ETV Bharat / state

ଶ୍ରୀକ୍ଷେତ୍ର ସାଆନ୍ତେ: କାହିଁକି ପୁରୀରେ କୂଳ ଲଙ୍ଘେନି ସମୁଦ୍ର.....

ପୁରୀରେ ଅଶାନ୍ତ ସମୁଦ୍ର କଣ ପାଇଁ କୂଳ ଲଙ୍ଘି ନଥାଏ ? ଏହାର କାରଣ ପଛରେ କି କିମ୍ବଦନ୍ତୀ ରହିଛି । କିଏ ଦରିଆ କୂଳରେ ରହି ସମୁଦ୍ରକୁ ଆୟତ୍ତ କରନ୍ତି । ହନୁମାନଙ୍କ ଗୋଡରେ ବେଡି କାହିଁକି ପଡିଛି । ଏହା ପଛର କିମ୍ବଦନ୍ତୀ ଏହିପରି ରହିଛି ।

ଡିଜାଇନ ଫଟୋ
author img

By

Published : Jun 27, 2019, 11:27 AM IST

Updated : Jun 27, 2019, 11:33 AM IST

ଭୁବନେଶ୍ବର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳା ବଡ଼ ବିଚିତ୍ର । ଶ୍ରୀକ୍ଷେତ୍ରର ମହିମା, ବିବିଧତା, ବିଚିତ୍ରତା ତଥା ସୌନ୍ଦର୍ଯ୍ୟ ଅନ୍ୟ କୌଣସି ଧାମରେ ପରିଲକ୍ଷିତ ହୋଇ ନଥାଏ । କ୍ଷେତ୍ରର ମହିମା ଅବର୍ଣ୍ଣନୀୟ, ଶ୍ରୀମନ୍ଦିରରେ ଅନେକ ଆଶ୍ଚର୍ଯ୍ୟ ରହିଛି । ଯାହା ଶୁଣିଲେ ଗଭୀର ଭାବେ ବିସ୍ମିତ ହେବା ସହ ସ୍ତମ୍ଭୀଭୂତ କରିଦେବ । ଯେମିତିକି ଅଶାନ୍ତ ସମୁଦ୍ର କଣ ପାଇଁ କୂଳ ଲଙ୍ଘି ନଥାଏ ? ଏହାର କାରଣ ପଛରେ କିମ୍ବଦନ୍ତୀ ଏହିପରି ରହିଛି ।

ଶ୍ରୀକ୍ଷେତ୍ରର ରକ୍ଷକ ହିସାବରେ ଜଗନ୍ନାଥ ପୁରୀର ଚାରି ଦିଗର ସୀମାନ୍ତରେ ହନୁମାନ ରହିଛନ୍ତି । କିମ୍ବଦନ୍ତୀ ଅନୁସାରେ ପୂର୍ବେ ସମୁଦ୍ରର ପ୍ରଭାବରେ ଶ୍ରୀକ୍ଷେତ୍ର ଜଳମଗ୍ନ ହୋଇଯାଉଥିଲା । ବାରମ୍ବାର ସମୁଦ୍ର ଜଳ ଦ୍ବାରା କ୍ଷତିଗ୍ରସ୍ତ ହେବାରୁ ଶ୍ରୀକ୍ଷେତ୍ରବାସୀ ଶ୍ରୀଜଗନ୍ନାଥଙ୍କୁ ଗୁୁହାରି କରିଥିଲେ । ଭାବଗ୍ରାହୀ ଭଗବାନ ଭକ୍ତଙ୍କ ଡାକଶୁଣି, ହନୁମାନଙ୍କୁ ସମୁଦ୍ର କୂଳ ଜଗିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଫଳରେ ବିଶାଳକାୟ ଏକ ହନୁମାନ ଚକ୍ରତୀର୍ଥର ଅନତି ଦୂରରେ ରହି ଜାଗ୍ରତ ପ୍ରହରୀରୂପେ ଶ୍ରୀକ୍ଷେତ୍ର ମଧ୍ୟରେ ସମୁଦ୍ରର ଅନୁପ୍ରବେଶ ପ୍ରତିରୋଧ କରନ୍ତି । ସମୁଦ୍ର କୂଳରେ ବିରାଜମାନ କରିବା ଫଳରେ ସମୁଦ୍ର କୂଳଲଙ୍ଘନ ବନ୍ଦ କରିବା ସହ ପୁରୀକୁ ବିଭିନ୍ନ ସାମୁଦ୍ରିକ ବିପତ୍ତିରୁ ରକ୍ଷା କରନ୍ତି । ଶ୍ରୀକ୍ଷେତ୍ରକୁ ରକ୍ଷା କରୁଥିବାରୁ ଏହାକୁ ସ୍ଥାନୀୟ ଲୋକେ ଦରିଆ ହନୁମାନ ବୋଲି କହିଥାନ୍ତି । ଶ୍ରୀଜଗନ୍ନାଥଙ୍କ ଆଦେଶ ପୂର୍ବକ କର୍ତ୍ତବ୍ୟ ପାଳନ କରୁଥିବାରୁ ଏହି ଦରିଆ ମହାବୀରଙ୍କୁ ଶ୍ରୀମନ୍ଦିରରୁ ପ୍ରତ୍ୟେହ ଅନ୍ନପ୍ରସାଦ ଆଣି ଲାଗି କରାଯାଇଥାଏ ।

