ETV Bharat / state

Online Puja App Fraud: ଶ୍ରୀମନ୍ଦିରରେ ପୂଜାର୍ଚ୍ଚନା ନାଁରେ ଠକେଇ ! ଶ୍ରୀମନ୍ଦିର ପ୍ରଶାସନର ତଦନ୍ତ ଆରମ୍ଭ

ଶ୍ରୀମନ୍ଦିରରେ ପୂଜାର୍ଚ୍ଚନା ନେଇ ଅନଲାଇନ ଆପ୍‌ରେ ଠକେଇ ଘଟଣା । ସିଂହଦ୍ବାର ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କଲା ଶ୍ରୀମନ୍ଦିର ପ୍ରଶାସନ । ଅଧିକ ପଢନ୍ତୁ

author img

By

Published : Jun 24, 2023, 6:27 PM IST

Etv Bharat
Etv Bharat
ଶ୍ରୀମନ୍ଦିରରେ ପୂଜାର୍ଚ୍ଚନା ନାଁରେ ଠକେଇ

ପୁରୀ: ଉତ୍ସବ ଆପ ମାଧ୍ୟମରେ ଅନଲାଇନରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ପୂଜାର୍ଚ୍ଚନା କରିବା ନାଁରେ ଭକ୍ତଙ୍କୁ ଠକେଇ କରାଯାଉଥିବା ଅଭିଯୋଗ ଘଟଣା । ସିଂହଦ୍ବାର ଥାନାରେ ଅଭିଯୋଗ ହେବା ପରେ ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଯଦି କେହି ଭକ୍ତଙ୍କୁ ପୂଜା କରିବା ନାଁରେ ଠକେଇ କରୁଥିବ ଜଣାପଡ଼େ ତେବେ ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଶ୍ରମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାଶ ସୂଚନା ଦେଇଛନ୍ତି ।

ଶ୍ରୀମନ୍ଦିରରେ ପୂଜାର୍ଚ୍ଚନା ନାଁରେ ଠକେଇ
ଶ୍ରୀମନ୍ଦିରରେ ପୂଜାର୍ଚ୍ଚନା ନାଁରେ ଠକେଇ

ଏ ନେଇ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ପୁରୀ ସିଂହଦ୍ବାର ଥାନାକୁ ଜଣାଇ ଦିଆଯାଇଛି । ପୋଲିସ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠନ ନେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ସେପଟେ ଅନଲାଇନ ଆପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ପୂଜାର୍ଚ୍ଚନା କରିବା ଆଳରେ ଠକେଇ ଘଟଣାକୁ ଗୁରୁତର ଭାବେ ନେଇଛନ୍ତି ବରିଷ୍ଠ ସେବାୟତ । ଏହା ସମ୍ପୂର୍ଣ ବେଆଇନ। ତୁରନ୍ତ ପୋଲିସ ପ୍ରଶାସନ ଏ ଦିଗରେ କଡ଼ା ପଦକ୍ଷେପ ନେବାକୁ ବରିଷ୍ଠ ସେବାୟତ ଦାବି କରୁଛନ୍ତି । ଅନଲାଇନରେ ବୁକ୍ କରି ଅଥବା ଅର୍ଥ ଦେଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ପୂଜାର୍ଚ୍ଚନା କରିବା ସହ ଭୋଗ ଲାଗି କରିବା ବ୍ୟବସ୍ଥା ନ ଥିବା ସେବାୟତ କହିଛନ୍ତି ।

ଯଦି କେହି ଦାନ ଦେବାକୁ ଚାହିଁବେ ସେମାନେ ଶ୍ରୀମନ୍ଦିର ପ୍ରଶାସନର ୱେବସାଇଟ ଯାଇ ଅନଲାଇନରେ ଦାନ କରିପାରିବେ । ଏ ନେଇ ଅନଲାଇନରେ ବ୍ୟବସ୍ଥା ରହିଛି । ଏଣୁ ଭକ୍ତମାନେ ଅନଲାଇନରେ କୌଣସି ବିଜ୍ଞାପନ ଦେଖି ଏପରି ଠକେଇରୁ ନିବୃତ୍ତ ରହିବାକୁ ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି । ଗତ କିଛି ଦିନ ହେବ ମହାପ୍ରଭୁଙ୍କୁ ନେଇ ଚାଲିଛି ଭକ୍ତ ମାନଙ୍କୁ ଠକେଇ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନିକଟରେ ଭୋଗ ଲଗେଇବାକୁ କହି ଭକ୍ତଙ୍କ ସହ ଚାଲିଛି ଠକେଇ । ଅନଲାଇନ ବିଜ୍ଞାପନରେ ଏହି କାରବାର ଚାଲିଛି । ଭକ୍ତମାନେ ଶ୍ରୀମନ୍ଦିର ନ ଆସି ଯେକୌଣସି ସ୍ଥାନରୁ ଥାଇ ମହାପ୍ରଭୁଙ୍କୁ ନିଜ ନାଁରେ ଭୋଗ ଚଢ଼େଇ ପାରିବେ ବୋଲି ଅନଲାଇନ ଆପରେ ପ୍ରଚାର କରାଯାଉଛି ।

ଏହା ବି ପଢନ୍ତୁ- ମହାପ୍ରଭୁଙ୍କ ନାଁରେ ଠକେଇ; ଅନଲାଇନ ଆପ ଜାରିଆରେ ଦର୍ଶନ, ଭୋଗ ପାଇଁ ହେଉଛି ବୁକିଂ

