ETV Bharat / state

ଚୂଡ଼ାନ୍ତ ହେଲା ମହାପ୍ରଭୁଙ୍କ ପହିଲି ଭୋଗ ନୀତି ନିର୍ଘଣ୍ଟ

Srimandir Niti Sub-Committee meeting: ଶ୍ରୀମନ୍ଦିର ନୀତି ସବ୍‌-କମିଟି ବୈଠକ ଅନୁଷ୍ଠିତ । ଚୂଡ଼ାନ୍ତ ହେଲା ମହାପ୍ରଭୁଙ୍କ ପହିଲି ଭୋଗ ନୀତି ନିର୍ଘଣ୍ଟ । ଆହୁରି ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ହେଲା ଆଲୋଚନା । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Dec 8, 2023, 6:00 PM IST

ଶ୍ରୀମନ୍ଦିର ନୀତି ସବ୍‌-କମିଟି ବୈଠକ
Puri Jagannath Temple Niti Sub-Committee meeting

ପୁରୀ: ମହାପ୍ରଭୁଙ୍କ ପହିଲି ଭୋଗ ନୀତିକୁ ଶୃଙ୍ଖଳିତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ । ଏନେଇ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ନୀତି ସବ୍‌-କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ମହାପ୍ରଭୁଙ୍କ ପହିଲି ଭୋଗ ନୀତି କିଭଳି ଶୃଙ୍ଖଳିତ ଭାବେ ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ହୋଇପାରିବ, ସେନେଇ ପୁଙ୍ଖାନୁପୁଙ୍ଖ ଭାବେ ସେବାୟତଙ୍କ ସହ ଆଲୋଚନା କରିଛି ଶ୍ରୀମନ୍ଦିର ପ୍ରଶାସନ । ଆସନ୍ତା ଡିସେମ୍ବର ୧୬ ତାରିଖରୁ ମହାପ୍ରଭୁଙ୍କ ପହିଲି ଭୋଗ ନୀତି ଆରମ୍ଭ ହୋଇ ଜାନୁଆରୀ ୧୪ ତାରିଖ ଯାଏଁ ଦୈନିକ ଅନୁଷ୍ଠିତ ହେବ ।

ଶ୍ରୀମନ୍ଦିର ନୀତି ସବ୍‌-କମିଟି ବୈଠକର ଅନୁମୋଦନ ଅନୁଯାୟୀ ରାତି ୨ଟାରୁ ଦ୍ବାରଫିଟା, ୨ଟା ୪୫ରେ ମଙ୍ଗଳ ଆଳତୀ ସହ ଅନ୍ୟାନ୍ୟ ନୀତି ବଢ଼ିବା ସହ ଭୋର ୫ ଘଣ୍ଟା ୨୦ ମିନିଟ୍‌ରୁ ୬ଟା ମଧ୍ୟରେ ପହିଲି ଭୋଗ ଓ ଗୋପାଳବଲ୍ଲଭ ନୀତି ଅନୁଷ୍ଠିତ ହେବ । ସେହିପରି ପରବର୍ତ୍ତୀ ନୀତି ନିର୍ଘଣ୍ଟ ଅନୁଯାୟୀ ହେବା ସହ ରାତି ୧୧ଟାରେ ରାତ୍ର ପହୁଡ଼ ହେବ ବୋଲି ନିଷ୍ପତ୍ତି ହୋଇଛି । ଅନ୍ୟପଟେ ନୀତି ସବ୍‌-କମିଟି ବୈଠକରେ ମଧ୍ୟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ସମ୍ପର୍କରେ ଆଲୋଚନା ହୋଇଥିଲା । ସାରା ଭାରତରୁ ବହୁ ସାଧୁସନ୍ଥ ଓ ବିଭିନ୍ନ ଧର୍ମପୀଠର ଗୁରୁମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ବତନ୍ତ୍ର ଭାବେ ନିମନ୍ତ୍ରଣ କରାଯିବ । ସେହିପରି ନୂଆବର୍ଷରୁ ଭକ୍ତମାନେ କିଭଳି ଶାଳିନତାପୂର୍ଣ୍ଣ ପୋଷାକ ପରିଧାନ କରି ଆସିବେ, ସେନେଇ ମଧ୍ୟ ବ୍ୟାପକ ସଚେତନତା କରାଯିବ । ତେବେ ଏହା ମଧ୍ୟରେ ଅଧିକାଂଶ ଭକ୍ତ ଶାଳିନତାପୂର୍ଣ୍ଣ ପୋଷାକ ପରିଧାନ କରି ଶ୍ରୀମନ୍ଦିର ଆସୁଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ଏହା ମଧ୍ୟ ପଢ଼ନ୍ତୁ...କୌଣସି କାମରେ ମୋତେ ପଚାରୁନାହାଁନ୍ତି, ସୁପ୍ରିମକୋର୍ଟଙ୍କ ନିୟମ ମାନୁନାହାଁନ୍ତି: ଶଙ୍କରାଚାର୍ଯ୍ୟ

ସେହିପରି ମନ୍ଦିର ପରିସରରେ ପାନ, ଗୁଟଖା ଖାଇବା ନେଇ କଟକଣାକୁ ଆହୁରି କଡ଼ାକଡ଼ି କରାଯିବ । ଶ୍ରୀମନ୍ଦିର ଭିତରେ ଏହାକୁ ସେବନ ନକରିବା ପାଇଁ ସେବାୟତଙ୍କୁ ଆହୁରି ସଚେତନ କରାଯିବ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଦିବ୍ୟାଙ୍ଗ ଭକ୍ତଙ୍କ ଶ୍ରୀମନ୍ଦିରକୁ ପ୍ରବେଶ ପାଇଁ ଉତ୍ତର ଦ୍ଵାରପଟେ ରାମ୍ପ ବ୍ୟବସ୍ଥା କରାଯାଇଥିବାବେଳେ ଖୁବଶୀଘ୍ର ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଡିସେମ୍ବର ୩୧ ରବିବାର ପଡ଼ିଥିବାରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ଆଶା କରାଯାଉଛି । ସେଥିପାଇଁ ଗତ କାର୍ତ୍ତିକ ପୂର୍ଣ୍ଣିମା ଭଳି ଡିସେମ୍ବର ୩୧ ତାରିଖ ରାତିରେ ମଧ୍ୟ ମହାପ୍ରଭୁଙ୍କ ରାତ୍ର ପହୁଡ଼ ନକରିବା ପାଇଁ ବିଚାର କରାଯାଉଥିବା ମୁଖ୍ୟ ପ୍ରଶାସକ କହିଛନ୍ତି । ଉଲ୍ଲେଖଯୋଗ୍ୟ, ଆଜି ଅନୁଷ୍ଠିତ ନୀତି ସବକମିଟି ବୈଠକରେ ମହାପ୍ରଭୁଙ୍କ ପହିଲି ଭୋଗ ନୀତି ନିର୍ଘଣ୍ଟ ସହ ମକର ସଂକ୍ରାନ୍ତି ନୀତି ଓ ଦେବାଭିଷେକ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ ମଧ୍ୟ ଚୂଡ଼ାନ୍ତ କରାଯାଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.