ETV Bharat / state

ଶ୍ରୀମନ୍ଦିରରେ ବିଦେଶୀ ଭକ୍ତଙ୍କ ପ୍ରବେଶ ପ୍ରସଙ୍ଗ: ପରମ୍ପରା ଅନୁସାରେ ରାଜ୍ୟପାଳଙ୍କ ମତ ଗ୍ରହଣୀୟ ନୁହେଁ କହିଲେ ସେବାୟତ

author img

By

Published : Jan 13, 2023, 7:55 PM IST

Updated : Jan 13, 2023, 9:20 PM IST

ମହାପ୍ରଭୁଙ୍କ ଦର୍ଶନ ପାଇଁ ବିଦେଶୀ ଭକ୍ତଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ ଅନୁମତି ଦେବାକୁ ରାଜ୍ୟପାଳଙ୍କ ମତ ପ୍ରସଙ୍ଗରେ ତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ସେବାୟତ । ତେବେ ଶ୍ରୀମନ୍ଦିର ପରମ୍ପରା ଅନୁସାରେ ରାଜ୍ୟପାଳଙ୍କ ମତ ଗ୍ରହଣୀୟ ନୁହେଁ ବୋଲି ସେବାୟତ ତଥା ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ମତ ରଖିଛନ୍ତି । ଅଧିକ ପଢ଼ନ୍ତୁ

ଶ୍ରୀମନ୍ଦିରରେ ବିଦେଶୀ ଭକ୍ତଙ୍କ ପ୍ରବେଶ ପ୍ରସଙ୍ଗରେ ସେବାୟତଙ୍କ ପ୍ରତିକ୍ରିୟା

ପୁରୀ: ମହାପ୍ରଭୁଙ୍କ ଚକାନୟନରେ ଆଖି ମିଶାଇବା ପାଇଁ ବିଦେଶୀ ଭକ୍ତଙ୍କୁ ଅନୁମତି ମିଳୁ ବୋଲି ଏକ କାର୍ଯ୍ୟକ୍ରମରେ ନିବେଦନ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଏହାପରେ ରାଜ୍ୟପାଳଙ୍କ ଏହି ମତକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଓ ଆଲୋଚନା ଆରମ୍ଭ ହୋଇଛି । ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ସେବାୟତ । ଶ୍ରୀମନ୍ଦିର ପରମ୍ପରା ଅନୁସାରେ ଏହା ଗ୍ରହଣୀୟ ନୁହେଁ ବୋଲି ସେବାୟତ ତଥା ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ମତ ରଖିଛନ୍ତି ।

ଭୁବନେଶ୍ବରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଥିଲେ, "ଯେତେବେଳେ ବିଦେଶୀ ଭକ୍ତଟିଏ ମହାପ୍ରଭୁଙ୍କ ପ୍ରମୁଖ ସେବକ ଗଜପତି ମହାରାଜା, ଶଙ୍କରାଚାର୍ଯ୍ୟ ଓ ସେବାୟତଙ୍କୁ ଭେଟି ଦର୍ଶନ କରି ପାରୁଛି, ସେତେବେଳେ ବିଦେଶୀ ଭକ୍ତ ଟିଏ କାହିଁକି ମହାପ୍ରଭୁଙ୍କ ନିକଟକୁ ଯାଇ ଦର୍ଶନ କରି ପାରିବ ନାହିଁ ? ବିଦେଶୀ ଭକ୍ତଙ୍କୁ ମଧ୍ୟ ମହାପ୍ରଭୁଙ୍କ ଚକା ନୟନରେ ଆଖି ମିଶାଇବାକୁ ଅନୁମତି ମିଳିବା ଉଚିତ ।" ତେବେ ଏନେଇ ଗଜପତି ମହାରାଜା, ଶଙ୍କରାଚାର୍ଯ୍ୟ ଓ ସେବାୟତ ମିଳିତ ଭାବେ ନିଷ୍ପତ୍ତି ନେବାକୁ ଅନୁରୋଧ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ରାଜ୍ୟପାଳଙ୍କ ଏହି ମତକୁ ନେଇ ଏବେ ଆରମ୍ଭ ହୋଇଯାଇଛି ବିଭିନ୍ନ ଚର୍ଚ୍ଚା ଓ ଆଲୋଚୋନା । ତେବେ ରାଜ୍ୟପାଳ କହିଛନ୍ତି ଏହା ତାଙ୍କର ବ୍ୟକ୍ତିଗତ ମତ । ସେପଟେ ରାଜ୍ୟପାଳଙ୍କ ଏହି ମତ ଉପରେ ପ୍ରତିକ୍ରିୟା ଦେଇଛନ୍ତି ଶ୍ରୀମନ୍ଦିର ସେବାୟତ ତଥା ପରିଚାଳନା କମିଟି ସଦସ୍ୟ । ସେମାନେ କହିଛନ୍ତି ରାଜ୍ୟପାଳଙ୍କର ଏହା ବ୍ୟକ୍ତିଗତ ମତ ହୋଇପାରେ, କିନ୍ତୁ ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ଏହା ଗ୍ରହଣୀୟ ନୁହେଁ ।

ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ରଙ୍କ ମତରେ, "ଅତୀତରେ ରାଜା ରାଜୁଡ଼ା ଅମଳରୁ ଶ୍ରୀମନ୍ଦିର ଭିତରକୁ ବିଦେଶୀ ପ୍ରବେଶ ନେଇ କଟକଣା ରହିଛି । ଅତୀତରେ ବିଦେଶୀ ଶକ୍ତିମାନେ ଜଗନ୍ନାଥ ମନ୍ଦିର ଉପରେ ଆକ୍ରମଣ କରି ମନ୍ଦିରକୁ ଧ୍ଵଂସ କରିଦେବା ପାଇଁ ଚେଷ୍ଟା କରିଛନ୍ତି । କିନ୍ତୁ ସେତେବେଳେ ଗଜପତି ମହାରାଜା ଓ ସେବାୟତଙ୍କ ଦୃଢ଼ ପ୍ରତିରୋଧ ଯୋଗୁଁ ମହାପ୍ରଭୁଙ୍କ ମୂର୍ତ୍ତିକୁ ସୁରକ୍ଷା ସହ ଶ୍ରୀମନ୍ଦିରର ମଧ୍ୟ ସୁରକ୍ଷା କରଯାଇଛି । ବିଭିନ୍ନ କାରଣକୁ ନେଇ ବିଦେଶୀଙ୍କୁ ଶ୍ରୀମନ୍ଦିର ପ୍ରବେଶ ବାରଣ ରହିଛି । ସେହିପରି ବିଦେଶୀ ଭକ୍ତ ଯେଉଁଭଳି ମହାପ୍ରଭୁଙ୍କ ଦର୍ଶନ ଲାଭ କରିବେ, ସେଥିପାଇଁ ଶ୍ରୀମନ୍ଦିର ସିଂହ ଦ୍ଵାରରେ ପ୍ରଭୁ ପତିତପାବନଙ୍କ ମୂର୍ତ୍ତି ରହିଛି । ଯାହାକୁ ବିଦେଶୀ ଭକ୍ତମାନେ ଦର୍ଶନ କରି ମହାପ୍ରଭୁଙ୍କ କୃପା ଲାଭ କରୁଛନ୍ତି । ରଥଯାତ୍ରାରେ ମଧ୍ୟ ସେମାନେ ବଡ଼ ଠାକୁରଙ୍କୁ ଦେଖି ପାରୁଛନ୍ତି । ତେଣୁ ସେମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରାଇବା ଅନାବଶ୍ୟକ ।"

ସେହିଭଳି ଶ୍ରୀମନ୍ଦିର ପରିଚଳନା କମିଟି ସଦସ୍ୟ ମାଧବ ପୂଜାପଣ୍ଡା କହିଛନ୍ତି, "ପ୍ରତିବର୍ଷ ବଡଦାଣ୍ଡରେ ରଥଯାତ୍ରା ଅନୁଷ୍ଠିତ ହେଉଛି । ଯେଉଁ ଭକ୍ତମାନଙ୍କୁ ଶ୍ରୀମନ୍ଦିରକୁ ପ୍ରବେଶ କରିବାରେ କଟକଣା ରହିଛି ସେମାନେ ମହାପ୍ରଭୁଙ୍କ ରଥଯାତ୍ରାରେ ସାମିଲ ହୋଇ ମହାପ୍ରଭୁଙ୍କ ସାନିଧ୍ୟ ଲାଭ କରି କୋଟି ଆନନ୍ଦ ପାଉଛନ୍ତି । ଅନ୍ୟ ଧର୍ମରେ ଠାକୁରମାନେ ଗୋଟିଏ ସ୍ଥାନରେ ରହୁଥିବା ବେଳେ ମହାପ୍ରଭୁ ସ୍ଵୟଂ ନିଜେ ଭକ୍ତଙ୍କ ସହ ମିଶିବା ପାଇଁ ରଥଯାତ୍ରାରେ ଶ୍ରୀମନ୍ଦିର ବାହାରକୁ ଆସୁଛନ୍ତି । ଭକ୍ତ ପାଖକୁ ଭଗବାନ ଆସିବା ରଥଯାତ୍ରା ଭଳି ନିଆରା ପରମ୍ପରା ଅନ୍ୟ ଧର୍ମରେ ନାହିଁ । ଏଣୁ ବିଦେଶୀ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅନେକ ସୁଯୋଗ ଥିବାବେଳେ ଶ୍ରୀମନ୍ଦିର ମଧ୍ୟରେ ପ୍ରବେଶ ନେଇ କୌଣସି ଆବଶ୍ୟକତା ନାହିଁ ।" ତେବେ ରାଜ୍ୟପାଳଙ୍କ ମତ ତାଙ୍କର ବ୍ୟକ୍ତିଗତ ମତ ହୋଇପାରେ, କିନ୍ତୁ ଏହାକୁ କାର୍ଯ୍ୟକାରୀ କରିବା ସମ୍ଭବ ନୁହେଁ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ କହିଛନ୍ତି ।

ଇଟିଭି ଭାରତ, ପୁରୀ

Last Updated : Jan 13, 2023, 9:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.