ETV Bharat / state

Dress code for Devotees: ଆଲୋଚନା ପରେ ନିଷ୍ପତ୍ତି କହିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଡ୍ରେସ୍ କୋଡ ଲାଗୁ ପ୍ରସଙ୍ଗ । ଆଲୋଚନା ପରେ ନିଷ୍ପତ୍ତି ନିଆଯିବ କହିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଅଧିକ ପଢନ୍ତୁ

author img

By

Published : Jul 6, 2023, 10:55 PM IST

Updated : Jul 6, 2023, 11:04 PM IST

Etv Bharat
Etv Bharat
Dress code for Devotees: ଆଲୋଚନା ପରେ ନିଷ୍ପତ୍ତି କହିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ: ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଡ୍ରେସ୍ କୋଡ ଲାଗୁ ହେବା ଦରକାର । ଅନେକ ଯୁବକ ଯୁବତୀ ଆଧୁନିକ ପୋଷାକ ପିନ୍ଧି ଆସିବା ଦ୍ବାରା ଶ୍ରୀମନ୍ଦିରରେ ଆଧ୍ୟାତ୍ମିକ ବାତାବରଣ ଖରାପ ହେଉଛି । ଏଣୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଭାରତୀୟ ସଂସ୍କୃତିର ପାରମ୍ପାରିକ ଡ୍ରେସ୍ କୋଡ ଲାଗୁ ହେବା ଉଚିତ ବୋଲି ଦଇତାପତି ନିଯୋଗ ଦାବି କରିବା ପରେ ଏହାକୁ ଭକ୍ତ ମଧ୍ୟ ସ୍ଵାଗତ କରିଛନ୍ତି । ସେପଟେ ଶ୍ରୀମନ୍ଦିର ପରିଚାଳନା କମିଟିରେ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ।

ଶ୍ରୀମନ୍ଦିର ହେଉଛି ଅତ୍ୟନ୍ତ ପବିତ୍ର ସ୍ଥାନ । ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ପୀଠ । ଏଣୁ ଶ୍ରୀମନ୍ଦିରରେ ଆଧ୍ୟାତ୍ମିକ ପରିବେଶ ବଜାୟ ରଖିବା ପାଇଁ ପାରମ୍ପାରିକ ଡ୍ରେସ୍ ପିନ୍ଧି ଭକ୍ତମାନେ ଆସିବା ଉଚିତ । ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ଏକ ନିୟମ ଆଣିବା ଉଚିତ ବୋଲି ଭକ୍ତ କହିଛନ୍ତି । ଦକ୍ଷିଣ ଭାରତରେ ଥିବା ଅନେକ ମନ୍ଦିର ଗୁଡିକରେ ପାରମ୍ପାରିକ ପୋଷାକ କେବଳ ପିନ୍ଧି ପ୍ରବେଶ ନେଇ ନିୟମ ରହିଛି । ଏଣୁ ଶ୍ରୀମନ୍ଦିରରେ ମଧ୍ୟ ଏହା ଲାଗୁ ହେଉ । ପୁରୁଷ ବ୍ୟକ୍ତିମାନେ କୁର୍ତ୍ତା ଭଳି ପାରମ୍ପାରିକ ପୋଷାକ ପିନ୍ଧିବା ଉଚିତ । ସେହିପରି ମହିଳାମାନେ ଶାଢୀ, ସଲୱାର କମିଜ ଭଳି ପାରମ୍ପାରିକ ପୋଷାକ ପିନ୍ଧିବା ଉଚିତ ବୋଲି ଭକ୍ତ କହିଛନ୍ତି।

ଏହା ବି ପଢନ୍ତୁ- ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଡ୍ରେସ୍‌କୋଡ୍‌ ଲାଗୁ ହେଉ: ଦଇତାପତି ନିଯୋଗ

ଅନ୍ୟପଟେ ଏହି ଦାବିକୁ ସମର୍ଥନ କରିଛନ୍ତି ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର । ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଆସୁଥିବା ଭକ୍ତ ଆମ ସଂସ୍କୃତିର ପାରମ୍ପାରିକ ପୋଷାକ ପିନ୍ଧି ଆସିବା ଉଚିତ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବା ଉଚିତ ବୋଲି ମହାପ୍ରଭୁଙ୍କ ବାଡଗ୍ରାହି କହିଛନ୍ତି । ସେପଟେ ଭକ୍ତ ଓ ସେବାୟତ ମହଲରେ ଡ୍ରେସ କୋଡକୁ ନେଇ ଦାବି ପରେ ଏହା ଉପରେ ବିଚାର କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ କହିଛନ୍ତି ।

ଶ୍ରୀମନ୍ଦିର ପରିଚାଳନା କମିଟିରେ ଏହି ପ୍ରସଙ୍ଗ ଆଲୋଚନା ପରେ ଏନେଇ କିଛି ନିୟମ କରାଯିବ । ତେବେ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଆସୁଥିବା ବେଳେ ଶାଳୀନତା ପୋଷାକ ପିନ୍ଧି ଆସିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭକ୍ତଙ୍କୁ ଅନୁରୋଧ କରିଛନ୍ତି । ତେବେ ଭକ୍ତ ଓ ସେବାୟତ ମହଲରେ ଶ୍ରୀମନ୍ଦିରରେ ପ୍ରଵେଶ କରୁଥିବା ଭକ୍ତଙ୍କ ପାଇଁ ଡ୍ରେସ କୋଡ ଦାବି ଉଠିଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ଏ ନେଇ କଣ ପଦକ୍ଷେପ ନେଉଛି ତାକୁ ଏବେ ସମସ୍ତଙ୍କ ଅପେକ୍ଷା ।

ଇଟିଭି ଭାରତ, ପୁରୀ

Last Updated : Jul 6, 2023, 11:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.