ETV Bharat / state

ଶ୍ରୀମନ୍ଦିରକୁ ସ୍ମାର୍ଟଫୋନ ନେଇ ପାରିବେନି ସେବାୟତ, ଆଜିଠୁ ଲାଗିଲା କଟକଣା

author img

By

Published : Jan 1, 2023, 10:19 AM IST

ଆଜି ଠାରୁ ଶ୍ରୀମନ୍ଦିର ଭିତରକୁ ସ୍ମାର୍ଟଫୋନ ନେଇ ପାରିବେନି ସେବାୟତ । ଜାରି ହେଲା କଟକଣା । ଅଧିକ ପଢନ୍ତୁ

jagannath temple
jagannath temple
jagannath temple

ପୁରୀ: ନୂଆ ବର୍ଷରେ ନୂଆ ନିୟମ । ଏଣିକି ଶ୍ରୀମନ୍ଦିର ଭିତରକୁ ସ୍ମାର୍ଟଫୋନ ନେଇ ପାରିବେନି ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀ । ଏନେଇ ପୂର୍ବରୁ ନିଷ୍ପତ୍ତି ନିଆଯାଇଥିବା ବେଳେ ଆଜିଠାରୁ ଲାଗୁ ହେଲା ଏହି କଟକଣା । କଟକଣା ଲାଗୁ ହେବା ପରେ ଆଜି ଶ୍ରୀମନ୍ଦିରକୁ ପ୍ରଵେଶ ପୂର୍ବରୁ ସେବାୟତ ଓ ଶ୍ରୀ ମନ୍ଦିର କର୍ମଚାରୀ ମାନେ ସିଂହ ଦ୍ୱାର, ଦକ୍ଷିଣ ଦ୍ଵାର ଓ ପଶ୍ଚିମ ଦ୍ଵାରରେ ହୋଇଥିବା ସ୍ଵତନ୍ତ୍ର ମୋବାଇଲ୍ ଷ୍ଟାଣ୍ଡରେ ମୋବାଇଲ ରଖି ଭିତରକୁ ପ୍ରବେଶ କରୁଛନ୍ତି ।

ଶ୍ରୀମନ୍ଦିର ଭିତର ଫଟୋ ଓ ଭିଡ଼ିଓ ବାରମ୍ବାର ଭାଇରାଲ୍ ହେବା ଯୋଗୁ ଶ୍ରୀ ମନ୍ଦିର ସୁରକ୍ଷାକୁ ନେଇ ଉଠିଥିଲା ପ୍ରଶ୍ନ । ପରେ ବିଭିନ୍ନ ମହଲରେ ଦାବି ପରେ ଶ୍ରୀ ମନ୍ଦିର ପରିଚାଳନା କମିଟିରେ ମନ୍ଦିର ଭିତରକୁ ସ୍ମାର୍ଟ ଫୋନ୍ ପ୍ରବେଶ ନେଇ କଟକଣା ଲଗାଯାଇଛି । ତେବେ ଶ୍ରୀମନ୍ଦିର ମହାପ୍ରଭୁ ସେବା ପାଇଁ ପାଳି ଥିବା ସେବକ ମାନେ କ୍ୟାମେରା ନଥିବା କେବଳ କି ପ୍ୟାଡ ଫୋନ ନେଇ ଯାଇ ପାରିବେ ବୋଲି କୁହାଯାଇଛି ।

ନିକଟରେ ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଏବଂ ଡ୍ରୋନରେ ଉତ୍ତୋଳନ କରାଯାଇଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହାକୁ ନେଇ ଭକ୍ତ ଓ ସେବାୟତଙ୍କ ମହଲରେ ଉଦବେଗ ପ୍ରକାଶ ପାଇଥିଲା । ଗତ ୭ ତାରିଖରେ ବସିଥିବା ଛତିଶା ନିଯୋଗ ବୈଠକରେ ମନ୍ଦିର ମଧ୍ୟକୁ କେହି ଯେମିତି ସ୍ମାର୍ଟଫୋନ ନନିଅନ୍ତି ସେନେଇ ନିଷ୍ପତ୍ତି ନିଆଯାଇଥିଲା । ପରେ ଗତ ୧୫ ତାରିଖରେ ବସିଥିବା ପରିଚାଳନା କମିଟି ବୈଠକରେ ଏନେଇ ଆଲୋଚନା ହେବା ପରେ ଏପରି କଟକଣା ଲଗାଯିବା ନେଇ ନିଷ୍ପତ୍ତି ହୋଇଥିଲା । ତେବେ ସେବାୟତ ଓ କର୍ମଚାରୀଙ୍କ ସ୍ମାର୍ଟ ଫୋନ ରଖିବା ପାଇଁ ସିଂହଦ୍ବାର ଓ ଦକ୍ଷିଣ ଦ୍ବାରରେ ବ୍ୟବସ୍ଥା କରାଯାଇଛି । କେବଳ ସେବାୟତ ମାନେ କିପ୍ୟାଡ ଫୋନ ମନ୍ଦିରକୁ ନେଇ ଯାଇପାରିବେ ବୋଲି କୁହାଯାଇଛି । ଆଜିଠାରୁ ଏହି କଟକଣା କଡାକଡି ହୋଇଛି ।

ଏହା ମଧ୍ୟ ପଢନ୍ତୁ-New Year 2023: ମହାପ୍ରଭୁଙ୍କ ଦର୍ଶନରୁ ନୂଆବର୍ଷ ଆରମ୍ଭ, ଲୋକାରଣ୍ୟ ହୋଇଉଠିଛି ଶ୍ରୀକ୍ଷେତ୍ର

ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡ଼ି କହିଛନ୍ତି ଯେ,''ସ୍ମାର୍ଟ ଫୋନ ମନ୍ଦିର ମଧ୍ୟକୁ ନେବା ବାରଣ କରାଯାଇଛି । କିପ୍ୟାଡ ଫୋନ ସେବାୟତ ଓ କର୍ମଚାରୀ ମାନେ ନେଇ ପାରିବେ ବୋଲି କୁହାଯାଇଛି । କେବଳ ଶାଖା କାର୍ଯ୍ୟାଳୟରେ ୨ଟି ସ୍ମାର୍ଟ ଫୋନ ଦିଆଯାଇଛି, ପାଳିଆ ସେବକଙ୍କୁ ନୀତି ସମ୍ପର୍କରେ ଜାଣିବା ପାଇଁ ସୂଚନା ଦିଆଯିବ । ସେମାନେ ସୂଚନା ପାଇବା ପରେ ଯଥାଶୀଘ୍ର ମନ୍ଦିରକୁ ଆସିବେ । ''

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.