ETV Bharat / state

କୁମାର ପୂର୍ଣ୍ଣିମାରେ ପଡୁଛି ଚନ୍ଦ୍ର ଗ୍ରହଣ, ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ହେଵ ସ୍ଵତନ୍ତ୍ର ନୀତିକାନ୍ତି

ଚନ୍ଦ୍ର ଗ୍ରହଣରେ ଶ୍ରୀମନ୍ଦିରରେ ହେଵ ସ୍ଵତନ୍ତ୍ର ନୀତିକାନ୍ତି । ଚକ୍ରରାଜ ସୁଦର୍ଶନ ଚାରିଆଶ୍ରମ ପରିକ୍ରମା କରି ରତ୍ନସିଂହାସନରେ ବିଜେ କରିବେ । ଅଧିକ ପଢନ୍ତୁ

କୁମାର୍ ପୂର୍ଣ୍ଣିମାରେ ପଡୁଛି ଚନ୍ଦ୍ର ଗ୍ରହଣ
କୁମାର୍ ପୂର୍ଣ୍ଣିମାରେ ପଡୁଛି ଚନ୍ଦ୍ର ଗ୍ରହଣ
author img

By ETV Bharat Odisha Team

Published : Oct 27, 2023, 9:25 PM IST

କୁମାର୍ ପୂର୍ଣ୍ଣିମାରେ ପଡୁଛି ଚନ୍ଦ୍ର ଗ୍ରହଣ

ପୁରୀ: କୁମାର ପୂର୍ଣ୍ଣିମାରେ ପଡୁଛି ଚନ୍ଦ୍ର ଗ୍ରହଣ । ଏଥିପାଇଁ ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ସ୍ଵତନ୍ତ୍ର ନୀତି କାନ୍ତି ଅନୁଷ୍ଠିତ ହେବ । ଏହି ଦିନ ଚକ୍ରରାଜ ସୁଦର୍ଶନ ଚାରିଆଶ୍ରମ ପରିକ୍ରମା କରି ରତ୍ନସିଂହାସନରେ ବିଜେ କରିବେ । ଗ୍ରହଣ ସ୍ପର୍ଶର ୯ଘଣ୍ଟା ପୂର୍ବରୁ ପାକତ୍ୟାଗ ହେବ । ଅପରାହ୍ନ ୪ଟା ୪ମିନିଟ ୫୫ସେକେଣ୍ଡ ପୂର୍ବରୁ ଏହା ହେବ । ତେବେ ଶ୍ରୀମନ୍ଦିରରେ ଶ୍ରୀଜିଉ ସ୍ଵତନ୍ତ୍ର ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପାଳିଆ ସେବକଙ୍କ ସହ ଆଲୋଚୋନା କରିଛି ମନ୍ଦିର ପ୍ରଶାସନ ।

ଚଳିତ ବର୍ଷ କୁମାରପୂର୍ଣ୍ଣିମାରେ ଏକମାତ୍ର ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ଅନୁଷ୍ଠିତ ହେବ । ଗ୍ରହଣର ସ୍ପର୍ଶ ସମୟ ହେଉଛି ରାତ୍ରି ୧ଘଣ୍ଟା ୪ ମିନିଟ୍ ୫୫ସେକେଣ୍ଡ । ଗ୍ରହଣ ସର୍ବମୋକ୍ଷ ରାତ୍ରୀ ୨ଟା ୨୪ମିନିଟ୍ ୨ ସେକେଣ୍ଡ । ଅର୍ଥାତ ଗ୍ରହଣର ଅବଧି ୧ଘଣ୍ଟା ୧୯ମିନିଟ ୭ସେକେଣ୍ଡ । ଗ୍ରହଣର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍ ଅପରାହ୍ନ ୪ ଟା ୪ ମିନିଟ୍ ୫୫ ସେକେଣ୍ଡ ଠାରୁ ରାତ୍ର ୨ଟା ୨୪ମିନିଟି ୨ ସେକେଣ୍ଡ ପର୍ଯ୍ୟନ୍ତ ପାକତ୍ୟାଗ, ଅନ୍ନ ଭୋଜନ ଓ ଦେବନୀତି ନିଷିଦ୍ଧ ରହିବ । ତେବେ ଗ୍ରହଣ ସମୟରେ ଶ୍ରୀମନ୍ଦିରର ନୀତି ଓ ପରମ୍ପରା କିନ୍ତୁ ଭିନ୍ନ । ଗ୍ରହଣ ସମୟରେ ସବୁ ଆଡ଼େ ଦେବ ନୀତି ବନ୍ଦ ରହୁଥିବା ବେଳେ ଶ୍ରୀମନ୍ଦିରରେ କିନ୍ତୁ ଗ୍ରହଣ ସ୍ପର୍ଶ ହେବା ମାତ୍ରେ ମହାପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହୋଇଥାଏ । ଏହା ଶ୍ରୀମନ୍ଦିରର ସ୍ଵତନ୍ତ୍ରତା । ଏହି ଦିନ ଚକ୍ରରାଜ ସୁଦର୍ଶନ ଚାରିଆଶ୍ରମ ପରିକ୍ରମା କରିଥାନ୍ତି ।

