ETV Bharat / state

ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ଭଉଁରୀ ତିଥି, ତିନି ରଥରେ ସଂଯୋଗ ହେଲା ଚକ ଅଖ - ମହାପ୍ରଭୁଙ୍କ ଆଜ୍ଞାମାଳ

ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେଲା ଭଉଁରୀ ତିଥି । ବିଧି ଅନୁଯାୟୀ ମହାପ୍ରଭୁଙ୍କ ତିନି ରଥର ୬ଟି ନାହାକ ଚକ ସହ ତିନୋଟି ଅଖ ସଂଯୋଗର ହେଲା ଶୁଭ ଅନୁକୂଳ । ଅଧିକ ପଢନ୍ତୁ

srikhetra bhaunri rituals
srikhetra bhaunri rituals
author img

By

Published : May 12, 2023, 5:03 PM IST

srikhetra bhaunri rituals

ପୁରୀ: ଆଜି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେଲା ଭଉଁରୀ ତିଥି। ଏହି ଅବସରରେ ପରମ୍ପରା ଅନୁଯାୟୀ ରଥଖଳାରେ ବିଜେ କଲେ ମହାପ୍ରଭୁଙ୍କ ଆଜ୍ଞାମାଳ । ତିନି ରଥର ୬ଟି ନାହାକ ଚକ ସହ ତିନୋଟି ଅଖ ସଂଯୋଗର ଶୁଭ ଅନୁକୂଳ କରାଯାଇଛି। ଶ୍ରୀମନ୍ଦିରରୁ ପୂଜାପଣ୍ତା ସାମନ୍ତଙ୍କ ଦ୍ୱାରା ଆଜ୍ଞାମାଳ ଅଣାଯିବା ପରେ ବିଶ୍ୱକର୍ମା ମହାରଣା ଓ ଭୋଇ ସେବକଙ୍କ ସହାୟତାରେ କରାଯାଇଥିଲା ଏହି ସଂଯୋଗ କାର୍ଯ୍ୟ। ପ୍ରତ୍ୟେକ ରଥର ୨ ଟି ଲେଖାଏଁ ଚକରେ ଗୋଟିଏ ଲେଖାଏଁ ଅଖ ସଂଯୋଗ କରାଯାଇଥିଲା। ସେହିପରି ଆଗକୁ ସମୁଦାୟ ୪୨ଟି ଚକ ଓ ୨୧ ଟି ଅଖର କାର୍ଯ୍ୟ ଆରମ୍ଭ କରାଯିବ ବୋଲି କହିଛନ୍ତି ବିଶ୍ବକର୍ମା ମହାରଣା।

ତେବେ ଆଜିଠାରୁ ଆରମ୍ଭ ହୋଇଛି ରଥ ନିର୍ମାଣର ଆଉ ଏକ ପର୍ଯ୍ୟାୟ କାର୍ଯ୍ୟ। ଗତ ଅକ୍ଷୟ ତୃତୀୟା ଅବସରରେ ରଥ ନିର୍ମାଣ ଅନୁକୂଳ କରାଯାଇଥିବା ବେଳେ ଆଜି ରଥର ଚକ ଓ ଅଖ ସଂଯୋଗର ଅନୁକୂଳ କରାଯାଇଛି। ପରମ୍ପରା ଅନୁଯାୟୀ ଆଜି ଭଉଁରୀ ଅବସରରେ ଶ୍ରୀମନ୍ଦିରରେ ସକାଳ ଧୂପ ଶେଷ ହେବା ପରେ ପୂଜାପଣ୍ତାମାନେ ୩ ରଥ ପାଇଁ ଆଜ୍ଞାମାଳ ଆଣି ରଥଖଳାରେ ପହଞ୍ଚିଥିଲେ। ବିଶ୍ଵକର୍ମା ମହାରଣା ମାନେ ନିର୍ମାଣ କରିଥିବା ପ୍ରତ୍ୟେକ ରଥର ଦୁଇଟି ଲେଖାଏଁ ଚକ ସହ ଅଖର ସଂଯୋଗ କରିଥିଲେ ଭୋଇ ସେବକମାନେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଉପସ୍ଥିତିରେ ଏହି ଅନୁକୂଳ କାର୍ଯ୍ୟ ବେଶ୍ ସୁରୁଖୁରୁରେ ସଂପନ୍ନ ହୋଇଥିଲା। ମହାପ୍ରଭୁଙ୍କ ରଥ ନିର୍ମାଣ ଓ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ଚଳିତ ବର୍ଷ ଭକ୍ତଙ୍କ ଗହଣରେ ଶୃଙ୍ଖଳିତ ଭାବେ ହେବା ନେଇ ମହାପ୍ରଭୁଙ୍କ ପାଖରେ ସଭିଏଁ ପ୍ରାର୍ଥନା କରିଛନ୍ତି।

