ETV Bharat / state

ମହାପ୍ରଭୁଙ୍କ ମାମୁଘର ପ୍ରସଙ୍ଗ, ପୋଢୁଆଁ ଭାର ଗ୍ରହଣ କଲାନାହିଁ ଶ୍ରୀମନ୍ଦିର ପ୍ରଶାସନ - sri mandir festival

ଲୋକକଥା ମୁତାବକ ମହାପ୍ରଭୁ ଜଗନ୍ନାଥଙ୍କ ମାମୁ ଘର ଦାବି କରି ନିଆଳି ସ୍ଥିତ ମାଧବାନନ୍ଦ ମନ୍ଦିରରୁ ଆସିଥିଲା ଶ୍ରୀମନ୍ଦିରକୁ ପୋଢ଼ୁଆଁ ଭାର । ହେଲେ ଏହି ପୋଢୁଆଁ ଭାରକୁ ନେଇ ଏବେ ଦେଖାଦେଇଛି ବିବାଦ । ମହାପ୍ରଭୁଙ୍କ ପାଇଁ ପଢ଼ୁଆଁ ଭାର ଆଣିଥିବା ନିଆଳିର ମାଧବାନନ୍ଦ ମନ୍ଦିର ଟ୍ରଷ୍ଟର ସାମଗ୍ରୀକୁ ଶ୍ରୀମନ୍ଦିର ପ୍ରଶାସନ ଗ୍ରହଣ କରିନାହିଁ ।

ମାଧବାନନ୍ଦ ନୁହଁନ୍ତି ମହାପ୍ରଭୁଙ୍କ ମାମୁଘର
author img

By

Published : Nov 20, 2019, 6:25 PM IST

ପୁରୀ: ଆଜି (ବୁଧବାର) ପ୍ରଥମାଷ୍ଟମୀ । ସେଥିପାଇଁ ଶ୍ରୀମନ୍ଦିର ହୋଇଥିଲା ଚଳଚଞ୍ଚଳ । ବଡଭାଇ ତଥା ମହାପ୍ରଭୁ ବଳଭଦ୍ର ହୋଇଛନ୍ତି ପୋଢୁଆଁ । ଏପଟେ ଲୋକକଥା ମୁତାବକ ମହାପ୍ରଭୁ ଜଗନ୍ନାଥଙ୍କ ମାମୁ ଘର ଦାବି କରି ନିଆଳି ସ୍ଥିତ ମାଧବାନନ୍ଦ ମନ୍ଦିରରୁ ଆସିଥିଲା ଶ୍ରୀମନ୍ଦିରକୁ ପୋଢ଼ୁଆଁ ଭାର । ହେଲେ ଏହି ପୋଢୁଆଁ ଭାରକୁ ନେଇ ଏବେ ଦେଖାଦେଇଛି ବିବାଦ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ମହାପ୍ରଭୁଙ୍କ ପାଇଁ ପଢ଼ୁଆଁ ଭାର ଆଣିଥିବା ନିଆଳିର ମାଧବାନନ୍ଦ ମନ୍ଦିର ଟ୍ରଷ୍ଟର ସାମଗ୍ରୀ କୁ ଶ୍ରୀମନ୍ଦିର ପ୍ରଶାସନ ଗ୍ରହଣ କରିନାହିଁ । ଶ୍ରୀମନ୍ଦିର ସ୍ବତଲିପିରେ ନିଆଳିର ମାଧବାନନ୍ଦ ମନ୍ଦିର ଶ୍ରୀଜଗନ୍ନାଥଙ୍କ ମାମୁ ଘର ନେଇ କୌଣସି ତଥ୍ୟଗତ ପ୍ରମାଣ ନାହିଁ । ଏଣୁ ପଢ଼ୁଆଁ ପାଇଁ ଆସିଥିବା ସାମଗ୍ରୀ ଶ୍ରୀମନ୍ଦିର ପ୍ରଶାସନ ଗ୍ରହଣ କରିନାହିଁ। ଶ୍ରୀମନ୍ଦିର ନୀତି ପ୍ରଶାସକ ଏହି ସୂଚନା ଦେଇଛନ୍ତି । ତେବେ ମାଧବାନନ୍ଦ ଟ୍ରଷ୍ଟ ପକ୍ଷରୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦିଆଯାଇ ଥିବା ଖଣ୍ଡୁଆ ପାଟ କୁ କେଵଳ ଶ୍ରୀମନ୍ଦିର ପ୍ରଶାସନ ଦାନ ହିସାବରେ ଗ୍ରହଣ କରିଛି । ଏହାସହ 3ହଜାର 5ଶହ ଟଙ୍କା ମଧ୍ୟ ଗ୍ରହଣ କରାଯାଇଛି ।

ଗତ 16 ତାରିଖରେ ନିଆଳିର ମାଧବାନନ୍ଦ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଖଣ୍ଡୁଆ ପାଟ ଦେବା ନେଇ ଅନୁମତି ମଗାଯାଇ ଥିଲା । ଯାହାକୁ ଶ୍ରୀମନ୍ଦିର ପ୍ରଶାସନ ଗ୍ରହଣ କରିଛି। ତେବେ ପଢ଼ୁଆଁ ଭାର ଗ୍ରହଣ ହୋଇନଥିବା ଶ୍ରୀମନ୍ଦିର ନୀତି ପ୍ରଶାସକ କହିଛନ୍ତି ।

