ETV Bharat / state

ଚୈତ୍ରମାସ ତୃତୀୟ ମଙ୍ଗଳବାରରେ ସିଂହବାହୀନି ବେଶରେ ଦର୍ଶନ ଦେଲେ ମା’ ମଙ୍ଗଳା

ଦେବୀ ବାସନ୍ତୀ ଦୁର୍ଗାଙ୍କ ମହାସପ୍ତମୀ ପୂଜାରେ ସିଂହ ବାହୀନି ବେଶରେ ଦର୍ଶନ ଦେଲେ କାକଟପୁର ମାଆ ମଙ୍ଗଳା । ଅଧିକ ପଢ଼ନ୍ତୁ

author img

By

Published : Mar 29, 2023, 7:29 AM IST

singha bahini besha of maa mangala in kakatapur puri
ସିଂହ ବାହୀନି ବେଶରେ ଦର୍ଶନ ଦେଲେ ମାଆ ମଙ୍ଗଳା
ସିଂହ ବାହୀନି ବେଶରେ ଦର୍ଶନ ଦେଲେ ମାଆ ମଙ୍ଗଳା

ପୁରୀ: ବାସନ୍ତୀ ଦୁର୍ଗାପୂଜାର ମହାସପ୍ତମୀ ନୀତି କାକଟପୁର ମାଆ ମଙ୍ଗଳାଙ୍କ ପୀଠରେ ଅନୁଷ୍ଠିତ ହୋଇଛି । ଦେବୀ ବାସନ୍ତୀ ଦୁର୍ଗାପୂଜା ପାଇଁ ସମ୍ପୂର୍ଣ୍ଣ ପୀଠ ଚଳଚଞ୍ଚଳ ହୋଇଉଠିଛି । ଚୈତ୍ରମାସ ନବରାତ୍ରର ମହାସପ୍ତମୀ ପୂଜାରେ ସିଂହ ବାହୀନି ବେଶରେ ଦର୍ଶନ ଦେଇଛନ୍ତି ମାଆ ମଙ୍ଗଳା । ଚୈତ୍ରମାସ ତୃତୀୟ ମଙ୍ଗଳବାର ହୋଇଥିବାରୁ ମହିଳାମାନେ ଏକତ୍ର ହୋଇ ମଙ୍ଗଳୀ ପୀଠରେ ପୂଜାର୍ଚ୍ଚନା କରିବା ସହ ମାଆଙ୍କ ଦର୍ଶନ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: Rama Navami 2023: ପୋଲିସର ପ୍ରସ୍ତୁତି ଶେଷ, CCTV ନଜରରେ ରହିବ ଭଦ୍ରକ ସହର

ମହାସପ୍ତମୀ ଅବସରରେ ଭୋରରୁ ରୀତିନୀତି ଅନୁଯାୟୀ, ଦ୍ଵାର ଫିଟା ହୋଇ ମଙ୍ଗଳ ଆରତୀ, ସ୍ନାନ, ମାର୍ଜନା ସରି ମାଆଙ୍କ ଦୁର୍ଲଭ ବେଶ ଅନୁଷ୍ଠିତ ହୋଇଛି । ଦେବୀ ବାସନ୍ତୀ ଦୁର୍ଗାପୂଜା ନିମନ୍ତେ ସ୍ୱତନ୍ତ୍ର ଗୁପ୍ତ ନୀତିକାନ୍ତି କରାଯାଇଛି । ମାଆ ହେଉଛନ୍ତି ଆଦିଶକ୍ତି, ମଙ୍ଗଳାଙ୍କୁ ଏହି ଚୈତ୍ର ମାସ ମଙ୍ଗଳବାରରେ ଦର୍ଶନ କରି ଆଶିଷ ଭିକ୍ଷା କଲେ ଅନେକ ପୂଣ୍ୟ ଅର୍ଜନ ହୋଇଥାଏ । ସେଥିପାଇଁ କେବଳ କାକଟପୁର ନୁହେଁ ରାଜ୍ୟର କୋଣ ଅନୁକୋଣରୁ ହଜାର ହଜାର ଭକ୍ତ ମାଆଙ୍କୁ ଦର୍ଶନ କରିଛନ୍ତି । ଏନେଇ ଭକ୍ତ କହିଛନ୍ତି," ବିଶ୍ବାସ ରହିଛି ମାଆଙ୍କ ପାଖରେ ଯାହା ମାନସିକ କଲେ ପୂର୍ଣ୍ଣ ହୁଏ । ତେଣୁ ଦୂରଦୂରାନ୍ତରୁ ଆସି ଲୋକେ ମାଆଙ୍କ ଦର୍ଶନ କରିବା ସହ ଆଶିଷ ଲାଭ କରିଥାନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ: ଚୈତ୍ର ପର୍ବର ତୃତୀୟ ମଙ୍ଗଳବାର, ସରସ୍ବତୀ ବେଶରେ ଦର୍ଶନ ଦେଉଛନ୍ତି ମା'

ମାଆ ମଙ୍ଗଳାଙ୍କର ଚୈତ୍ର ମାସ ତୃତୀୟ ମଙ୍ଗଳବାର ନବରାତ୍ରର ମହାସପ୍ତମୀ ପୂଜା ହେବା ସହ ଝାମୁ ଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଛି । ମାଆଙ୍କୁ ସହସ୍ର କୁମ୍ଭରେ ମହାସ୍ନାନ କରାଯାଇଛି ଏବଂ ସ୍ୱତନ୍ତ୍ର ଦୁର୍ଗା ପୂଜାର ନୀତିକାନ୍ତି କରାଯାଇଛି । ଅପରାହ୍ନ 3ଘଣ୍ଟା ପରେ ମାଆ ମଙ୍ଗଳା ରାଜେରାଜେଶ୍ୱରୀ ବେଶରେ ଭକ୍ତଙ୍କୁ ଦୁର୍ଲଭ ଦର୍ଶନ ଦେଇଛନ୍ତି । କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ମଙ୍ଗଳା ହେଉଛନ୍ତି ସବୁ ଭକ୍ତ ମାନଙ୍କ ଇଷ୍ଟଦେବୀ । ଏହି ଚୈତ୍ର ମାସ ମଙ୍ଗଳବାର ଏବଂ ଚୈତ୍ର ନବରାତ୍ରରେ ମାଆଙ୍କ ଦର୍ଶନ କଲେ ଅଶେଷ ପୂଣ୍ୟ ମିଳିଥାଏ । ତେବେ ସନ୍ଧ୍ୟା ବେଳେ ମଙ୍ଗଳା ସିଂହବାହିନୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ଏହି ବେଶକୁ ଦର୍ଶନ କରିବା ପାଇଁ ପ୍ରବଳ ମାତ୍ରାରେ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ କାକଟପୁର ପୋଲିସ ଏବଂ ମନ୍ଦିର ପ୍ରଶାସନ ପକ୍ଷରୁ ଧାଡି ଦର୍ଶନର ବ୍ୟବସ୍ଥା କରାଯାଇଥିଲା ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.