ETV Bharat / state

ମନ୍ତବ୍ୟ ନେଇ ଦୁଃଖ ପ୍ରକାଶ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

author img

By ETV Bharat Odisha Team

Published : Nov 21, 2023, 11:02 PM IST

ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ପଞ୍ଚୁକ ପାଇଁ ନୀତି ସବ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ଶେଷ ହେବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ପଞ୍ଚୁକ ସମୟରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହେଉଛି। ଅଧିକ ପଢନ୍ତୁ

ମନ୍ତବ୍ୟ ନେଇ ଦୁଃଖ ପ୍ରକାଶ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ମନ୍ତବ୍ୟ ନେଇ ଦୁଃଖ ପ୍ରକାଶ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ:ବୟସ୍କ, ଶାରୀରିକ ଅକ୍ଷମ ଭକ୍ତ ଭିଡ ବେଳେ ଶ୍ରୀମନ୍ଦିର ନ ଆସିବା ନେଇ ଦେଇଖିବା ମନ୍ତବ୍ୟ ନେଇ ଦୁଃଖ ପ୍ରକାଶ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ମନ୍ତବ୍ୟ ନେଇ ବିଭିନ୍ନ ମହଲରୁ କଡା ସମାଲୋଚନା ପରେ ନିଜ ମନ୍ତବ୍ୟ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ। ମୋର ମନ୍ତବ୍ୟକୁ ଭୁଲ ଭାବେ ଉପସ୍ଥାପିତ କରାଯାଇଛି। ବୟସ୍କ ଭକ୍ତଙ୍କ ପ୍ରତି ଆମର ଶ୍ରଦ୍ଧା ସମ୍ମାନ ରହିଛି। ସବୁ ଭକ୍ତଙ୍କୁ ଆମେ ସ୍ଵାଗତ କରୁଛୁ। କାହାକୁ ଶ୍ରୀମନ୍ଦିର ଆସିବାକୁ ବାରଣ କରାଯାଇନାହିଁ ବୋଲି କହିଛନ୍ତି । ଗତକାଲି ମୋର ମନ୍ତବ୍ୟ ଭୁଲ ଭାବେ ଉପସ୍ଥାପିତ କରାଯାଇଛି। ଏଥିପାଇଁ ସେ ଦୁଃଖ ପ୍ରକାଶ କରୁଛନ୍ତି ବୋଲି କହିଛନ୍ତି ।

ସେପଟେ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ପଞ୍ଚୁକ ପାଇଁ ନୀତି ସବ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ଶେଷ ହେବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ପଞ୍ଚୁକ ସମୟରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହେଉଛି। ଭକ୍ତ ମାନଙ୍କ ପାଇଁ ପାନୀୟ ଜଳ ସହ ବିଶ୍ରାମ ନେବା ପାଇଁ ସେଡ, ଶୌଚ ପାଇଁ ବଡ ଦାଣ୍ଡରେ ଅସ୍ଥାୟୀ ଶୌଚାଳୟ ବ୍ୟବସ୍ଥା ହେବ। ହବିଷ୍ୟାଳୀଙ୍କ ପାଇଁ ସେଡର ବ୍ୟବସ୍ଥା ହେବ। ବୟସ୍କ ଭକ୍ତ ମାନେ କିଭଳି ମହାପ୍ରଭୁଙ୍କ ଦର୍ଶନ ଭଲରେ କରିପାରିବେ ତାହାକୁ ଶ୍ରୀମନ୍ଦିର ପ୍ରଶାସନ ଅଧିକ ଗୁରୁତ୍ଵ ଦେଇଛି।

ଅଧିକ ପଢନ୍ତୁ- ଶ୍ରୀମନ୍ଦିର ପ୍ରଶାସନକୁ ନରସିଂହଙ୍କ ପ୍ରଶ୍ନ- ଶ୍ରୀମନ୍ଦିର ଆସନ୍ତୁ ନାହିଁ ବୋଲି ଉପଦେଶ ଦେବାକୁ ସେମାନେ କିଏ ?

ସେହିପରି ମୁଖ୍ୟ ପ୍ରଶାସକ କହିଛନ୍ତି ପଞ୍ଚୁକ ସମୟରେ ଅଧିକ ସଂଖ୍ୟକ ଭକ୍ତଙ୍କ ଆଗମନକୁ ସ୍ବାଗତ କରୁଛୁ। ଶୃଙ୍ଖଳିତ ନୀତି ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି। ଶ୍ରଦ୍ଧାଳୁଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ ବ୍ୟବସ୍ଥା ହୋଇଛି। ବୟସ୍କ ଓ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ସୁବିଧା ଦର୍ଶନ ପାଇଁ ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି ।

ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କନୱର ବିଶାଳ ସିଂ, ନୀତି ପ୍ରଶାସକ, ଉନ୍ନୟନ ପ୍ରଶାସକ, ଶ୍ରୀମନ୍ଦିର ପରିଚାଳନା କମିଟି ସେବାୟତ ସଦସ୍ୟ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଏହା ପୂର୍ବରୁ ଅନଲାଇନ ଦାନ ନେଇ ହୋଇଥିଲା ବୈଠକ। ଅନଲାଇନ ଦାନ ଓ ହୁଣ୍ଡି ଦାନ ନେଇ ପ୍ରସ୍ତୁତ ହେଉଛି ସ୍ବତନ୍ତ୍ର ଆପ। କାର୍ତ୍ତିକ ମାସର ଶେଷ ୫ ଦିନ ଅର୍ଥାତ ପଞ୍ଚୁକରେ ଅଧିକରୁ ଅଧିକ ଶ୍ରଦ୍ଧାଳୁଙ୍କ ସହ ହବିଷ୍ୟାଳୀଙ୍କ ଗହଳିକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିବା କହିଛନ୍ତି ମୁଖ୍ୟ ପ୍ରଶାସକ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.