ETV Bharat / state

ଏଣିକି ଜଳବନ୍ଦୀ ସମସ୍ୟା ଭୋଗିବେନି ଶ୍ରୀକ୍ଷେତ୍ରବାସୀ ! ଜଳ ନିଷ୍କାସନ ପାଇଁ 1400 କୋଟି ବ୍ୟୟବରାଦ - ଜଳ ନିଷ୍କାସନ ପାଇଁ ବ୍ୟୟ ହେବ ୧୪୦୦ କୋଟି ଟଙ୍କା

ପୁରୀରେ ବନ୍ୟା ଓ ବର୍ଷା ଜଣ ନିଷ୍କାସନରେ ବ୍ୟାପକ ସମସ୍ୟା ଉପୁଜୁଛି । ଏଥିରେ ଚାଷୀଙ୍କ ସମେତ ତଳିଆ ଅଞ୍ଚଳରେ ରହୁଥିବା ଲୋକେ ମଧ୍ୟ ବ୍ୟାପକ ପ୍ରଭାବିତ ହେଉଛନ୍ତି । ତେବେ ପୁରୀରେ ଡ୍ରେନେଜ୍ ସମସ୍ୟାର ସମାଧାନ ପାଇଁ ୧୪୦୦ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି ରାଜ୍ୟ ସରକାର । ଅଧିକ ପଢ଼ନ୍ତୁ

ପୁରୀରୁ ଜଳ ନିଷ୍କାସନ ପାଇଁ ୧୪୦୦ କୋଟି ବ୍ୟୟ ବରାଦ

author img

By

Published : Mar 25, 2023, 9:53 PM IST

ପୁରୀରୁ ଜଳ ନିଷ୍କାସନ ପାଇଁ ୧୪୦୦ କୋଟି ବ୍ୟୟ ବରାଦ

ପୁରୀ: ବନ୍ୟା ପ୍ରବଣ ପୁରୀ ଜିଲ୍ଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ । ବର୍ଷା ଓ ବନ୍ୟା ଜଳ ନିଷ୍କାସନ ପାଇଁ ବ୍ୟୟ ହେବ ୧୪୦୦ କୋଟି ଟଙ୍କା । ଦୀର୍ଘ ଦିନ ଧରି ଥିବା ଜଳ ନିଷ୍କାସନ ସମସ୍ୟାର ଖୁବଶୀଘ୍ର ହେବ ସମାଧାନ । ପୁରୀ ଜିଲ୍ଲାରେ ଡ୍ରେନେଜ୍ ବ୍ୟବସ୍ଥାକୁ ସୁଧାରିବା ପାଇଁ ସ୍ବତନ୍ତ୍ର ଅନୁଦାନ ଭାବେ ପୁରୀ ଜିଲ୍ଲାକୁ ୧୪୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ଏହାର ସୁବିନିଯୋଗ ହୋଇ ପାରିଲେ ପୁରୀ ସହର ତଥା ସମଗ୍ର ଜିଲ୍ଲାରେ ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟା ନିଶ୍ଚିତ ଦୂର ହୋଇପାରିବ ବୋଲି ମତବ୍ୟକ୍ତ କରିଛନ୍ତି ବୁଦ୍ଧିଜୀବୀ । ସେପଟେ ଯଥାଶୀଘ୍ର ଡ୍ରେନେଜ୍ ସମସ୍ୟାର ସମ୍ପୂର୍ଣ୍ଣ ସମାଧାନ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ଡ୍ରେନେଜ୍ ସମସ୍ୟାର ସମାଧାନ ପାଇଁ ୧୪୦୦ କୋଟି: ପ୍ରବଳ ବର୍ଷା ଏବଂ ବନ୍ୟା ସମୟରେ ଦୀର୍ଘ ଦିନ ଧରି ଜଳ ପ୍ଳାବିତ ହୋଇ ରହୁଥିବା ତଳିଆ ଅଞ୍ଚଳରେ ଡ୍ରେନେଜ୍ ବ୍ୟବସ୍ଥା ସୁଧାରିବା ପାଇଁ ହେବ ସ୍ବତନ୍ତ୍ର ବ୍ୟବସ୍ଥା । ବିଶେଷ କରି ପୁରୀ ସଦର, ଗୋପ, ନିମାପଡ଼ା, ସତ୍ୟବାଦୀ ଓ କଣାସ ସମେତ ଜିଲ୍ଲାର ବନ୍ୟା ପ୍ରବଣ ଅଞ୍ଚଳରେ ଏହି ଅର୍ଥ ବିନିଯୋଗ କରାଯାଇ ଡ୍ରେନେଜ ବ୍ୟବସ୍ଥାକୁ ସୁଦୃଢ଼ କରାଯିବ । ବନ୍ୟା ଓ ବର୍ଷା ଜଳ ଦୀର୍ଘ ଦିନ ଧରି ଚାଷ ଜମିରେ ଜମି ରହୁଥିବାରୁ ଏଥିରେ ବିଶେଷ ଭାବରେ ଚାଷୀମାନେ ବ୍ୟାପକ କ୍ଷତିର ସମ୍ମୁଖିନ ହେଉଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ ବାରମ୍ବାର ଦାବି ପରେ ଚାଷୀଙ୍କ ସ୍ବାର୍ଥ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୧୪୦୦ କୋଟି ଟଙ୍କା ଅନୁଦାନ ଦିଆଯାଇଛି । ଚାଷୀ ମାନଙ୍କ ସମସ୍ୟାର ସମାଧାନ ପ୍ରତି ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ଦୃଷ୍ଟି ଦେଇଥିବାରୁ ସବୁ ମହଲରେ ଏହାକୁ ସ୍ବାଗତ କରାଯାଇଛି ।

