ETV Bharat / state

ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର, ମିଠା ବାଣ୍ଟିଲା ଶ୍ରୀଜଗନ୍ନାଥ ସେନା - ଶ୍ରୀଜଗନ୍ନାଥ ସେନା ମିଠା ବଣ୍ଟନ ଖବର

ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବାକୁ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତିକୁ ସ୍ୱାଗତ କରିଛି ଶ୍ରୀଜଗନ୍ନାଥ ସେନା । ଏହି ଖୁସିରେ ସଂଗଠନ ପକ୍ଷରୁ ଶନିବାର ଶ୍ରୀମନ୍ଦିର ସମ୍ମୁଖରେ ଭକ୍ତଙ୍କୁ ମିଠା ବଣ୍ଟାଯାଇଛି । ଅଧିକ ପଢନ୍ତୁ

ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବା ଖୁସିରେ ମିଠା ବାଣ୍ଟିଲା ଶ୍ରୀଜଗନ୍ନାଥ ସେନା

author img

By

Published : Jan 29, 2022, 10:46 PM IST

ପୁରୀ: ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବାକୁ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତିକୁ ସ୍ୱାଗତ କରିଛି ଶ୍ରୀଜଗନ୍ନାଥ ସେନା । ଏହି ଖୁସିରେ ସଂଗଠନ ପକ୍ଷରୁ ଆଜି(ଶନିବାର) ଶ୍ରୀମନ୍ଦିର ସମ୍ମୁଖରେ ଭକ୍ତଙ୍କୁ ମିଠା ବଣ୍ଟାଯାଇଛି । ମହାପ୍ରଭୁଙ୍କ କୃପାରୁ ଭକ୍ତ ଗୁହାରୀ ଶୁଣି ସ୍ୱୟଂ ଶ୍ରୀଜଗନ୍ନାଥ ଶ୍ରୀମନ୍ଦିର ଖୋଲିଥିବା ଶ୍ରୀଜଗନ୍ନାଥ ସେନା କହିଛି । ପୂର୍ବରୁ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ନିଷ୍ପତ୍ତି ଶ୍ରୀଜଗନ୍ନାଥ ସେନା ପକ୍ଷରୁ ବିରୋଧ କରାଯାଇଥିଲା ।

ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବା ଖୁସିରେ ମିଠା ବାଣ୍ଟିଲା ଶ୍ରୀଜଗନ୍ନାଥ ସେନା

ରାଜ୍ୟରେ ସବୁକିଛି ଖୋଲା ଥିବା ବେଳେ, ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ କୋଭିଡ ସଂକ୍ରମଣ ବୃଦ୍ଧି ଆଳରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ନିଷ୍ପତ୍ତି ଠିକ ନୁହେଁ ବୋଲି ସଂଗଠନ ଅଭିଯୋଗ କରିଥିଲା । ସେପଟେ ଚଳିତ ଥର ଶ୍ରୀମନ୍ଦିର ବନ୍ଦ ଓ ଖୋଲିବା ନିଷ୍ପତ୍ତି ବେଆଇନ ଭାବେ ନିଆଯାଇଥିବା ଶ୍ରୀଜଗନ୍ନାଥ ସେନା ଅଭିଯୋଗ କରିଛି । ଶ୍ରୀମନ୍ଦିରର ଆଇନ ଅନୁଯାୟୀ ଶ୍ରୀମନ୍ଦିର ସମ୍ପର୍କିତ ନିଷ୍ପତ୍ତି କେବଳ ଶ୍ରୀମନ୍ଦିର ପରିଚାଳନା କମିଟିର ରହିଛି । କିନ୍ତୁ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହି ନିୟମକୁ ଉଲଙ୍ଘନ କରି ଶ୍ରୀମନ୍ଦିର ସମ୍ପର୍କରେ ନିଷ୍ପତ୍ତି ନେବାର ଆଇନଗତ ଅଧିକାର ନଥିବା ଛତିସା ନିଯୋଗର ମତାମତ ନେଇ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ଏବଂ ଖୋଲିବା ନିଷ୍ପତ୍ତି ସମ୍ପୂର୍ଣ୍ଣ ଶ୍ରୀମନ୍ଦିର ଆଇନର ନିୟମ ଉଲଙ୍ଘନ ହୋଇଥିବା ଶ୍ରୀଜଗନ୍ନାଥ ସେନା ଅଭିଯୋଗ କରିଛି । ଦେଶ ଓ ବିଭିନ୍ନ ଅନୁଷ୍ଠାନର କାର୍ଯ୍ୟ ସବୁ ଆଇନ ସୀମାରେ ଚାଲିଥିବା ବେଳେ ଶ୍ରୀମନ୍ଦିର ବିଷୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିଜେ ନିୟମ ଉଲଙ୍ଘନ କରିବା ଦୁର୍ଭାଗ୍ୟଜନକ ବୋଲି ଶ୍ରୀଜଗନ୍ନାଥ ସେନା କହିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.