ପୁରୀ: କୋଭିଡ ଯୋଦ୍ଧାଙ୍କ ପାଇଁ ନୀରବ ପ୍ରାର୍ଥନା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧ କ୍ରମେ ସନ୍ଧ୍ୟା 6:01 ରେ ନୀରବ ପ୍ରାର୍ଥନା କରାଯାଇଛି । କୋଭିଡ ଯୋଦ୍ଧାଙ୍କ ବଳିଦାନକୁ ସମ୍ନାନ ଓ ଶ୍ରଦ୍ଧାଞ୍ଜଳି ଦେବା ନିମନ୍ତେ ଏହି କାର୍ଯ୍ୟକ୍ରମ ସାରା ରାଜ୍ୟରେ ଅନୁଷ୍ଠିତ ହୋଇଛି ।
ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟରେ ମଧ୍ୟ ଏହି ନିରବ ପ୍ରାର୍ଥନା ଓ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କୋଭିଡ ଯୋଦ୍ଧାଙ୍କୁ କାର୍ଯ୍ୟ ସହଯୋଗ କରିବା, ନିଜେ କୋଭିଡ ଗାଇଡ଼ ଲାଇନ ମାନିବା ସହ ଅନ୍ୟ ଲୋକଙ୍କୁ ସଚେତନ କରାଇବା ଆଦି ପ୍ରମୁଖ ପ୍ରସଙ୍ଗକୁ ଶପଥ ନେଇ ଥିଲେ ପୁରୀ ଜିଲା ପ୍ରଶାସନର କର୍ମଚାରୀ, ସ୍ୱେଚ୍ଛାସେବୀ ଓ ପୁରୀ ଜନସାଧାରଣ ।