ETV Bharat / state

ଶ୍ରୀମନ୍ଦିର ହେଲା ସାନିଟାଇଜ, ବନ୍ଦ ରହିଲା ଜଗା ଦର୍ଶନ - ଜଗନ୍ନାଥ ମନ୍ଦିର ବିଶୋଧନ

କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରବିବାର ଶ୍ରୀମନ୍ଦିରର ଭିତର ଓ ବାହାର ସମ୍ପୂର୍ଣ୍ଣ ସାନିଟାଇଜ କରାଯାଇଛି । ଏନେଇ ଆଜି ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି । ଅଧିକ ପଢନ୍ତୁ...

ଶ୍ରୀମନ୍ଦିର ହେଲା ସାନିଟାଇଜ, ବନ୍ଦ ରହିଲା ଜଗା ଦର୍ଶନ

author img

By

Published : Jan 24, 2021, 4:29 PM IST

ପୁରୀ: ଶ୍ରୀମନ୍ଦିର ହେଲା ସାନିଟାଇଜ । କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଭିତର ଓ ବାହାର ସମ୍ପୂର୍ଣ୍ଣ ଭାବେ ସାନିଟାଇଜ କରାଯାଇଛି । ରବିବାର ସକାଳ 8ଟାରୁ ଶ୍ରୀମନ୍ଦିର ପରିସର, ସିଂହଦ୍ବାର ସମ୍ମୁଖ, ଚାରିଦ୍ବାର, ଜୋତାଷ୍ଟାଣ୍ଡ ଅଞ୍ଚଳକୁ ଅଗ୍ନିଶମ ବିଭାଗ ପକ୍ଷରୁ ବିଶୋଧନ କରାଯାଇଛି । ଏଣୁ ଆଜି(ରବିବାର) ଶ୍ରୀମନ୍ଦିରରେ ସର୍ବସାଧରଣ ଦର୍ଶନ ବନ୍ଦ ରହିଛି ।

ଶ୍ରୀମନ୍ଦିର ହେଲା ସାନିଟାଇଜ, ବନ୍ଦ ରହିଲା ଜଗା ଦର୍ଶନ

ଶ୍ରୀମନ୍ଦିରେ ଭକ୍ତଙ୍କ ପ୍ରବେଶ ନେଇ ବାଧ୍ୟତାମୂଳକ କୋଭିଡ ନେଗେଟିଭ ରିପୋର୍ଟ କଟକଣା ହଟାଇ ଦିଆଯାଇଛି । ଗତ 21 ତାରିଖ ପରଠାରୁ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ ମାର୍କେଟ ଛକରୁ ବ୍ୟାରିକେଟରେ ପ୍ରବେଶ କରି ସିଂହଦ୍ବାର ଦେଇ ବଡଦେଉଳରେ ପ୍ରବେଶ କରୁଛନ୍ତି ଏବଂ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି । ଦୀର୍ଘ 10 ମାସ ପରେ ଦର୍ଶନ ବ୍ୟବସ୍ଥା ସ୍ବାଭିବିକ ହୋଇଛି । ଏଣୁ ଭକ୍ତଙ୍କ ଯାତାୟତକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରକୁ ସାନିଟାଇଜ କରାଯାଇଛି ।

ସେହିପରି ଭକ୍ତମାନେ ହାତ ସାନିଟାଇଜ କରିବା ସହ ସାମାଜିକ ଦୂରତା ରକ୍ଷା, ଦେବାଦେବୀଙ୍କୁ ସ୍ପର୍ଶ ନ କରିବା, ପାନ ଓ ଗୁଟଖା ଛେପ ନ ପକାଇବା ଏବଂ ମନ୍ଦିର ଭିତରେ କିମ୍ବା ବାହାରେ ମହାପ୍ରସାଦ ସେବନ ନ କରିବା ଭଳି ସମସ୍ତ ଏସଓପି ପାଳନ କରି ଶ୍ରୀଜୀଉଙ୍କ ଦର୍ଶନ କରୁଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.