ETV Bharat / state

‘ଫେରାଇ ଆଣ କୋହିନୂର ହୀରା’ - get back kohinoor

ଚକ୍ରାନ୍ତ କରି ବ୍ରିଟିଶ ଚୋରାଇ ନେଇଥିଲେ ଶ୍ରୀ ଜଗନ୍ନାଥଙ୍କ କୋହିନୂର ହୀରା । ଯାହାକୁ ଫେରାଇ ଆଣିବାକୁ ଦାବି କରିଛନ୍ତି ଶଙ୍କରାଚାର୍ଯ୍ୟ ।

ଶଙ୍କରାଚାର୍ଯ୍ୟ
author img

By

Published : Aug 9, 2019, 10:21 PM IST

ପୁରୀ: ପ୍ରଥମେ ଧାରା 25କୁ ତ୍ବରାନ୍ବିତ କରିବାକୁ ଦାବି । ଏବେ କୋହିନୂର ହୀରା ଫେରାଇ ଆଣିବାକୁ ଦାବି କରିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ମହାରାଜା ରଣଜିତ ସିଂହ କୋହିନୂର ହୀରାକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଦାନ କରିଥିଲେ ବୋଲି ଇଚ୍ଛା ପତ୍ରରେ ସ୍ପଷ୍ଟ ପ୍ରମାଣ ରହିଛି । କୋହିନୂର ଜଗନ୍ନାଥଙ୍କ ସମ୍ପତ୍ତି । କିନ୍ତୁ ଛଳ କପଟ କରି ଏହି ଦୁର୍ମୂଲ୍ୟ ହୀରାକୁ ଚୋରାଇ ନେଇଛନ୍ତି । ଯାହାକୁ ଜଗନ୍ନାଥଙ୍କ ନିକଟରେ ଫେରାଇ ଦିଅନ୍ତୁ ବ୍ରିଟିଶ ସରକାର । ଆଜି ଏହି ଦାବି କରିଛନ୍ତି ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ।

ମହାରାଜା ରଣଜିତ ସିଂଙ୍କ ଉତ୍ତରାଧିକାରୀ ଦିଲିପ ସିଂ ନାବାଳକ ଥିବାବେଳେ 1849ରେ ଛଳନା କରି ତାଙ୍କଠାରୁ ବ୍ରିଟିଶ ସରକାର ନେଇଯାଇଥିବା କହିଛନ୍ତି ଜଗତଗୁରୁ । ପୂର୍ବରୁ ସରକାର ପ୍ରୟାସ କରି ମଧ୍ୟ ବିଫଳ ହୋଇଥିଲେ । ତେବେ ପୁଣି କେନ୍ଦ୍ର ଏ ଦିଗରେ ଉଦ୍ୟମ କରି ସମସ୍ତ ଦସ୍ତାବିଜ ସହ ପ୍ରମାଣ ଉପସ୍ଥାପନ କରି କୋହିନୂରକୁ ଫେରାଇ ଆଣିବାକୁ ଆହ୍ବାନ ଦେଇଛନ୍ତି ଶଙ୍କରାଚାର୍ଯ୍ୟ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:କୋହିନୁର ହୀରା ଫେରାଇ ଆଣିବାକୁ ନେଇ ଦାବି ରଖିଲେ ଶଙ୍କରାଚାର୍ଯ୍ୟBody:ଛଳ କପଟ ଜରିଆରେ କହିନୁର ହୀରାକୁ ଚୋରାଇ ନିଆଯାଇଛି। ମହାରାଜ ରଣଜିତ ସିଂ ଏହି ଦୁର୍ମୂଲ୍ୟ ହୀରା କୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦେଶ୍ୟ ସେ ଦାନ କରିଥିଲେ। ରାଜା ଇଛା ପତ୍ର ରେ ସ୍ପଷ୍ଟ ପ୍ରମାଣ ରହିଛି। ଏହା ଶ୍ରୀଜଗନ୍ନାଥ ଙ୍କ ସମ୍ପତି । ଏହି ହୀରା କୁ ମହାପ୍ରଭୁ ଙ୍କ ନିକଟରେ ଫେରାଇ ଦେବାକୁ ବ୍ରିଟିଶ ସରକାର ଙ୍କ ନିକଟରେ ଦାବି କରିଛନ୍ତି ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ। ମହାରାଜା ରଣଜିତ ସିଂ ଉତାରାଧିକାରୀ ନାବାଳକ ଦୁଲିପ ସିଂ ଙ୍କ ଠାରୁ 1849 ରେ ଛଳନା ରେ ବ୍ରିଟିଶ ସରକାର ନେଇ ଯାଇ ଥିବା ଜଗତଗୁରୁ କହିଛନ୍ତି। ଏ ପୂର୍ବରୁ ସରକାର ପ୍ରୟାସ କରିଥିଲେ ମଧ୍ୟ ବିଫଳ ହୋଇ ଥିଲା। ତେବେ ପୁଣି କେନ୍ଦ୍ର ଏ ଦିଗରେ ଉଦ୍ୟମ କରିବାକୁ ପୁରୀ ଶଙ୍କରାଚାର୍ଯ୍ୟ ଆହ୍ବାନ କରିଛନ୍ତି। ବିଭିନ୍ନ ଦେଶରୁ ଦୁର୍ମୂଲ୍ୟ ଭାରତୀୟ ସାମଗ୍ରୀ ସରକାର ପୂର୍ବରୁ ଆଣିଥିବା ନଜର ରହିଛି। କୋହିନୁର ପାଇଁ ସରକାର ସମସ୍ତ ଦସ୍ତାବିଜ ସହିତ ପ୍ରମାଣ ଉପସ୍ଥାପନ କରି ଫେରାଇ ଆଣିବାକୁ ପଦକ୍ଷେପ ନିଆଯିବ ଉଚିତ ବୋଲି ସେ କହିଛନ୍ତି।

ବାଇଟ,, ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ, ଶଙ୍କରାଚାର୍ଯ୍ୟ, ପୁରୀConclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

Ftp ରେ ବାଇଟ ଯାଇଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.