ETV Bharat / state

ସ୍ନାନ ଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ - ପବିତ୍ର ସ୍ନାନ ଯାତ୍ରା

ଜୁନ 5ରେ ମହାପ୍ରଭୁଙ୍କ ପବିତ୍ର ସ୍ନାନ ଯାତ୍ରା । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ସ୍ନାନ ଯାତ୍ରା କିଭଳି ସୁରୁଖୁରୁରେ ଓ ଶାନ୍ତି ଶୃଙ୍ଖଳାରେ ହେବ ସେନେଇ ଏକ ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି।

snana purnima meeting
ସ୍ନାନ ଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ
author img

By

Published : Jun 1, 2020, 5:35 PM IST

ପୁରୀ: ଜୁନ 5ରେ ମହାପ୍ରଭୁଙ୍କ ପବିତ୍ର ସ୍ନାନ ଯାତ୍ରା । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ସ୍ନାନ ଯାତ୍ରା କିଭଳି ସୁରୁଖୁରୁରେ ଓ ଶାନ୍ତି ଶୃଙ୍ଖଳାରେ ହେବ ସେନେଇ ଏକ ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି।

ସ୍ନାନ ଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଶନ କୁମାର, ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ, ପୁରୀ ଏସପି ଉମାଶଙ୍କର ଦାସ ଏବଂ କେନ୍ଦ୍ରଞ୍ଚାଳ ପୋଲିସ ଡିଆଇଜି ଆଶିଷ ସିଂ ଯୋଗ ଦେଇ କିଭଳି ସ୍ନାନ ଯାତ୍ରା ହେବ ସେନେଇ ଆଲୋଚନା କରିଥିଲେ। ଏଥିସହ ସ୍ନାନ ମଣ୍ଡପ ନିକଟକୁ ଯାଇ ସ୍ଥିତି ମଧ୍ୟ ଅନୁଧ୍ୟାନ କରିଥିଲେ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା ଅନୁଯାୟୀ, କୋଭିଡ-19 ସଙ୍କଟ ସମୟରେ ସ୍ନାନ ଯାତ୍ରା ଅୟୋଜନ, ମହାପ୍ରଭୁଙ୍କ ବିଧି ଓ ନୀତି କାନ୍ତି ରକ୍ଷା ସବୁଠୁ ବଡ଼ ଚ୍ୟାଲେଞ୍ଜ । ଅଗାମୀ ଦିନରେ ମଧ୍ୟ ମହାପ୍ରଭୁଙ୍କ ରଥଯାତ୍ରା ଆସୁଛି। ଏଣୁ ଅଗାମୀ ଦୁଇ ତିନି ସପ୍ତାହ କୋଭିଡ-19 ସଂକ୍ରମଣ ସ୍ଥିତି ଦେଖି ରଥଯାତ୍ରା ଆୟୋଜନ ସବୁ କିଛି ନିର୍ଭର କରୁଛି।

ଏଥର ସ୍ନାନ ଯାତ୍ରା ବିନା ଭକ୍ତରେ ହେବ। ସ୍ନାନ ମଣ୍ଡପ ଏବଂ ବଡ଼ ଦାଣ୍ଡରେ ଭକ୍ତଙ୍କ ଉପସ୍ଥିତି ରହିବ ନାହିଁ। ଏଥିପାଇଁ କଡା ବ୍ୟବସ୍ଥା ହେବ। ସ୍ନାନ ଯାତ୍ରାକୁ ଭକ୍ତମାନେ କିଭଳି ଦେଖି ପାରିବେ ସେନେଇ ସିଧା ପ୍ରସାରଣର ବ୍ୟବସ୍ଥା ମଧ୍ୟ ସରକାର କରିବେ। ସେନେଇ ବ୍ୟବସ୍ଥା କରାଯାଉଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।

ସ୍ନାନ ଯାତ୍ରା ଓ ଅଗାମୀ ରଥଯାତ୍ରା ନିମନ୍ତେ ପୁରୀ ବାସିନ୍ଦାଙ୍କ ସହଯୋଗ ଲୋଡିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ସ୍ନାନ ଯାତ୍ରା ଓ ଅଗାମୀ ରଥଯାତ୍ରା ଆୟୋଜନ ନେଇ ବିନା ଭକ୍ତ ଉପସ୍ଥିତି ବ୍ୟବସ୍ଥା ହେଉଥିବା ବେଳେ ପୁରୀ ବସିନ୍ଦା ଏଥିରେ ସହଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି। ଅନ୍ୟପଟେ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ କେବେ ହେବ ତାହାର ଉତ୍ତର ମଧ୍ୟ ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଶନ କୁମାର।

ସେ କହିଛନ୍ତି ବର୍ତ୍ତମାନ ସ୍ଥିତିକୁ ଦେଖି ଆସନ୍ତା ନୀଳାଦ୍ରି ବିଜେରେ ମହାପ୍ରଭୁଙ୍କ ରତ୍ନ ସିଂହାସନରେ ବିଜେ ପରେ ଏ ନେଇ ନିଷ୍ପତ୍ତି ନିଆଯିବ। ସେ ମଧ୍ୟ ଏନେଇ ଆଶାବାଦୀ ଅଛନ୍ତି । ନୀଳାଦ୍ରି ବିଜେ ପରେ ଭକ୍ତ ଯାଇ ମହାପ୍ରଭୁଙ୍କ ଦର୍ଶନ କରି ପାରିବେ। ତେବେ ସେହି ସମୟ ଯାଏଁ ଧର୍ଯ୍ୟ ଧରି ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି।

ଅନ୍ୟପଟେ ସେବାୟତଙ୍କ କୋଭିଡ-19 ଟେଷ୍ଟ ପାଇଁ ପ୍ରକ୍ରିୟା ଚାଲିଥିବା ବେଳେ ଦିନେ ଦୁଇ ଦିନ ଭିତରେ ରିପୋର୍ଟ ଆସିବ ବୋଲି ସେ କହିଛନ୍ତି। ଅନ୍ୟପଟେ ବିନା ଭକ୍ତରେ ମହାପ୍ରଭୁଙ୍କ ଚଳିତ ସ୍ନାନ ଯାତ୍ରାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଭକ୍ତ। ସମସ୍ତଙ୍କ ମଙ୍ଗଳ ପାଇଁ ପ୍ରଶାସନ ନିଷ୍ପତ୍ତିକୁ ମଧ୍ୟ ସ୍ୱାଗତ କରିଛନ୍ତି ଭକ୍ତ। ତେବେ ନିଶ୍ଚିତ କୋରୋନା ରୋଗ ଦୂର ହେବ ଏବଂ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଦୂରତା ଖୁବଶୀଘ୍ର ଦୂର ହେବ ବୋଲି ଭକ୍ତମାନେ ନିଜ ପ୍ରତିକ୍ରିୟାରେ କହିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.