ETV Bharat / state

ପଞ୍ଜିକରଣ କରିପାରିନଥିବା ହବିଷ୍ୟାଳୀଙ୍କୁ ଶିବିରରେ ସ୍ଥାନ ଦେବାକୁ ଦାବି - puri administration

ଅନେକ ହବିଷ୍ୟାଳୀ ସରକାରଙ୍କ ଦ୍ବାରା ହୋଇଥିବା ହବିଷ୍ୟାଳୀ ଶିବିରରେ ପହଞ୍ଚିଛନ୍ତି । ହେଲେ ପଞ୍ଜିକରଣ କରି ପାରିନଥିବା ହବିଷ୍ୟାଳୀ ଏଥିରୁ ବଞ୍ଚିତ ଥିବାବେଳେ ଶିବିରରେ ସ୍ଥାନ ଦେବାକୁ ସେମାନେ ଦାବି ହୋଇଛି। ଅଧିକ ପଢନ୍ତୁ

several habisyalis could not registered
ସରକାରଙ୍କ ଶିବିରରେ ସ୍ଥାନ ଦେବାକୁ ଦାବି
author img

By ETV Bharat Odisha Team

Published : Oct 28, 2023, 10:50 PM IST

ସରକାରଙ୍କ ଶିବିରରେ ସ୍ଥାନ ଦେବାକୁ ଦାବି

ପୁରୀ: ପଞ୍ଜିକରଣ କରି ପାରିନଥିବା ହବିଷ୍ୟାଳୀଙ୍କୁ ଶିବିରରେ ସ୍ଥାନ ଦେବାକୁ ଦାବି ହୋଇଛି। ଅନେକ ହବିଷ୍ୟାଳୀ ସରକାରଙ୍କ ଦ୍ବାରା ହୋଇଥିବା ହବିଷ୍ୟାଳୀ ଶିବିରରେ ରହିବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ଆସିଛି। ଅନଲାଇନରେ ଆବେଦନ ଶୀଘ୍ର ବନ୍ଦ ହୋଇଯିବାରୁ ଅନେକ ହବିଷ୍ୟାଳୀ ଆବେଦନ କରି ନପାରି ଏହି ସୁବିଧାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। ତେବେ ପୁରୀ ନରେନ୍ଦ୍ରକୋଣରେ ଥିବା ହବିଷ୍ୟାଳୀ ଶିବିରକୁ ନୟାଗଡ଼ରୁ କିଛି ହବିଷ୍ୟାଳୀ ଆସି ତାଙ୍କୁ ଏଠାରେ ରଖିବା ପାଇଁ ପ୍ରଶାସନକୁ ନିବେଦନ କରିଛନ୍ତି।

ସେମାନେ ପୂର୍ବରୁ ସରକାରଙ୍କ ହବିଷ୍ୟାଳୀ ଶିବିରରେ ରହି କାର୍ତ୍ତିକ ବ୍ରତ କରିବା ସହ ମହାପ୍ରଭୁଙ୍କୁ ଦର୍ଶନ କରୁଥିଲେ। ଆର୍ଥିକ ସମ୍ବଳ ନ ଥିବା ହେତୁ ସେମାନେ ବାହାରେ ଘର ଭଡ଼ା ନେଇ ସବୁ ଦିନ ମହାପ୍ରସାଦ କିଣି ଖାଇ ପାରିବେ ନାହିଁ। ଏଣୁ ପ୍ରଶାସନ ତାଙ୍କୁ ହବିଷ୍ୟାଳୀ ଶିବିରରେ ସ୍ଥାନ ଦେବାକୁ ସେମାନେ ଅନୁରୋଧ କରିଛନ୍ତି । ଅନେକ ଗରିବ ଶ୍ରେଣୀର ବ୍ରତଧାରୀମାନେ ସରକାରଙ୍କ ହବିଷ୍ୟାଳୀ ଶିବିରରେ ରହି କାର୍ତ୍ତିକ ବ୍ରତ କରିବା ପାଇଁ ଆଶା ରଖିଥାନ୍ତି। ପ୍ରଶାସନ ସେମାନଙ୍କୁ ପ୍ରାଥମିକତା ଦେବାକୁ ହବିଷ୍ୟାଳୀଙ୍କ ପରିବାର ଲୋକେ ଦାବି କରିଛନ୍ତି।