ତେବେ ପ୍ରତ୍ୟେକ ରଥର ଦୁଇଟି ଚକ ଅଖ ସଂଯୋଗ ପରେ ଏବେ ରଥର ସମୁଦାୟ ୪୨ ଟି ଚକ ଓ ୨୧ ଟି ଅଖ କାର୍ଯ୍ୟ ଜୋର ସୋରରେ ଆରମ୍ଭ କରାଯାଇଛି। ଏହାଛଡ଼ା ତିଆରି ସରିଥିବା ସମସ୍ତ ୪୨ ଟି ତୁମ୍ବରେ ଅର ଓ ପହି ଯୋଡ଼ିବା କାର୍ଯ୍ୟ ମଧ୍ୟ ସଂପନ୍ନ କରାଯିବ। ଆସନ୍ତା ଶୀତଳ ଷଷ୍ଠୀ ପରଦିନ ୩ ଟି ଯାକ ରଥର ସମସ୍ତ ୪୨ ଟି ଚକ ସଂପନ୍ନ କରାଯିବାର ବିଧି ରହିଛି। ଏଣୁ ଏହାକୁ ଦୃଷ୍ଟିରେ ରଖି ୩ ରଥର ସମସ୍ତ ମହାରଣା ମାନେ ପ୍ରସ୍ତୁତି କରୁଥିବା କହିଛନ୍ତି। ଏପଟେ ଚକ ଅଖ ଡେରା ନୀତି ସମୟରେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ପୁରୀ ଏସପି ଡଃ କନୱର ବିଶାଳ ସିଂଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଜଣେ ଅତିରିକ୍ତ ଏସପିଙ୍କ ସହ ୨ଜଣ ଡିଏସପି, ୩ଜଣ ଆଇଆଇସିଙ୍କ ସହ ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ। ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୁଡାନ୍ତ ହୋଇଥିଲେ ମଧ୍ୟ ଆଜି ନୀତିରେ ପାଖାପାଖି ୨ଘଣ୍ଟା ବିଳମ୍ବ ହୋଇଥିଲା। ତେବେ ସବୁକିଛି କାର୍ଯ୍ୟ ମହାପ୍ରଭୁଙ୍କ ନିର୍ଦ୍ଦେଶରେ ହେଉଥିବା ବେଳେ ସେବାୟତ ଓ ସମସ୍ତ ନିଯୋଗ ସହ ଉତ୍ତମ ସମନ୍ୱୟ ରଖାଯାଇ ନୀତି କାନ୍ତି କରାଯାଉଥିବା କହିଛନ୍ତି ମୁଖ୍ୟ ପ୍ରଶାସକ।

ମହାପ୍ରଭୁଙ୍କ ନିର୍ଦ୍ଦେଶରେ ରଥଯାତ୍ରା ପାଇଁ ଚକ ଠିଆ କରିବାକୁ ଆଜ୍ଞାମାଳ ବିଜେ ପରେ ଚକ ଅଖ ଡେରା ନୀତି ସମ୍ପନ୍ନ ହୋଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ଭୋଇ ସେବକ ମାନେ ନାହାକ ଚକ ଓ ଅଖ ପ୍ରସ୍ତୁତ କରିବା ପରେ ପାଣି ପଡି ଚକ ପବିତ୍ର କରାଯାଇଥିଲା। ଏହାପରେ ଆଜ୍ଞାମାଳ ବିଜେ କରାଯାଇ ତିନୋଟି ରଥର ୬ଟି ନାହାକ ଚକ ସହ ତିନୋଟି ଅଖ ସଂଯୋଗ କରାଯାଇ ଡେରାଯାଇଛି।

ଇଟିଭି ଭାରତ,ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.