ଏହା ମଧ୍ୟ ପଢନ୍ତୁ...Lunar eclipse: କେଉଁ ସମୟରେ କରିବେ ଚନ୍ଦ୍ର ପୂଜା ସହ ଜହ୍ନି ଓଷା ଉଦଯାପନ, ଜାଣନ୍ତୁ ପଣ୍ତିତଙ୍କ ମତ

ପ୍ରଥମେ ମାର୍କେଣ୍ଡେୟ ଆଶ୍ରମ, ଅଙ୍ଗିରା, ଭୃଗୁ ଶେଷରେ କଣ୍ଡୁ ଆଶ୍ରମ ବିଜେ କରିଥାନ୍ତି । ଚକ୍ରରାଜ ସୁଦର୍ଶନ ମଧ୍ୟାହ୍ନ ଧୂପ ପରେ ରତ୍ନ ସିଂହାସନରୁ ଆସି ଚଉଦୋଳରେ ବିଜେ ହୋଇ ପରିକ୍ରମା କରିବା ପରେ ପାକତ୍ୟାଗ ପୂର୍ବରୁ ରତ୍ନସିଂହାସନରେ ବିଜେ କରିବେ । ତେବେ ଗ୍ରହଣ ସ୍ପର୍ଶ ସମୟରୁ ହିଁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସ୍ନାନ, ଗ୍ରହଣ ଖଇକୋରା ଭୋଗ ନୀତି ଅନୁଷ୍ଠିତ ହେବ । ତେବେ ଶାସ୍ତ୍ରରେ ଲିଖିତ ଅନୁଯାୟୀ ଛୋଟ ପିଲା, ବୃଦ୍ଧ, ରୋଗୀଙ୍କ କ୍ଷେତ୍ରରେ ଗ୍ରହଣ କଟକଣା ଲାଗୁ ହେବ ନାହିଁ । ତେବେ ଚନ୍ଦ୍ର ଗ୍ରହଣ ପ୍ରଭାବ ମଧ୍ୟ ରାଶି ଉପରେ ପଡ଼ିଥାଏ । ମେଷ, ବୃଷ, କର୍କଟ, ସିଂହ, କନ୍ୟା, ତୁଳା ରାଶି ବ୍ୟକ୍ତିଙ୍କ ପାଇଁ ଗ୍ରହଣ ଦର୍ଶନ ଅଶୁଭ । ଏଣୁ ଏହି ରାଶିର ବ୍ୟକ୍ତିମାନେ ଗ୍ରହଣ ଦେଖିବା ଉଚିତ୍ ନୁହେଁ । ଗ୍ରହଣ ନିୟମ ମାନିବା ଦ୍ବାରା ମଙ୍ଗଳ ହୋଇଥାଏ ବୋଲି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ କହିଛନ୍ତି । ତେବେ ଗ୍ରହଣ ସର୍ବମୋକ୍ଷ ପରେ ଶ୍ରୀମନ୍ଦିରରେ କୁମାର୍ ପୂର୍ଣ୍ଣିମାକୁ ନେଇ ଥିବା ସ୍ୱତନ୍ତ୍ର ନୀତି ପଶାଖେଳ ନୀତି ଅନୁଷ୍ଠିତ ହେବ ।

ଇଟିଭି ଭାରତ, ପୁରୀ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.