ETV Bharat / state

ବ୍ରହ୍ମଗିରି ରେଞ୍ଜରୁ 20ଟି ମୃତ ବିଦେଶୀ ପକ୍ଷୀ ଜବତ, ଶିକାରୀ ଫେରାର - ମୃତ ବିଦେଶୀ ପକ୍ଷୀ ଜବତ

ବ୍ରହ୍ମଗିରି ରେଞ୍ଜ ଅଧିନ ଘଟୁକୁଡି ଗ୍ରାମରୁ 20ଟି ମୃତ ବିଦେଶୀ ପକ୍ଷୀ ଜବତ । ବ୍ରହ୍ମଗିରି ରେଞ୍ଜ ପକ୍ଷରୁ ଶିକାରୀ ମାନଙ୍କୁ ଧରିବା ପାଇଁ ପେଟ୍ରୋଲିଂ ଜାରି । ଅଧିକ ପଢନ୍ତୁ

ବ୍ରହ୍ମଗିରି ରେଞ୍ଜରୁ 20ଟି ମୃତ ବିଦେଶୀ ପକ୍ଷୀ ଜବତ, ଶିକାରୀ ଫେରାର

author img

By

Published : Nov 25, 2022, 8:48 PM IST

ବ୍ରହ୍ମଗିରି: ବ୍ରହ୍ମଗିରି ରେଞ୍ଜ ଅଧିନ ଘଟୁକୁଡି ଗ୍ରାମରୁ 20ଟି ମୃତ ବିଦେଶୀ ପକ୍ଷୀ ଜବତ । ଶୀତ ଋତୁ ଆରମ୍ଭରେ ଚିଲିକା ଏବଂ ଚିଲିକା ପାର୍ଶ୍ବବର୍ତ୍ତୀ ବାହ୍ୟ ଚିଲିକାରେ ବିଦେଶୀ ପକ୍ଷୀ ମାନଙ୍କର ସମାଗମ ବଢ଼ିବାରେ ଲାଗିଛି ।

ବ୍ରହ୍ମଗିରି ରେଞ୍ଜରୁ 20ଟି ମୃତ ବିଦେଶୀ ପକ୍ଷୀ ଜବତ

ଚିଲିକାର ପାର୍ଶ୍ବବର୍ତ୍ତୀ ଗ୍ରାମ ପୋଖରୀ ଓ ବିଲ ଗୁଡିକରେ ଖାଦ୍ୟ ପାଇଁ ପକ୍ଷୀମାନେ ବହୁଳ ମାତ୍ରାରେ ଦେଖା ଦେବାରେ ଲାଗିଛନ୍ତି । ଏହାର ସୁଯୋଗ ନେଇ ବିଦେଶୀ ପକ୍ଷୀ ମାଂସ ଲୋଭୀ ଶିକାରୀ ମାନେ ବିଷ ଦେଇ ପକ୍ଷୀ ଶିକାରରେ ଲାଗି ପଡିଛନ୍ତି । ପ୍ରତିଦିନ ନିରୀହ ବିଦେଶୀ ପକ୍ଷୀ ଜୀବନ ହାରୁଥିବା ବେଳେ ବ୍ରହ୍ମଗିରି ରେଞ୍ଜ ପକ୍ଷରୁ ଶିକାରୀ ମାନଙ୍କୁ ଧରିବା ପାଇଁ ପେଟ୍ରୋଲିଂ ଜାରି ରହିଛି ।

ଏନେଇ ଆଜି ସକାଳୁ ବିଶେଷ ସୂତ୍ରରୁ ଖବର ପାଇ ବ୍ରହ୍ମଗିରି ରେଞ୍ଜ ଅଧିକାରୀ ଦନାର୍ଦନ ମିଶ୍ରଙ୍କ ସହିତ ଏକ ଟିମ ଘଟୁକୁଡି ଗ୍ରାମରେ ଚଢ଼ାଉ କରିଥିଲେ । ଏମାନଙ୍କୁ ଦେଖି ଶିକାରୀ ମାନେ ଖସି ଯାଇଥିବା ବେଳେ 20 ଟି ମୃତ ବିଦେଶୀ ପକ୍ଷୀ ଜବତ କରିଥିବା ରେଞ୍ଜ ଅଧିକାରୀ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ବ୍ରହ୍ମଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.