ETV Bharat / state

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଜାରି, ଆଲୋଚନାରେ ନାହିଁ ରତ୍ନଭଣ୍ଡାର ପ୍ରସଙ୍ଗ

ଗଜପତି ମହାରାଜାଙ୍କ ଅଧକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିଛି । ମୋଟ 11ଟି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେଉଛି । ଅଧିକ ପଢନ୍ତୁ

author img

By

Published : Dec 15, 2022, 12:43 PM IST

shreemandir managing committee meeting
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଜାରି
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଜାରି

ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ ହୋଇଛି । ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି । ମୋଟ 11ଟି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେଉଛି । ଶ୍ରୀମନ୍ଦିର ପ୍ରଶାସନ ରତ୍ନଭଣ୍ଡାର ପ୍ରସଙ୍ଗକୁ ସ୍ଥାନିତ କରି ନଥିବା ସୂଚନା ମିଳିଛି । ରତ୍ନଭଣ୍ଡାର ଛଡା ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବ ବୋଲି ସୂଚନା ମିଳିଛି । ଶ୍ରୀଜଗନ୍ନାଥ ବନ ପ୍ରକଳ୍ପର ସମୀକ୍ଷା ହେବା ସହ ପ୍ରକଳ୍ପର ତଥ୍ୟ ରଖିଛନ୍ତି ପିସିସିଏଫ ।

ଆଲୋଚନା ହେଉଥିବା 11ଟି ପ୍ରସଙ୍ଗ ମଧ୍ୟରେ ଶ୍ରୀମନ୍ଦିରରେ ସ୍ମାର୍ଟ ଫୋନ୍ ଉପରେ କଟକଣା, ରଥ କାଠ ଅଭାବ ମଧ୍ୟ ସାମିଲ ହୋଇଛି । ଶ୍ରୀଜଗନ୍ନାଥ ବନପ୍ରକଳ୍ପର ସମୀକ୍ଷା, ମହାପ୍ରଭୁଙ୍କ ଜମିଜମା ପ୍ରସଙ୍ଗ ଉପରେ ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତି ନିଆଯିବ । ଶ୍ରୀମନ୍ଦିର ମରାମତି, ଶ୍ରୀଗୁଣ୍ଡିଚା ମନ୍ଦିର ମରାମତିକୁ ନେଇ ସ୍ୱତନ୍ତ୍ର ଭାବେ ଆଲୋଚନା କରାଯିବ । ରଥ ଯାତ୍ରାରେ ରଥ କାଠ ଅଭାବ ପୂରଣ ନେଇ ଶ୍ରୀଜଗନ୍ନାଥ ବନ ପ୍ରକଳ୍ପ ଯୋଜନାର ମଧ୍ୟ ସମୀକ୍ଷା କରାଯିବ । ମହାପ୍ରଭୁଙ୍କ ପହିଲି ଭୋଗରୁ ନେଇ ସେବକ ବାସଗୃହ, ମହାପ୍ରଭୁଙ୍କ ଜମିଜମା ପ୍ରସଙ୍ଗକୁ ନେଇ ସ୍ୱତନ୍ତ୍ର ଆଲୋଚନା କରାଯାଉଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ଗତ ସେପ୍ଟମ୍ବର 27 ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିଥିଲା । ପରିଚାଳନା କମିଟି ସଦସ୍ୟ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇଥିଲେ ମଧ୍ୟ ଏହା ଏଜେଣ୍ଡାରେ ନଥିବାରୁ ବୈଠକରେ ଆଲୋଚନା ହୋଇନାହିଁ । ଏଥର ମଧ୍ୟ ଆଲୋଚନାରେ ରତ୍ନଭଣ୍ଡାର ପ୍ରସଙ୍ଗକୁ ବାଦ ଦିଆଯାଇଥିବା ସୂଚନା ମିଳିଛି । ପୁରୀ ବଡ଼ଦାଣ୍ଡ ସ୍ଥିତ ନିଳାଦ୍ରୀ ଭକ୍ତ ନିବାସ ଠାରେ ଅନୁଷ୍ଠିତ ଏହି ବୈଠକରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଅଧ୍ୟକ୍ଷତା କରିଛନ୍ତି । ପରିଚାଳନା କମିଟିର ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ସହ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଅଛନ୍ତି ।‌

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.