ପୁରୀ: ରୂପା ଛାଉଣିରେ ଝଲସିବ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର 3 ଦୁଆର । ନୂଆବର୍ଷରେ ମନ୍ଦିରର 3 ଦୁଆର ଜୟ ବିଜୟ ଦ୍ବାର, ବେହରଣ ଦ୍ବାର ଏବଂ କଳାହାଟ ଦ୍ବାରରେ ରୂପା କବାଟ ଲଗାଯିବ । ଏହା ପୂର୍ବରୁ ଛାଉଣି ହେବାକୁ ଥିବା 3 ଦ୍ବାର ପାଇଁ ସ୍ବତନ୍ତ୍ର ଦାମୀ କାଠ ବର୍ମାଟିକ କାଠ ଲଗାଯିବ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । କାର୍ତ୍ତିକ ମାସରେ କବାଟ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ।
ବାହାର ରାଜ୍ୟର 15 ଜଣିଆ କାରିଗର ଖୁବଶୀଘ୍ର ପୁରୀରେ ପହଞ୍ଚି କବାଟ ପାଇଁ କାମ ଆରମ୍ଭ କରିବେ । ନୀଳାଦ୍ରୀ ଭକ୍ତ ନିବାସରେ ତିନି ଦ୍ବାର କାମ ଶେଷ ହେବା ପରେ ଏହାକୁ ସଂଯୋଗ କରାଯିବ । ମରାମତି କାମର ତଦାରଖ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର କମିଟି ଗଠନ କରାଯାଇଛି ।
ତେବେ ଏହି 3ଟି ଦ୍ବାରକୁ ରୂପା ଛାଉଣି କରାଯିବା ପରେ ଅନ୍ୟ କେତକ ପ୍ରମୁଖ ଦ୍ବାରକୁ ମଧ୍ୟ ରୂପାଛାଉଣି କରିବାକୁ ନିଷ୍ପତ୍ତି ନିଆଯାଇଛି । ଜଣେ ଭକ୍ତ ଏଥିପାଇଁ ଅଢେଇ ଟନ୍ ରୂପା ଦାନ କରିବେ । ସ୍ବତନ୍ତ୍ର ବର୍ମାଟିକ କାଠରେ ଏକ ବିଶେଷ ଶୈଳୀରେ 3ଟି ଦ୍ବାର ନିର୍ମାଣ କରାଯିବ । ନୀଳାଦ୍ରୀ ଭକ୍ତ ନିବାସରେ ସ୍ବତନ୍ତ୍ର 15 ଜଣିଆ କାରିଗର ଦଳ କଟାବ ନିର୍ମାଣ କରିବେ । କବାଟ ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ରୂପାରେ ଛାଉଣି କରାଯିବ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