ETV Bharat / state

ଅଚଳ ମାଲେସିଆ ଜାହାଜ ନେବାକୁ ପହଞ୍ଚିଲା ସିଙ୍ଗାପୁର ଜାହାଜ - ମାଲେସିଆ ଜାହାଜ

ଚିଲିକା ତଟରେ ଲାଗିଥିବା ମାଲେସିଆ ଜାହାଜକୁ ନେବା ପାଇଁ ସିଙ୍ଗାପୁରରୁ ଏକ ଜାହାଜ ଆସିଛି । ଅକାମୀ ଜାହାଜକୁ ତୁରନ୍ତ ହଟାଇବାକୁ ସରକାରଙ୍କ ନିର୍ଦ୍ଦେଶ ପରେ ଆଜି ଏହି ଜାହାଜ ଆସି ପହଞ୍ଚିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ବ୍ରହ୍ମଗିରି
author img

By

Published : Sep 14, 2019, 11:57 PM IST

ବ୍ରହ୍ମଗିରି: ଚିଲିକା ତଟରେ ଲାଗିଥିବା ମାଲେସିଆ ଜାହାଜକୁ ନେବା ପାଇଁ ସିଙ୍ଗାପୁରରୁ ଏକ ଜାହାଜ ଆସିଛି । ଅକାମୀ ଜାହାଜକୁ ତୁରନ୍ତ ହଟାଇବାକୁ ସରକାରଙ୍କ ନିର୍ଦ୍ଦେଶ ପରେ ଆଜି ଏହି ଜାହାଜ ଆସି ପହଞ୍ଚିଛି । ପହଞ୍ଚିଥିବା ସିଙ୍ଗାପୁର ଜାହାଜକୁ ସମୁଦ୍ର ଢେଉମାଡ଼ରୁ ରକ୍ଷା କରିବା ପାଇଁ କୂଳ ଠାରୁ କିଛି ଦୂରରେ ରଖାଯାଇଛି । ଆସନ୍ତା କାଲି ଠାରୁ ଜାହାଜ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବ୍ରହ୍ମଗିରି

ଗତ ଅଗଷ୍ଟ 7 ତାରିଖରେ ଚିଲିକା ନିକଟ ସମୁଦ୍ର କୂଳରେ ମାଲେସିଆର ଏକ ଜାହାଜରେ ଯାନ୍ତ୍ରିକ ତ୍ରୁଟି କାରଣରୁ ନିୟନ୍ତ୍ରଣ ହରାଇ କୂଳରେ ଲାଗିଥିଲା । ଜାହାଜ ତେଲ ଥିବାରୁ ସାମ୍ଭାବ୍ୟ ପ୍ରଦୂଷଣ କୁ ଦୃଷ୍ଟିରେ ରଖି ସ୍ଥାନୀୟ ଧୀବର ଓ ପରିବେଶବିତ ମାନେ ଏହାକୁ ବିରୋଧ କରିଥିଲେ । ଏହାପରେ ରାଜ୍ୟ ସରକାର ଜାହାଜ ମାଲିକ ସହ ଆଲୋଚନା କରି ଘଟଣା ସ୍ଥଳରୁ ଜାହାଜ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ଜାହାଜ ମାଲିକ ଜାହାଜ ନେବା ପୂର୍ବରୁ ପ୍ରୋଟକଲ ଅନୁଯାୟୀ ସେଥିରୁ ମହଜୁଦ ଥିବା 30 ହଜାର ଡିଜେଲ କଢ଼ାଇଥିଲେ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

Intro:ମାଲେସିଆ ଜାହାଜ ନେବାପାଇଁ ସିଙ୍ଗାପୁର ରୁ ଆସିଲା ଜାହାଜ।
ଚିଲିକା ରାଜହଂସ ନିକଟ ସମୁଦ୍ରରେ ଲାଗିଥିବା ମାଲେସିଆ ଜାହାଜକୁ ନେବା ପାଇଁ ସିଙ୍ଗାପୁର ରୁ ଆସିଲା ଜାହାଜ।Body:ଗତ ଅଗଷ୍ଟ 7 ତାରିଖରେ ଚିଲିକା ରାଜହଂସ ନିକଟ ସମୁଦ୍ର କୂଳରେ ମାଲେସିଆ ର ଏକ ଜାହାଜ ଯାନ୍ତ୍ରିକ ତ୍ରୁଟି ହେବାରୁ ଭାସି ଭାସି ଲାଗିଥିଲା।
ସ୍ଥାନୀୟ ଧୀବର ଓ ପରିବେଶ ବିତ ମାନଙ୍କ ବିରୋଧ ହେବାରୁ ରାଜ୍ୟ ସରକାର ଜାହାଜ ମାଲିକ ସହ କଥା ହୋଇ ଯଥା ଶୀଘ୍ର ଘଟଣା ସ୍ଥଳରୁ ଜାହାଜ ନେବା ପାଇଁ ନିର୍ଦେଶ ଦେଇଥିଲେ।
ଜାହାଜ ମାଲିକ ଜାହାଜ ନେବା ପୁର୍ବରୁ ପ୍ରୋଟକଲ ଅନୁଯାୟୀ ସେଥିରୁ ମହଜୁଦ ଥିବା 30 ହଜାର ଡିଜେଲ କଢ଼ାଇଥିଲେ।
ଏଠାରେ ଜାହାଜ ଲାଗିବାର 1 ମାସ ବିତି ଯାଇଥିଲେ ମଧ୍ୟ ସରକାରଙ୍କ ନିର୍ଦେଶ ଅନୁ ଯାଇ ମାଲେସିଆ ଜାହାଜ କୁ ନେବା ପାଈଁ ସିଙ୍ଗାପୁର ରୁ ଏକ ଜାହାଜ ଶନିବାର ଦିନ ରଜାହଂସ ନିକଟ ସମୁଦ୍ର କୂଳରେ ଆସି ପହଁଚିଛି।ସମୁଦ୍ର କୁଳର ଢେଉ ମାଡ଼ ରୁ ରକ୍ଷା କରିବା ପାଇଁ କୂଳ ଠାରୁ କିଛି ଦୁରରେ ସିଙ୍ଗାପୁର ଜାହାଜ କୁ ରଖା ଯାଇଛି।
ଆସନ୍ତା କାଲି ଠାରୁ ଜାହାଜ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ସୁଚନା ମିଳିଛି।Conclusion:Photo & visual send by wrap.
ଦେବାଶିଷ ଦାସ, ବ୍ରହ୍ମଗିରି
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.