ETV Bharat / state

ଶ୍ରୀମନ୍ଦିରରେ ରାହୁ ରେଖା ଲାଗି ନୀତି: ଆସନ୍ତାକାଲି 5 ଘଣ୍ଟା ସାଧାରଣ ଦର୍ଶନ ବନ୍ଦ - puri jagannath temple

ଶ୍ରୀମନ୍ଦିରରେ ବୁଧବାର ରାହୁ ରେଖା ଲାଗି ନୀତି ହେବାକୁ ଯାଉଛି । ମହାପ୍ରଭୁଙ୍କ ମସ୍ତକରେ ସୁବର୍ଣ୍ଣ ରାହୁ ରେଖା ଲାଗି କରାଯିବ । ଏଥିଲାଗି 5 ଘଣ୍ଟା ଧରି ସାଧାରଣ ଦର୍ଶନ ବନ୍ଦ ରହିବ ।

ଫାଇଲ ଫଟୋ
author img

By

Published : Aug 20, 2019, 9:22 AM IST

ପୁରୀ: ବୁଧବାର ଶ୍ରୀମନ୍ଦିରରେ ରାହୁ ରେଖା ଲାଗି ନୀତି ହେବାକୁ ଯାଉଛି । ଭାଦ୍ରବ ମାସ କୃଷ୍ଣପକ୍ଷ ପଞ୍ଚମୀ ତିଥିରେ ଏହି ନୀତି ସମ୍ପନ୍ନ କରାଯାଏ । ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ମହାପ୍ରଭୁଙ୍କ ମସ୍ତକରେ ସୁବର୍ଣ୍ଣ ରାହୁ ରେଖା ଲାଗି କରାଯିବ । ଏଥିଲାଗି 5 ଘଣ୍ଟା ଧରି ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ସମୟ ନିର୍ଘଣ୍ଟ କରାଯାଇଛି ।

ସ୍ନାନପୂର୍ଣ୍ଣିମାରୁ ମହାପ୍ରଭୁଙ୍କ ଠାରେ ଓଲାଗି ହୋଇଥିବା ସ୍ବର୍ଣ୍ଣି ନିର୍ମିତ ରାହୁରେଖା ଅଳଙ୍କାରକୁ ପୁନର୍ବାର ବୁଧବାର ଶ୍ରୀମୁଖ ଚତୁଃପାର୍ଶ୍ବରେ ଲାଗି ହେବ। ମହାପ୍ରଭୁଙ୍କ ମସ୍ତକରେ ଶୋଭା ପାଉଥିବା ଏହି ରାହୁରେଖାକୁ ସ୍ନାନ ପୂର୍ଣ୍ଣିମାଠାରୁ କାଢି ନିଆଯାଇଥିଲା । ଏହି ରାହୁ ରେଖାକୁ ନୀତିକାନ୍ତି ସହ ପୁନର୍ବାର ମହାପ୍ରଭୁଙ୍କ ମସ୍ତକରେ ଲଗାଯିବ ।

ଫାଇଲ ଭିଡିଓ

ଏହା ଏକ ଗୁପ୍ତ ନିୟମ ହୋଇଥିବାରୁ ଶ୍ରୀମନ୍ଦିରରେ ଅପରାହ୍ନ ୨ଟାରୁ ସନ୍ଧ୍ୟା 7 ଟା ପର୍ଯ୍ୟନ୍ତ ତଥା 5 ଘଣ୍ଟା ଧରି ସାଧାରଣ ଦର୍ଶନ ବନ୍ଦ ରହିବ। ସନ୍ଧ୍ୟା 7ଟାରେ ରାହୁରେଖା ଲାଗି ନୀତି ଶେଷ ପରେ ମହାସ୍ନାନ ହୋଇ ସର୍ବସାଧାରଣକୁ ପୁନର୍ବାର ଦର୍ଶନ ଦେବେ ମହାପ୍ରଭୁ । ପରମ୍ପରା ଅନୁସାରେ ପବିତ୍ର ସ୍ନାନଯାତ୍ରା ପୂର୍ବରୁ ମହାପ୍ରଭୁଙ୍କଠାରୁ ଏହି ରାହୁରେଖା ଅଳଙ୍କାରକୁ ଓଲାଗି କରାଯାଇଥିଲା ।

