ପୋର୍ଟ୍ସ ହଷ୍ଟେଲର ଉଭୟ ପୁରୁଷ ଓ ମହିଳା ଦଳ ଏଥିରେ ଅଂଶଗ୍ରହଣ କରିଛନ୍ତି । ଜିଲ୍ଲା ହାଇସ୍କୁଲର ତିନୋଟି କୋର୍ଟରେ ମ୍ୟାଟ୍ ମାଧ୍ୟମରେ ଏହି ଖେଳ ଅନୁଷ୍ଠିତ ହୋଇଛି । ୧୩ ତାରିଖ ଉଦଯାପନ ଉତ୍ସବରେ ଉଭୟ ପୁରୁଷ ଓ ମହିଳା ଚମ୍ପିୟାନ ଦଳକୁ ୧୦ ହଜାର ଟଙ୍କା, ରନରସ୍ ଅପ ଦଳକୁ ୭ ହଜାର ଟଙ୍କା, ୩ୟ ଓ ୪ର୍ଥ ଦଳକୁ ୫ ହଜାର ଟଙ୍କା ଲେଖାଏଁ ଓ ୩ ଜଣ ଶ୍ରେଷ୍ଠ ଖେଳାଳୀଙ୍କୁ ୨ ହଜାର ଟଙ୍କା ଲେଖାଏଁ ପୁରସ୍କାର ଓ ଟ୍ରଫି ଦିଆଯାଇଛି । ଏହି ପ୍ରତିଯୋଗିତାରୁ ମିଳୁଥିବା ଶ୍ରେଷ୍ଠ ଖେଳାଳିଙ୍କ ଦଳ ଚଳିତ ମାସ ୨୦-୨୪ ତାରିଖ ପର୍ଯ୍ୟନ୍ତ ମହାରାଷ୍ଟ୍ର ଠାରେ ଅନୁଷ୍ଠିତ ହେବାକୁ ଥିବା ୫୫ ତମ ଜାତୀୟ ଖୋ ଖୋ ଚମ୍ପିୟାନସିପରେ ଅଂଶଗ୍ରହଣ କରିବେ ।

ଏହା ବି ପଢନ୍ତୁ...ବୟସ 3 ବର୍ଷ, ବିଚକ୍ଷଣ ପ୍ରତିଭା ପାଇଁ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ସୁଦିପ୍ତା

ଚମ୍ପିୟାନସିପ୍ ଉଦଘାଟନ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଉପ ଜିଲ୍ଲାପାଳ ଭବତାରଣ ସାହୁ, ପୁରୀ ଜିଲ୍ଲା ଆଥଲେଟିକ ଆସୋସିଏସନର ସମ୍ପାଦକ ରବି ଶଙ୍କର ପ୍ରତିହାରୀ, ପୁରୀ ଜିଲ୍ଲା ହାଇସ୍କୁଲର ପ୍ରଧାନଶିକ୍ଷୟତ୍ରୀ ଜ୍ୟୋତିମୟୀ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ରାଜ୍ୟ ଖୋ ଖୋ ସଂଘର ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର ଖୋ ଖୋ ପ୍ରତିଯୋଗିତାର ଲକ୍ଷ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିବା ସହ ଆୟୋଜନରେ ସମ୍ପୂର୍ଣ୍ଣ ସହଯୋଗ କରିଥିବାରୁ ପୁରୀ ଜିଲ୍ଲା ପ୍ରଶାସନକୁ କୃତଜ୍ଞତା ଜଣାଇଥିଲେ ।

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ସଭା ପରିଚାଳନା କରିଥିଲେ । ଜିଲ୍ଲା କ୍ରିଡା ଅଧିକାରୀ ଚନ୍ଦନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲାପାଳ ସମର୍ଥ ବର୍ମା କ୍ରୀଡା ପତାକା ଉତ୍ତୋଳନ କରିବା ସହ ପ୍ରତିଯୋଗିତା ଆରମ୍ଭର ଘୋଷଣା କରିଥିଲେ । ପୁରୀ ଖୋ ଖୋ ଦଳର ଭରତ ପ୍ରଧାନ ସମସ୍ତ କ୍ରୀଡାବିତଙ୍କୁ ଶପଥ ପାଠ କରାଇଥିଲେ ।

ଇଟିିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.