ପୁରୀ ସମେତ ୯ ଜିଲ୍ଲା ପାଇଁ ସ୍ବତନ୍ତ୍ର ଅନୁଦାନ: ଗତବର୍ଷ ବନ୍ୟାରେ ପୁରୀ ଜିଲ୍ଲାର ଅଧିକାଂଶ ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ବିଶେଷ କରି ବନ୍ୟାଜଳ ଚାଷ ଜମିରେ ଦୀର୍ଘ ଦିନ ଧରି ଜମି ରହିଥିବାରୁ ବ୍ୟାପକ କ୍ଷତି ସହିଥିଲେ ଚାଷୀ । ପ୍ରତିବର୍ଷ ଲଗାଣ ବର୍ଷା ଏବଂ ବନ୍ୟା ସମୟରେ ସଠିକ୍ ଭାବେ ଜଳ ନିଷ୍କାସନ ହୋଇ ନପାରିବାରୁ ଚାଷୀକୂଳ ବ୍ୟାପକ କ୍ଷତିର ସମ୍ମୁଖିନ ହେଉଛନ୍ତି । ଏନେଇ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବାରମ୍ବାର ଦାବିପତ୍ର ଦିଆଯାଇଛି । ତେବେ ବିଧାନ ସଭା ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଜାରି ରହିଥିବା ବେଳେ ପୁରୀ ଜିଲ୍ଲା ସମେତ ୯ଟି ଜିଲ୍ଲା ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ଅନୁଦାନ ବ୍ୟବସ୍ଥା କରିଛନ୍ତି । ଏଥିରେ ପୁରୀ ଜିଲ୍ଲା ପାଇଁ ୧୪୦୦ କୋଟି ଟଙ୍କା ଅନୁଦାନ ଆସିଛି । ତେବେ ଏହି ଟଙ୍କା ବ୍ୟୟ କରାଯାଇ ଜଳ ନିଷ୍କାସନ ସମସ୍ୟା ଦୂରୀଭୂତ ହୋଇପାରିବ ବୋଲି ସମସ୍ତେ ଆଶା ରଖିଛନ୍ତି ।

ଡ୍ରେନେଜ୍ ସମସ୍ୟାର ଖୁବଶୀଘ୍ର ହେବ ସମାଧାନ: ସେପଟେ ଏହି ସ୍ବତନ୍ତ୍ର ଅନୁଦାନକୁ ବିନିଯୋଗ କରାଯାଇ ଯଥାଶୀଘ୍ର ଡ୍ରେନେଜ୍ ସମସ୍ୟାର ସମ୍ପୂର୍ଣ୍ଣ ସମାଧାନ କରାଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ତେବେ ପୁରୀ ଜିଲ୍ଲାର ଡ୍ରେନେଜ୍ ସମସ୍ୟାରେ ସୁଧାର ଆଣିବା ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ପଦକ୍ଷେପ ନେଇଛନ୍ତି । ଏହି ପ୍ରକଳ୍ପ ଦ୍ବାରା ଚାଷୀଙ୍କ ସହ ତଳିଆ ଅଞ୍ଚଳରେ ରହୁଥିବା ଜନସାଧାରଣ ମଧ୍ୟ ବେଶ୍ ଉପକୃତ ହେବେ । ତେବେ ଖୁବଶୀଘ୍ର ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହେବ ବୋଲି ଆଶା କରାଯାଉଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.