ସେପଟେ ଏହି ପ୍ରସଙ୍ଗକୁ ନେଇ ନିଆଳି ମାଧବାନନ୍ଦଜୀଉଙ୍କ ସେବକ କହିଛନ୍ତି ନିଆଳି ମାଧବାନନ୍ଦ ମହାପ୍ରଭୁଙ୍କ ମାମୁଘର ବୋଲି ପ୍ରାଚୀ ପୁରାଣ, ମଙ୍ଗଳା ପୁରାଣରେ ବର୍ଣ୍ଣିତ ରହିଛି । ତେବେ ଆଗାମୀ ଦିନରେ ଗବେଷକଙ୍କୁ ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଉପଯୁକ୍ତ ତଥ୍ୟ ଦିଆଯିବ ବୋଲି ପ୍ରଭୁ ମାଧବାନନ୍ଦ ଜୀଉଙ୍କ ସେବକମାନେ କହିଛନ୍ତି । ସେବକ ଆହୁରି କହିଛନ୍ତି ଆସନ୍ତା ବର୍ଷ ମଧ୍ୟ ଚଳିତ ବର୍ଷ ଠାରୁ ଆହୁରି ବିଶାଳ ଅଧ୍ୟତ୍ମିକ ଶୋଭାଯାତ୍ରାରେ ଶ୍ରଦ୍ଧାଳୁ ମାନେ ଶ୍ରୀମନ୍ଦିର ଯାଇ ପରମ୍ପରାକୁ ଉଜ୍ଜୀବିତ ରଖିବା ପାଇଁ ଉଦ୍ୟମ କରିବେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ପଢ଼ୁଆଁ ଭାର ଗ୍ରହଣ କଲାନି ଶ୍ରୀମନ୍ଦିର ପ୍ରଶାସନBody:ମହାପ୍ରଭୁଙ୍କ ପାଇଁ ପଢ଼ୁଆଁ ଭାର ଆଣିଥିବା ନିଆଳି ର ମାଧବାନନ୍ଦ ମନ୍ଦିର ଟ୍ରଷ୍ଟ ର ସାମଗ୍ରୀ କୁ ଶ୍ରୀମନ୍ଦିର ପ୍ରଶାସନ ଗ୍ରହଣ କରିନାହିଁ। ଶ୍ରୀମନ୍ଦିର ସ୍ବତଲିପି ରେ ନିଆଳି ର ମାଧବାନନ୍ଦ ମନ୍ଦିର ମାମୁ ଘର ନେଇ ଶ୍ରୀଜଗନ୍ନାଥ ଙ୍କ ର କୌଣସି ସମ୍ପର୍କ କିଛି ତଥ୍ୟ ଗତ ପ୍ରମାଣ ନାହିଁ । ଏଣୁ ପଢ଼ୁଆଁ ଅଷ୍ଟମୀ ସାମଗ୍ରୀ ଶ୍ରୀମନ୍ଦିର ପ୍ରଶାସନ ଗ୍ରହଣ କରିନାହିଁ। ଶ୍ରୀମନ୍ଦିର ନୀତି ପ୍ରଶାସକ ସୂଚନା ଦେଇଛନ୍ତି।ତେବେ ମାଧବାନନ୍ଦ ଟ୍ରଷ୍ଟ ପକ୍ଷରୁ ମହାପ୍ରଭୁଙ୍କ ଉଦେଶ୍ୟ ଦିଆ ଯାଇ ଥିବା ଖଣ୍ଡୁଆ ପାଟ କୁ କେଵଳ ଶ୍ରୀମନ୍ଦିର ପ୍ରଶାସନ ଦାନ ହିସାବରେ ଗ୍ରହଣ କରିଛି । ଗତ 16 ତାରିଖରେ ନିଆଳି ର ମାଧବାନନ୍ଦ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନ କୁ ମହାପ୍ରଭୁଙ୍କ ଉଦେଶ୍ୟ ରେ ଖଣ୍ଡୁଆ ପାଟ ଦେବା ନେଇ ଅନୁମତି ମଗାଯାଇ ଥିଲା। ଯାହାକୁ ଶ୍ରୀମନ୍ଦିର ପ୍ରଶାସନ ଗ୍ରହଣ କରିଛି। ତେବେ ପଢ଼ୁଆଁ ଭାର ଆଣିବା ନେଇ କୌଣସି ଅନୁମତି ଦିଆଯାଇ ନ ଥିବା ଶ୍ରୀମନ୍ଦିର ନୀତି ପ୍ରଶାସକ କହିଛନ୍ତି।

ବାଇଟ,, ଜିତେନ୍ଦ୍ର ସାହୁ ,, ଶ୍ରୀମନ୍ଦିର ନୀତି ପ୍ରଶାସକ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.