ETV Bharat / state

ଶ୍ରୀମନ୍ଦିରରେ ଅଘଟଣ, ମୂର୍ତ୍ତି ଖସି ସେବାୟତ ଆହତ - sabeyata injured

ଶ୍ରୀମନ୍ଦିରରେ ଅଘଟଣ । ନୃସିଂହ ମନ୍ଦିରରେ ଉଗ୍ର ନୃସିଂହଙ୍କ କୋଳରେ ଶୋଭା ପାଉଥିବା ରାକ୍ଷାସ ହିରଣ୍ୟ କଶ୍ୟପ ମୂର୍ତ୍ତି ଖସିପଡି ଜଣେ ସେଵକ ଆହତ। ଅଧିକ ପଢନ୍ତୁ...

ଶ୍ରୀମନ୍ଦିରରେ ଅଘଟଣ, ମୂର୍ତ୍ତି ଖସି ସେବାୟତ ଆହତ

author img

By

Published : Mar 28, 2021, 9:37 AM IST

Updated : Mar 28, 2021, 10:39 AM IST

ପୁରୀ: ଶ୍ରୀମନ୍ଦିରରେ ଅଘଟଣ । ମହାପ୍ରଭୁଙ୍କ ନୃସିଂହ ମନ୍ଦିରରେ ଉଗ୍ର ନୃସିଂହଙ୍କ କୋଳରେ ଶୋଭା ପାଉଥିବା ରାକ୍ଷାସ ହିରଣ୍ୟକଶ୍ୟୁପଙ୍କ ମୂର୍ତ୍ତି ଖସିପଡି ଜଣେ ସେଵକ ଆହତ ହୋଇଛନ୍ତି । ଆହତ ସେବକ ହେଉଛନ୍ତି ଗୌଡ଼ବାଡ ସାହିର କୁନୁ ମହାପାତ୍ର ।

ଶ୍ରୀମନ୍ଦିରରେ ଅଘଟଣ, ମୂର୍ତ୍ତି ଖସି ସେବାୟତ ଆହତ

ତେବେ ପୌରାଣିକ କଥା ବସ୍ତୁ ଅନୁଯାୟୀ ହୋଲି ଦିନ ହୀରଣ୍ୟକଶ୍ୟୁପର ଭଉଣୀ ହୋଲିକା ରାକ୍ଷସୀକୁ ପ୍ରଭୁ ଵଧ କରିଥିଲେ । ଏଣୁ ଆଜିର ଦିନରେ ନୃସିଂହ ମହାପ୍ରଭୁଙ୍କ ଜାନୁରୁ ହୀରଣ୍ୟକଶ୍ୟୁପ ମୂର୍ତି ଖସି ପଡିବା, ଉପରେ କୋଭିଡର ଦ୍ବିତୀୟ ଲହରୀ ଆସୁଥିବା ବେଳେ ଅନ୍ୟ କିଛି ଅଘଟଣର ଏହା ସୂଚନା ଥାଇ ପାରେ ବୋଲି ସେବାୟତ ମହଲରେ ନାନା ଆଶା ଆଶଙ୍କା ପ୍ରକାଶ ପାଇଛି । ତେବେ ଏହି ମୂର୍ତିଟି ଶ୍ରୀମନ୍ଦିର ନିର୍ମାଣ ସମୟ ଅର୍ଥାତ୍ ଶହ ଶହ ବର୍ଷ ପୂରୁଣା ହୋଇଥିବାରୁ ଏହା ଦୁର୍ବଳ ହୋଇ ଭାଙ୍ଗି ପଡିଥିବା ଅନୁମାନ କରାଯାଉଛି ।

12 ଫୁଟ ଲମ୍ବର ଏହି ମୂର୍ତି ପ୍ରାୟ 2 ରୁ 3 କୁଇଣ୍ଟାଲ ହେବ । ତେବେ ଆଜି ସେବାୟତ ଜଣକ ପ୍ରଭୁ ନୃସିଂହଙ୍କୁ ପୂଜା କରୁଥିବା ବେଳେ ଏହି ଅଘଟଣ ଘଟିଛି । ସେବକଙ୍କ ଗୋଡ ଓ ହାତରେ ଆଘାତ ଲାଗିଥିବା ବେଳେ ସୌଭାଗ୍ୟବଶତଃ କୌଣସି ଭକ୍ତ ସେଠାରେ ଉପସ୍ଥିତ ନଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Mar 28, 2021, 10:39 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.