ଅନେକ ଆର୍ଥିକ ସ୍ୱଚ୍ଛଳ ଥିବା ହବିଷ୍ୟାଳୀ ସରକାରଙ୍କ ଶିବିରରେ ରହୁଥିବା କୁହାଯାଉଛି । ହେଲେ କେତେକ ଗରିବ ହବିଷ୍ୟାଳୀମାନେ ଏହି ଯୋଜନାରୁ ବାଦ ପଡିଛନ୍ତି। ଏଣୁ ସରକା ଏ ଦିଗରେ ପଦକ୍ଷେପ ନେବାକୁ ହବିଷ୍ୟାଳୀମାନେ ଦାବି କରିଛନ୍ତି। ପୁର୍ବରୁ ମଧ୍ଯ ପ୍ରଶାସନ ହବିଷ୍ୟାଳୀ ଶିବିର ପଞ୍ଜିକରଣରୁ ବାଦ୍ ପଡିଥିବା କିଛି ହବିଷ୍ୟାଳୀଙ୍କୁ ଶିବିରରେ ସ୍ଥାନ ଦେଇଥିଲା। ଏନେଇ ପୁରୀ ଜିଲ୍ଲା ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ଏହା ବି ପଢନ୍ତୁ...କାର୍ତ୍ତିକ ବ୍ରତ ପାଇଁ ପୁରୀରେ ପହଞ୍ଚିଲେ ହବିଷ୍ୟାଳୀ, ୫ଟି ଶିବିରରେ ରହଣି ବ୍ୟବସ୍ଥା

ସେପଟେ ଚଳିତ ବର୍ଷର ହବିଷ ବ୍ରତ ଅକ୍ଟୋବର ୨୯ରୁ ଆରମ୍ଭ ହୋଇଥିବାବେଳେ ଏକ ମାସ ଧରି ଚାଲିବ। ଅନଲାଇନ ମାଧ୍ୟମରେ ପଞ୍ଜିକରଣ କରିଥିବା ୩ ହଜାର ୦୨୪ ଜଣ ହବିଷ୍ୟାଳୀମାନଙ୍କୁ ୫ଟି ରହଣି କେନ୍ଦ୍ରରେ ରଖାଯିବା ପାଇଁ ସମସ୍ତ ବ୍ୟବସ୍ଥା ହୋଇଛି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଏହି ହବିଷ୍ୟାଳୀ ଶିବିରକୁ ଉଦଘାଟନ କରିବେ। ତେବେ ହବିଷ୍ୟାଳୀ ଶିବିରରେ ପହଞ୍ଚିଛନ୍ତି କାର୍ତ୍ତିକ ବ୍ରତଧାରୀ। ଗୋଟିଏ ସ୍ଥାନରେ ରହି ମହାପ୍ରଭୁଙ୍କ ଦର୍ଶନ, ଦୈନିକ ମହାପ୍ରସାଦ ସେବନ, ପୂଜାପାଠ, ପ୍ରବଚନ ସହ ସବୁ ଆନୁଷଙ୍ଗିକ ବ୍ୟବସ୍ଥା ମୁଖ୍ୟମନ୍ତ୍ରୀ କରିଥିବାରୁ ହବିଶ୍ୟାଳୀମାନେ ବେଶ ଖୁସି ପ୍ରକଟ କରିଥିବା ଦେଖିବାକୁ ମିଳିଛି । ଅପରପକ୍ଷେ ପଞ୍ଜିକରଣ କରିପାରିନଥିବା ହବିଷ୍ୟାଳୀମାନେ ବର୍ତ୍ତମାନ ଆଶା ଆଶଙ୍କାରେ ରହିଛି।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.