lord-hanuman
ଡିଜାଇନ ଫଟୋ

ଏହି ଭକ୍ତ ଶ୍ରେଷ୍ଠ ହନୁମାନଙ୍କୁ ଦରିଆ ହନୁମାନ ବ୍ୟତୀତ ବେଡି ପକା ହନୁମାନ ମଧ୍ୟ କୁହାଯାଏ । ଏହାର କାରଣ ପଛରେ ଏକ ମଜାଦାର ତଥା ରୋଚକ କାହାଣୀ ରହିଛି । ଜନଶ୍ରୁତି ଅନୁସାରେ ଶ୍ରୀମନ୍ଦିରରୁ ସମୁଦ୍ର କ୍ରୋଧରୁ ରକ୍ଷା ପାଇଁ ହନୁମାନଙ୍କୁ ଏହିଠାରେ ପ୍ରଭୁ ଦାୟିତ୍ବ ଦେଇଥିଲେ । ମାତ୍ର ସବୁବେଳେ ଶ୍ରୀକ୍ଷେତ୍ରରେ ନ ରହି ହନୁମାନ ଅଯୋଧ୍ୟା ଚାଲି ଯାଆନ୍ତି ଫଳରେ ସମୁଦ୍ର ପୂର୍ବ ପରି ଶ୍ରୀକ୍ଷେତ୍ରକୁ ଜଳମଗ୍ନ କରି ଦେଉଥିଲା । ଏହାର ପ୍ରତିକାର ନିମନ୍ତେ ପ୍ରଭୁ ଶ୍ରୀରାମ ହନୁମାନଙ୍କୁ ସ୍ବର୍ଣ୍ଣର ବେଡିରେ ବାନ୍ଧି ଦେଇଥିଲେ । ଶୃଙ୍ଖଳ ବା ଶିକୁଳିର ପ୍ରତି ଭାଗରେ ଶ୍ରୀରାମ ଲେଖା ଥିବାରୁ ହନୁମାନ ତାହାକୁ ଛିଣ୍ଡାଇ ନ ପାରି ସେଠାରେ ସବୁ ଦିନ ରହିଗଲେ ।

ସାଂସ୍କୃତିକ ଇତିହାସରେ ଏହି ମନ୍ଦିର ପୁରୀର ଏକ ବିଶିଷ୍ଟ ମନ୍ଦିର ଅଟେ । ଏସମୁଦ୍ର କବଳରୁ ପୁରୀ ସହରକୁ ରକ୍ଷା କରିବା ପାଇଁ ପେଣ୍ଠକଟାସ୍ଥିତ ଚକ୍ରନାରାୟଣ ମନ୍ଦିରର ପଶ୍ଚିମ କୋଣରେ ଏକ ଛୋଟିଆ ମନ୍ଦିର ଅବସ୍ଥିତ । ଶ୍ରୀମନ୍ଦିର ଠାରୁ ପ୍ରାୟ ୩ କିମି ଦୂରରେ ସମୁଦ୍ରକୂଳର ଉତ୍ତରପୂର୍ବ ଦିଗରେ ବାଙ୍କୀ ମୁହାଣ ନିକଟରେ ଏହା ଅବସ୍ଥିତ । ନେତାଜୀ ସୁବାଷ ବୋଷ ଛକ ଠାରୁ ପେଣ୍ଠକଟା ପର୍ଯ୍ୟନ୍ତ ବିସ୍ତୃତ ଅଞ୍ଚଳକୁ ଚକ୍ରତୀର୍ଥ କୁହାଯାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

blank

Conclusion:
Last Updated : Jun 27, 2019, 11:33 AM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.