ETV Bharat / state

ଟାଟାର ବିଦ୍ୟୁତ ଶୋଷଣ ନୀତି ବିରୋଧରେ ଶ୍ରୀଜଗନ୍ନାଥ ସେନାର ବିକ୍ଷୋଭ

author img

By

Published : Oct 20, 2021, 8:09 PM IST

ଟାଟା କମ୍ପାନୀ ବିଦ୍ୟୁତ ଗ୍ରାହକଙ୍କୁ କରୁଥିବା ଶୋଷଣ ନୀତିର ବିରୋଧ ପୁରୀରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଟାଟା କମ୍ପାନୀ ବିରୋଧରେ ବିକ୍ଷୋଭ କରାଯାଇଛି । ଅଧିକ ପଢନ୍ତୁ...

ଟାଟାର ବିଦ୍ୟୁତ ଶୋଷଣ ନୀତି ବିରୋଧରେ ଶ୍ରୀଜଗନ୍ନାଥ ସେନାର ବିକ୍ଷୋଭ
ଟାଟାର ବିଦ୍ୟୁତ ଶୋଷଣ ନୀତି ବିରୋଧରେ ଶ୍ରୀଜଗନ୍ନାଥ ସେନାର ବିକ୍ଷୋଭ

ପୁରୀ: ଟାଟା କମ୍ପାନୀ ବିଦ୍ୟୁତ ଗ୍ରାହକଙ୍କୁ କରୁଥିବା ଶୋଷଣ ନୀତିର ବିରୋଧ ଦେଖିବାକୁ ମିଳିଛି । ପୁରୀରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଟାଟା କମ୍ପାନୀ ବିରୋଧ ବିକ୍ଷୋଭ କରାଯାଇଛି। ସଂଗଠନ ଅଭିଯୋଗ କରିଛି ଯେ, ଓଡିଶା ବିଦ୍ୟୁତ ବଳକା ରାଜ୍ୟ । ଓଡିଶା ଅନ୍ୟ ରାଜ୍ୟକୁ ବିଦ୍ୟୁତ ବିକ୍ରି କରୁଥିବାବେଳେ ଓଡିଶାରୁ ବିଦ୍ୟୁତ କିଣୁଥିବା ରାଜ୍ୟ ଓଡିଶା ତୁଳନାରେ କମ ଦରରେ ଗ୍ରାହକଙ୍କୁ ବିଦ୍ୟୁତ ଯୋଗାଉଛି । ହେଲେ ଓଡିଶା ସରକାର ଟାଟା କମ୍ପାନୀ ସହିତ ମିଶି ଓଡିଶାରେ ଗ୍ରାହକଙ୍କ ଠାରୁ ଅଧିକ ଟଙ୍କା ୟୁନିଟ ପିଛା ନେଉଛନ୍ତି ।

ସେହିପରି ଓଡିଶା ପ୍ରିପେଡ ବିଦ୍ୟୁତ ବ୍ୟବସ୍ଥା ଲାଗୁ ପାଇଁ ଟାଟା କମ୍ପାନୀ ଯେଉଁ ଯୋଜନା କରିଛି, ଏହାଦ୍ୱାରା ଗରିବ ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗିବେ। ଅନ୍ୟ ରାଜ୍ୟରେ ପ୍ରିପେଡ ବ୍ୟବସ୍ଥା ନଥିବାବେଳେ ଟାଟା କମ୍ପାନୀକୁ କାହିଁକି ସରକାର ସମର୍ଥନ କରୁଛନ୍ତି ସେନେଇ ଶ୍ରୀଜଗନ୍ନାଥ ସେନା ପ୍ରଶ୍ନ କରିଛି । ସେହିପରି ପ୍ରଥମ ୨ ଶହ ୟୁନିଟ ବିଦ୍ୟୁତ ଦିଲ୍ଲୀ ସରକାର ଅନ୍ୟ ରାଜ୍ୟରୁ ବିଦ୍ୟୁତ କିଣି ଲୋକଙ୍କୁ ମାଗଣା ଯୋଗାଇଥିବାବେଳେ ବିଦ୍ୟୁତ ବଳକା ରାଜ୍ୟ ଓଡ଼ିଶା ସରକାର କାହିଁକି ୨୦୦ ୟୁନିଟ ମାଗଣା ବିଜୁଳି ଦେଉନାହାନ୍ତି ସେନେଇ ଶ୍ରୀଜଗନ୍ନାଥ ସେନା ଅଭିଯୋଗ କରିଛି ।

ଶକ୍ତିମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ବ୍ୟାପକ ଅର୍ଥ ନେଇ ଓଡିଶାର ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ଟାଟା କମ୍ପାନୀ ହାତକୁ ଟେକି ଦେଇ ଲୋକଙ୍କୁ ଶୋଷଣ କରୁଥିବା ଶ୍ରୀଜଗନ୍ନାଥ ସେନା ଅଭିଯୋଗ କରିଛି। ଆଗାମୀ ଦିନରେ ଗ୍ରାହକ ଶୋଷଣ ନୀତିରୁ ଟାଟା ଓ ରାଜ୍ୟ ନ ଓହରିଲେ ଶ୍ରୀଜଗନ୍ନାଥ ସେନା ସରକାର ଓ ଟାଟା କମ୍ପାନୀ ବିରୋଧରେ ବ୍ୟାପକ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି। ଓଡିଶାବାସୀ ଟାଟା କମ୍ପାନୀର ଶୋଷଣ ବିରୋଧରେ ଓ ଦୁର୍ନୀତିଗସ୍ତ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଇସ୍ତଫା ଦାବି ନେଇ ବ୍ୟାପକ ଭାବେ ଆନ୍ଦୋଳନ କରିବାକୁ ଶ୍ରୀଜଗନ୍ନାଥ ସେନା ଆହ୍ୱାନ ଦେଇଛି । ସେହିପରି ଶକ୍ତିମନ୍ତ୍ରୀଙ୍କ ନାଁରେ ଜଣେ ମହିଳାଙ୍କ ହତ୍ୟାକାଣ୍ଡରେ ସଂପୃକ୍ତି ଅଭିଯୋଗ ଆସିଥିବା ହେତୁ ସେ ତୁରନ୍ତ ଇସ୍ତଫା ଦେବାକୁ ଶ୍ରୀଜଗନ୍ନାଥ ସେନା ଅଭିଯୋଗ କରିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.