ପୁରୀ: ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ମନ୍ତବ୍ୟକୁ ବିରୋଧ । ମହାତ୍ମା ଗାନ୍ଧୀ ପୁରୀ ଆସିଥିଲେ ସୁଦ୍ଧା ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିନଥିଲେ ବୋଲି ମନ୍ତବ୍ୟ ଦେଇଛନ୍ତି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ । ଯାହାକୁ ତୀବ୍ର ବିରୋଧ କରିଛି ଶ୍ରୀଜଗନ୍ନାଥ ସେନା । ସାଂସଦ ମହାପ୍ରଭୁ ଜଗନ୍ନାଥ ଓ ଗାନ୍ଧିଜୀଙ୍କ ପ୍ରତି ମିଛ କହିଛନ୍ତି । ଏଣୁ ସେ ରାଜ୍ୟ ତଥା ଦେଶବାସୀଙ୍କୁ କ୍ଷମା ପ୍ରର୍ଥନା କରନ୍ତୁ ବୋଲି ଦାବି କରିଛି ଶ୍ରୀଜଗନ୍ନାଥ ସେନା ।
ଏହି ପରିପ୍ରେକ୍ଷୀରେ ସଙ୍ଗଠନ ପକ୍ଷରୁ ବେଳାଭୂମି ତଟରେ ଥିବା ଗାନ୍ଧୀ ସ୍ମୃତିପୀଠରେ ଗାନ୍ଧି ପାର୍କସ୍ଥିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଧାରଣା ଦିଆଯାଇଛି । ସାଂସଦ ଯଦି କ୍ଷମା ନ ମାଗନ୍ତି ତେବେ ତାଙ୍କୁ ପୁରୀକୁ ପ୍ରବେଶ କରାଇ ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଶ୍ରୀଜଗନ୍ନାଥ ସେନା ଆବାହକ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