ETV Bharat / state

ସେବାୟତଙ୍କ ସହ ତାଳଦେଲେ ଶ୍ରଦ୍ଧାଳୁ, କାର୍ତ୍ତିକ ମାସ ପୂର୍ବରୁ ଖୋଲିବନି ଶ୍ରୀମନ୍ଦିର ! - puri news

କାର୍ତ୍ତିକ ମାସ ପୂର୍ବରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବନି ଶ୍ରୀମନ୍ଦିର । 26 ବର୍ଷ ପରେ ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ମହାପ୍ରଭୁଙ୍କ ନାଗାର୍ଜୁନ ବେଶରୁ ବଞ୍ଚିତ ହେବେ ଭକ୍ତ । ପୁଷ୍ପାଳକ, ମହାଜନ, ଗରାବଢୁ ଓ ବିମାନ ବଢୁ ନିଯୋଗ ଏବଂ 5 ମହାନାୟକଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଆଲୋଚନା ସମୟରେ ଅଧିକାଂଶ ସେବାୟତ ଶ୍ରୀମନ୍ଦିର ନଖୋଲିବା ସପକ୍ଷରେ ମତ ଦେଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

କାର୍ତ୍ତିକ ମାସ ପୂର୍ବରୁ ଭକ୍ତଙ୍କ ପାଇଁ ଖୋଲିବନି ଶ୍ରୀମନ୍ଦିର !

author img

By

Published : Oct 12, 2020, 5:38 PM IST

ପୁରୀ: କାର୍ତ୍ତିକ ମାସ ପୂର୍ବରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବନି ଶ୍ରୀମନ୍ଦିର । 26 ବର୍ଷ ପରେ ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ମହାପ୍ରଭୁଙ୍କ ନାଗାର୍ଜୁନ ବେଶରୁ ବଞ୍ଚିତ ହେବେ ଭକ୍ତ । ଅନ୍ୟପକ୍ଷରେ ଧର୍ମ ମାସ କାର୍ତ୍ତିକରେ ହବିଷ୍ୟଳୀମାନେ ମଧ୍ୟ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ରହିବେ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ମନ୍ଦିର ଖୋଲିବା ନେଇ ଆଜି 4ଟି ନିଯୋଗ କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ମତାମତ ସଂଗ୍ରହ କରିଥିଲେ । ପୁଷ୍ପାଳକ, ମହାଜନ, ଗରାବଢୁ ଓ ବିମାନ ବଢୁ ନିଯୋଗ ଏବଂ 5 ମହାନାୟକଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଆଲୋଚନା ସମୟରେ ଅଧିକାଂଶ ସେବାୟତ ଶ୍ରୀମନ୍ଦିର ନଖୋଲିବା ସପକ୍ଷରେ ମତ ଦେଇଥିବା ଜଣାପଡିଛି ।

ପୂର୍ବରୁ ପରିଚଳନା କମିଟିର ସଦସ୍ୟମାନେ ମଧ୍ୟ ଶ୍ରୀମନ୍ଦିର ନ ଖୋଲିବାକୁ ମତ ଦେଇଥିଲେ । ତେଣୁ କାର୍ତ୍ତିକ ମାସ ପୂର୍ବରୁ ଶ୍ରୀମନ୍ଦିର ଖୋଲିବ ନାହିଁ ବୋଲି ଜଣାପଡ଼ିଛି ।

କାର୍ତ୍ତିକ ମାସ ପୂର୍ବରୁ ଭକ୍ତଙ୍କ ପାଇଁ ଖୋଲିବନି ଶ୍ରୀମନ୍ଦିର !

ଅପରପକ୍ଷେ ସେବାୟତଙ୍କ ଆର୍ଥିକ ଦୃଷ୍ଟିରୁ ଶ୍ରୀମନ୍ଦିର ପ୍ରଶାସନ ଧ୍ୟାନ ଦେବାକୁ ଦାବି ହୋଇଛି । ଦୀର୍ଘ 7 ମାସ ଧରି କାଳିଆ ଦର୍ଶନରୁ ବଞ୍ଚି ହୋଇଛନ୍ତି ଭକ୍ତ । କୋଭିଡ କଟକଣା ଭକ୍ତ ଓ ମହାପ୍ରଭୁଙ୍କ ଭିତରେ ପାଚେରୀ ସୃଷ୍ଟି କରିଛି । ଏଭଳି ସମୟରେ ସେବାୟତଙ୍କ ସ୍ୱର ସହ ତାଳ ମିଳାଇଛନ୍ତି ଶ୍ରଦ୍ଧାଳୁ । କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବାରୁ ଆଗ ଜୀବନ ଓ ପରେ କାଳିଆ ଦର୍ଶନ ବୋଲି ଭକ୍ତ ମତ ଦେଇଛନ୍ତି । ତେଣୁ ସେବାୟତ ଓ ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ସମୟରେ ଶ୍ରୀମନ୍ଦିର ଖୋଲିବା ଉଚିତ ନୁହେଁ ବୋଲି ଭକ୍ତ ନିଜ ପ୍ରତିକ୍ରିୟାରେ କହିଛନ୍ତି । ସେହିପରି କେତେକ ଭକ୍ତ କିନ୍ତୁ କୋଭିଡ ଗାଇଡ଼ଲାଇନ ଅନୁଯାୟୀ ଶ୍ରୀମନ୍ଦିର ଖୋଲିବାକୁ ମତ ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.