ETV Bharat / state

'ଶ୍ରୀକ୍ଷେତ୍ରରୁ ସାହିଜାତ'କୁ ଜାତୀୟ ପୁରସ୍କାର, ଲୋକକଳାକୁ ନେଇ ନିର୍ମିତ ଫିଲ୍ମ

author img

By

Published : Mar 23, 2021, 9:42 AM IST

ନନ୍ ଫିଚର ବର୍ଗରେ ପୁରୀ ସାହିଜାତ ପରମ୍ପରାକୁ ନେଇ ନିର୍ମିତ ‘ଶ୍ରୀକ୍ଷେତ୍ରରୁ ସାହିଜାତ’ ଶ୍ରେଷ୍ଠ କଳା ଓ ସଂସ୍କୃତି ଫିଲ୍ମ ଭାବେ ଘୋଷିତ ହୋଇଛି।

'ଶ୍ରୀକ୍ଷେତ୍ରରୁ ସାହିଜାତ' ଫିଲ୍ମକୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର

ପୁରୀ: ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ଓଡିଆ ଫିଲ୍ମ ତାଲିକାରେ ବାଜି ମାରିଲା 3ଟି ଓଡିଆ ଫିଲ୍ମ । ଏହି ତାଲିକାରେ ରହିଛି ଶଲା ବୁଢାର ବଦଲା, କାଲିର ଅତୀତ ଯୁଗ୍ମ ଭାବେ ଶ୍ରେଷ୍ଠ ଓଡିଆ ଫିଲ୍ମ ଭାବେ ବିବେଚିତ ହୋଇଥିବାବେଳେ ନନ୍ ଫିଚର ବର୍ଗରେ ପୁରୀ ସାହିଜାତ ପରମ୍ପରାକୁ ନେଇ ନିର୍ମିତ ‘ଶ୍ରୀକ୍ଷେତ୍ରରୁ ସାହିଜାତ’ ଶ୍ରେଷ୍ଠ କଳା ଓ ସଂସ୍କୃତି ଫିଲ୍ମ ଭାବେ ଘୋଷିତ ହୋଇଛି।

ପୁରୀର ଲୋକ କଳା ଉପରେ ଆଧାରିତ ହୋଇଛି ଶ୍ରୀକ୍ଷେତ୍ରରୁ ସାହିଜାତ କ୍ଷୁଦ୍ର ପ୍ରମାଣିକ ଚଳଚ୍ଚିତ୍ର । ଏହି ଫିଲ୍ମର ନିର୍ମାତା ଓ ନିର୍ଦ୍ଦେଶକ ରହିଛନ୍ତି ପୁରୀର ଆଶୁତୋଷ ପଟ୍ଟନାୟକ। ପୁରସ୍କାର ବାବଦକୁ ଫିଲ୍ମ ନିର୍ମାତା ଆଶୁତୋଷଙ୍କୁ ରଜତ କମଲ୍ ଏବଂ 50 ହଜାର ଟଙ୍କା ମିଳିବ ।

ତେବେ ଏହି ସଫଳତାକୁ ନେଇ ସେ ବେଶ ଖୁସି ଥିବା କହିଛନ୍ତି ନିର୍ଦ୍ଦେଶକ ଆଶୁତୋଷ। ଅଗାମୀ ଦିନରେ ସେ ଆହୁରି ଲୋକ କଳା ଆଧାରିତ ଫିଲ୍ମ ନିର୍ମାଣ କରିବେ ବୋଲି ଆଶୁତୋଷ କହିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.