ଏଭଳି ସୁବିଧା କଥା ଲକ୍ଷଲକ୍ଷ ଟଙ୍କା ଆଦାୟ କରାଯାଉଛି । 'ଉତ୍ସବ' ନାମକ ଏକ ଆପରେ ଚାଲିଛି ଏହି ଠକେଇ। ହଜାର ହଜାର ଭକ୍ତ ଏହି ଠକେଇର ଶିକାର ହେଉଛନ୍ତି । ପଶ୍ଚିମବଙ୍ଗର ଜଣେ ବ୍ୟକ୍ତି ଏହି ଅନଲାଇନ ଆପ ପ୍ରସ୍ତୁତ କରି ଏହି ଠକେଇ ଚଲେଇଛନ୍ତି । ଶ୍ରୀମନ୍ଦିରରେ ବିଭିନ୍ନ ପ୍ରକାର ପୂଜା କରିବା ଓ ଭୋଗ ଲଗେଇବା ପାଇଁ ପୃଥକ ପୃଥକ ରେଟ୍ ଚାର୍ଟ ପ୍ରସ୍ତୁତ କରାଯାଇଛି । ଆପରେ ଦିଆଯାଇଥିବା ବିଜ୍ଞାପନରେ ଉଲ୍ଲେଖ କରାଯାଇଛି, ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କୁ ମାସିକିଆ ପୂଜା ପାଇଁ ୮,୧୦୦ ଟଙ୍କା ପୈଠ କରିବାକୁ ହେବ । ଧାର୍ଯ୍ୟ ଟଙ୍କା ଦେଇ ଥରେ ବୁକ୍ କଲେ ପ୍ରତ୍ୟେକ ମାସର ଏକ ସ୍ଵତନ୍ତ୍ର ତିଥିରେ ନାଁ ଏବଂ ଗୋତ୍ର ସହ ମହାପ୍ରଭୁଙ୍କୁ ଭୋଗ ଲଗାଯିବ ବୋଲି ଉଲ୍ଲେଖ କରାଯାଇଛି ।

ରଥଯାତ୍ରାରେ ସ୍ବତନ୍ତ୍ର ଭୋଗ ପାଇଁ ୪, ୫୦୧ ଟଙ୍କା ପୈଠ କରିବାକୁ ଉଲ୍ଲେଖ କରାଯାଇଛି । ସମ୍ପୂର୍ଣ୍ଣ ପରିବାର ପାଇଁ ଶ୍ରୀମନ୍ଦିରରେ ସ୍ଵତନ୍ତ୍ର ପୂଜା କରିବାକୁ ହେଲେ ୨୪୦୧ ଟଙ୍କା ଓ ଶ୍ରୀମନ୍ଦିରରେ ଧ୍ଵଜା ବାନ୍ଧିବାକୁ ୨୧୫୧ ଟଙ୍କା ପୈଠ କରିବାକୁ ହେବ । ମନ୍ଦିରରେ ନାମ ଓ ଗୋତ୍ର ସଂକଳ୍ପ କରିବା ପାଇଁ ୮୦୧ ଟଙ୍କା ଦେବାକୁ ଆପରେ ଉଲ୍ଲେଖ ଅଛି । ଏହାଛଡ଼ା ମଣ୍ଡପ ଭୋଗ ଦାନ ପାଇଁ ୬୯୦୧ ଟଙ୍କା ଦେବାକୁ ବିଜ୍ଞାପନ କରାଯାଇଛି । ପ୍ରତ୍ୟେକ ବୁକିଂରେ ଭକ୍ତଙ୍କ ଘର ଠିକଣାରେ ଶ୍ରୀମନ୍ଦିରର ଶୁଖୁଲା ଭୋଗ ଓ ନିର୍ମାଲ୍ୟ ପଠାଯିବ ବୋଲି ମଧ୍ୟ ସୂଚନା ଦିଆଯାଇଛି ।

ମହାପ୍ରଭୁଙ୍କ ପାଇଁ ଆଟିକା ବାନ୍ଧିବାକୁ ୧୧,୫୦୧ ଟଙ୍କା ପୈଠ କରିବା ଲାଗି ମଧ୍ୟ କୁହାଯାଇଛି । ହେଲେ ଶ୍ରୀମନ୍ଦିରରେ ଏଭଳି କୌଣସି ବ୍ୟବସ୍ଥା ନାହିଁ । ବର୍ତ୍ତମାନ ସୁଦ୍ଧା ଏହି ଆପ ମାଧ୍ୟମରେ ଅନଲାଇନ ଭୋଗ ଲଗାଇବାକୁ ୩,୭୦୦ରୁ ଅଧ‌ିକ ଲୋକ ବୁକ କରିସାରିଥିବା ଆପରେ ସୂଚନା ରହିଛି । ଶ୍ରୀମନ୍ଦିରର ଛାମୁ ଖୁଣ୍ଟିଆ ସେବାୟତ ଶମ୍ଭୁନାଥ ଖୁଣ୍ଟିଆ ଏନେଇ ଆପତ୍ତି ଉଠାଇବା ସହ ସିଂହଦ୍ଵାର ଥାନାରେ ଅଭିଯୋଗ କରିଛନ୍ତି । ଆପ ମୁଖ୍ୟ ସୌରଜିତ ବାସୁ, ପ୍ରଜତ ସାମନ୍ତ ଏବଂ ଅଙ୍କିତା ଦେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଥାନାରେ ଏତଲା ଦେଇଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.