ପୁରୀ : ରାଜ୍ୟର ସମସ୍ତ ଶକ୍ତି ପୀଠରେ ଅରମ୍ଭ ହୋଇଯାଇଛି ଶାରଦୀୟ ପାର୍ବଣ ପୂଜ। । କାକଟପୁରରେ ମଙ୍ଗଳାଙ୍କ ପୀଠରେ ଚାଲିଛି ଷୋଡଶ ପୂଜା । ଅଧିଷ୍ଠାତୀ ଦେବୀଙ୍କ ପୀଠରେ ମୂଳାଷ୍ଟମୀ ଠାରୁ ମାଙ୍କ ନିକଟରେ ସ୍ବତନ୍ତ୍ର ରୀତିନିତୀ ଅନୁସାରେ ଷୋଡଶ ଉପଚାର ପୂଜା ଆରମ୍ଭ ହୋଇଛି । ହେଲେ କୋଭିଡ କଟକଣା ପାଇଁ ମନ୍ଦିର ବନ୍ଦ ରହୁଥିବା ବେଳେ ବାହାରୁ ନିରାଶ ହୋଇ ଫେରୁଛନ୍ତି ଶ୍ରଦ୍ଧାଳୁ ।
ବର୍ଷ ତମାମ ଏଠାରେ ମା ପଞ୍ଚ ଉପଚାରରେ ପୂଜା ପାଉଥିବା ବେଳେ ପାର୍ବଣ ସମୟରେ 16 ଦିନ ପରିବର୍ତ୍ତେ ଚଳିତ ବର୍ଷ 45 ଦିନ ଷୋଡଶ ଉପଚାରରେ ପୂଜା ପାଇବେ ମା । ଏଥିପାଇଁ ସଙ୍କଳ୍ପିତ ପୂଜାପଣ୍ଡା ଅତିନିଷ୍ଠାର ସହିତ ମାଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ଏହି ସମୟରେ ଷୋଡଶ ଉପଚାରରେ ମାଙ୍କ ସେବକ ଗୁପ୍ତ ପୁଜା କରିଥିବା ବେଳେ ମାଙ୍କ ପାଖରେ ଉଖୁଡା,ଦହି,ନିସ୍କୁଡି,ମୁଗ ଓ ଅ।ଖୁ ଅ।ଦି ଭୋଗ ଲାଗି କରାଯାଇଥାଏ । ଏହି ସମୟରେ ମାଙ୍କ ବିଭିନ୍ନ ବେଶ ଅନୁଷ୍ଠିତ ହୋଇଥାଏ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