ETV Bharat / state

‘ଶ୍ରୀମନ୍ଦିରରେ କୋଭିଡ କଟକଣା କୋହଳ ନ ହେଲେ ଆନ୍ଦୋଳନ ହେବ’ - ଶ୍ରୀଜଗନ୍ନାଥ ସେନା

ଶ୍ରୀମନ୍ଦିରରେ କୋଭିଡ କଟକଣା କୋହଳ ନ ହେଲେ ଆନ୍ଦୋଳନର ଚେତାବନୀ । ଶ୍ରୀମନ୍ଦିରରେ କୋଭିଡ ନେଗେଟିଭ ରିପୋର୍ଟ ଦେଖାଇଲେ ଭକ୍ତଙ୍କ ପ୍ରବେଶ ନିୟମକୁ ବିରୋଧ କରିଛି ଶ୍ରୀଜଗନ୍ନାଥ ସେନା। ଅଧିକ ପଢନ୍ତୁ...

Sreejagnath Sena
ଭକ୍ତଙ୍କ ପ୍ରବେଶ ନିୟମକୁ ବିରୋଧ କରିଛି ଶ୍ରୀଜଗନ୍ନାଥ ସେନା
author img

By

Published : Jan 7, 2021, 6:48 PM IST

ପୁରୀ: ଶ୍ରୀମନ୍ଦିରରେ କୋଭିଡ କଟକଣା କୋହଳ ନ ହେଲେ ଆନ୍ଦୋଳନର ଚେତାବନୀ । ଶ୍ରୀମନ୍ଦିରରେ କୋଭିଡ ନେଗେଟିଭ ରିପୋର୍ଟ ଦେଖାଇଲେ ଭକ୍ତଙ୍କ ପ୍ରବେଶ ନିୟମକୁ ବିରୋଧ କରିଛି ଶ୍ରୀଜଗନ୍ନାଥ ସେନା। ତୁରନ୍ତ ଏହି ନିୟମ ପ୍ରତ୍ୟାହାର କରି ଭକ୍ତଙ୍କୁ ଦର୍ଶନ ସୁଯୋଗ ଦେବାକୁ ଶ୍ରୀଜଗନ୍ନାଥ ସେନା ଦାବି କରିଛି ତେବେ ମନ୍ଦିରରେ ଦର୍ଶନ ବ୍ୟବସ୍ଥା ଅଲଗା ଅଲଗା ନିୟମକୁ କଡା ସମାଲୋଚନା କରିଛି ଶ୍ରୀଜଗନ୍ନାଥ ସେନା ।

ଭକ୍ତଙ୍କ ପ୍ରବେଶ ନିୟମକୁ ବିରୋଧ କରିଛି ଶ୍ରୀଜଗନ୍ନାଥ ସେନା

ଯେତେବେଳେ ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିରରେ ଭକ୍ତଙ୍କ ପ୍ରବେଶ ନେଇ କୋଭିଡ ନେଗେଟିଭ ରିପୋର୍ଟ ଆଵଶ୍ୟକ ନାହିଁ ପ୍ରଶାସନ ଘୋଷଣା କରୁଛି ମାତ୍ର ଶ୍ରୀମନ୍ଦିର ଏହାର ଓଲଟା ନିୟମ କାହିଁକି କରିଛି ବୋଲି ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟ ଦର୍ଶନ ପଟନାୟକ ପ୍ରଶ୍ନ କରିଛନ୍ତି। ବହୁ ଦୂରରୁ ଆସୁଥିବା ଗରିବ ଭକ୍ତ ମାନେ ନିଜ ପରିବାର ସଦସ୍ୟ ଧରି ଆସିଲେ 3 ରୁ 4 ହଜାର ଟଙ୍କା କୋଭିଡ୍ ରିପୋର୍ଟ ପାଇଁ ଖର୍ଚ୍ଚ ପଡିବ। ଏତେ ଟଙ୍କା ଗରିବ ଲୋକେ କିଭଳି ବହନ କରି ପାରିବେ ସେ ନେଇ ଶ୍ରୀଜଗନ୍ନାଥ ସେନା ପ୍ରଶ୍ନ ଉଠାଇଛି।

ତୁରନ୍ତ ରାଜ୍ୟ ସରକାର ଶ୍ରୀମନ୍ଦିରରେ ଦର୍ଶନ ନେଇ କୋଭିଡ କଟକଣା କୋହଳ ନ କଲେ ଶ୍ରୀଜଗନ୍ନାଥ ସେନା ବଡ ଧରଣର ଆନ୍ଦୋଳନ କରିବ ଓ ଯାହା ସ୍ଥିତି ଉପୁଜିବ ସେଥିପାଇଁ ସରକାର ଏବଂ ପ୍ରଶାସନ ଏଥିପାଇଁ ଦାୟୀ ରହିବେ ବୋଲି ଶ୍ରୀଜଗନ୍ନାଥ ସେନା ଚେତାବନୀ ଦେଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.