ଏନେଇ ବୁଧବାର ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହେବ। ସେହିଭଳି ଆସନ୍ତା ୨୩ ତାରିଖରେ ସନ୍ଧ୍ୟା ଧୂପ ପରେ ଜନ୍ମାଷ୍ଟମୀ ନୀତି ଆରମ୍ଭ ହେବ। ଏଥିପାଇଁ ସନ୍ଧ୍ୟା ୬ରୁ ରାତି ୧୧ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ । ରାତି ୧୧ଟା ପରେ ମହାପ୍ରଭୁ ପୁନର୍ବାର ଭକ୍ତଙ୍କୁ ଦର୍ଶନ ଦେବେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ରାହୁ ରେଖା ଲାଗି ନୀତିBody:ବୁଧବାର ଶ୍ରୀମନ୍ଦିରରେ ରାହୁ ରେଖା ଲାଗି ନୀତି ସଂପନ୍ନ ହେବାର ନୀତି ରହିଛି। ସ୍ନାନପୂର୍ଣ୍ଣିମାରୁ ମହାପ୍ରଭୁଙ୍କଠାରୁ ଓଲାଗି ହୋଇଥିବା ସ୍ୱର୍ଣ୍ଣି ନିର୍ମିତ ରାହୁରେଖା ଅଳଙ୍କାରକୁ ପୁନର୍ବାର ଆସନ୍ତାକାଲି ମହାପ୍ରଭୁଙ୍କ ଶ୍ରୀମୁଖ ଚତୁଃପାର୍ଶ୍ୱରେ ଲାଗି ହେବ। ଏହି ଉପଲକ୍ଷେ ଆସନ୍ତାକାଲି ଶ୍ରୀମନ୍ଦିରରେ ଅପରାହ୍ଣ ୨ଟାରୁ ସଂଧ୍ୟା 7 ଟା ପର୍ଯ୍ୟନ୍ତ 5 ଘଣ୍ଟା ଧରି ସାଧାରଣ ଦର୍ଶନ ବନ୍ଦ ରହିଥିଲା। ସଂଧ୍ୟା 7ଟାରେ ରାହୁରେଖା ଲାଗି ନୀତି ଶେଷ ପରେ ମହାସ୍ନାନ ହୋଇ ସର୍ବସାଧାରଣ ଦର୍ଶନ ପୁନର୍ବାର ଆରମ୍ଭ ହେବ। ପବିତ୍ର ସ୍ନାନଯାତ୍ରା ପୂର୍ବରୁ ମହାପ୍ରଭୁଙ୍କଠାରୁ ଏହି ରାହୁରେଖା ଅଳଙ୍କାରକୁ ଓଲାଗି କରାଯାଇଥିଲା। ପରମ୍ପରା ଅନୁସାରେ। ଏ ନେଇ ଆସନ୍ତାକାଲି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେବ। ସେହିଭଳି ଆସନ୍ତା ୨୩ ତାରିଖରେ ସଂଧ୍ୟା ଧୂପ ପରେ ଜନ୍ମାଷ୍ଟମୀ ନୀତି ଆରମ୍ଭ ହେବ। ଏଥି ପାଇଁ ସଂଧ୍ୟା ୬ରୁ ରାତି ୧୧ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ। ରାତି ୧୧ଟା ପରେ ମହାପ୍ରଭୁ ପୁନର୍ବାର ଭକ୍ତଙ୍କୁ ଦର୍ଶନ ଦେବେ।Conclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.