ETV Bharat / state

ସ୍ମାର୍ଟଫୋନ ମନା ପରେ ଡ୍ରୋନ ଉଡାଇବା ଉପରେ କଟକଣା ଲଗାଇବାକୁ ସେବାୟତଙ୍କ ଦାବି

author img

By

Published : Jan 1, 2023, 1:08 PM IST

ଶ୍ରୀମନ୍ଦିର ସୁରକ୍ଷା ପାଇଁ ଡ୍ରୋନ ଉଡାଣ ଉପରେ କଟକଣା ଲଗାଇବାକୁ ଦାବି କଲେ ସେବାୟତ । ଅଧିକ ପଢନ୍ତୁ

sri mandir servitor
sri mandir servitor
sri mandir servitor

ପୁରୀ: ଶ୍ରୀମନ୍ଦରର ଭିତର ଫଟୋ ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯାହାକୁ ନେଇ ସେବାୟତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ତେଣୁ ଶ୍ରୀମନ୍ଦିରର ସୁରକ୍ଷାକୁ ଦୃଷ୍ଟିରେ ରଖି ଆଜିଠାରୁ ନୂଆ କଟକଣା ଆରମ୍ଭ ହୋଇଛି । ମନ୍ଦିର ମଧ୍ୟକୁ ସେବାୟତ ମାନେ ସ୍ମାର୍ଟଫୋନ ନେବା ଉପରେ କଟକଣା ଲଗାଯାଇଛି । ଫଳରେ ଶ୍ରୀମନ୍ଦିର କର୍ମଚାରୀ ଓ ସେବାୟତ ବିନା ସ୍ମାର୍ଟଫୋନରେ ଆଜି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଛନ୍ତି ।

ତେବେ ସ୍ମାର୍ଟଫୋନରେ ଯେପରି କଟକଣା ଲଗାଗଲା ସେହିପରି ମନ୍ଦିରର ସୁରକ୍ଷା ପାଇଁ ଡ୍ରୋନ ଉଡାଣ ଉପରେ କଟକଣା ଲଗାଇବାକୁ ଦାବି କରିଛନ୍ତି ସେବାୟତ । ଶ୍ରୀମନ୍ଦିର ଉପରରେ ସରକାର ନୋ ଫ୍ଲାଇଂ ଜୋନ ସରକାରୀ ଭାବେ ଘୋଷଣା କରିବାକୁ ସେମାନେ ଦାବି କରିଛନ୍ତି । ଅନେକ ସମୟରେ ଅଜଣା ବ୍ୟକ୍ତି ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ାଇ ମନ୍ଦିରର ଆଭ୍ୟନ୍ତରୀଣ ଭିଡ଼ିଓ ଉତ୍ତୋଳନ କରୁଛନ୍ତି। ଫଳରେ ଆଗାମୀ ଦିନରେ ମନ୍ଦିର ଏବଂ ଭକ୍ତଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଲାଣି ।

ଆଜିକାଲିର ଅତ୍ୟାଧୁନିକ ଯୁଗରେ ଜଣେ ଚାହିଁଲେ ଡ୍ରୋନ ମାଧ୍ୟମରେ ମଧ୍ୟ ଶ୍ରୀମନ୍ଦିର ଉପରେ ବିସ୍ଫୋରକ ନେଇ ଆକ୍ରମଣ ମଧ୍ୟ ସମ୍ଭାବନା ରହିଛି । ଏଣୁ ଆଗାମୀ ଦିନରେ କୌଣସି ବଡ଼ ଅଘଟଣ ପୂର୍ବରୁ ପୋଲିସ ପ୍ରଶାସନ ଓ ଓଡିଶା ସରକାର ସଚେତନ ହୋଇ ମନ୍ଦିର ଉପରେ ଡ୍ରୋନ ଉଡାଣ ନେଇ କଟକଣା କରିବା ସହ ଏନେଇ ସ୍ୱତନ୍ତ୍ର ଆଇନ ଆଣିବାକୁ କହିଛନ୍ତି ସେବାୟତ । ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ଓଡ଼ିଆ ଜାତିର ଆରାଧ୍ୟ ଦେବତା। ଏଣୁ ଶ୍ରୀମନ୍ଦିର ସୁରକ୍ଷା ପାଇଁ ସରକାର ଡ୍ରୋନ ଉଡାଣ ନେଇ ଏକ ନିୟମ କରିବାକୁ ଦାବି ହୋଇଛି।

ଏହା ମଧ୍ୟ ପଢନ୍ତୁ-ଶ୍ରୀମନ୍ଦିରକୁ ସ୍ମାର୍ଟଫୋନ ନେଇ ପାରିବେନି ସେବାୟତ, ଆଜିଠୁ ଲାଗିଲା କଟକଣା

ନିକଟରେ ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଏବଂ ଡ୍ରୋନରେ ଉତ୍ତୋଳନ କରାଯାଇଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହାକୁ ନେଇ ଭକ୍ତ ଓ ସେବାୟତଙ୍କ ମହଲରେ ଉଦବେଗ ପ୍ରକାଶ ପାଇଥିଲା । ଗତ ୭ ତାରିଖରେ ବସିଥିବା ଛତିଶା ନିଯୋଗ ବୈଠକରେ ମନ୍ଦିର ମଧ୍ୟକୁ କେହି ଯେମିତି ସ୍ମାର୍ଟଫୋନ ନନିଅନ୍ତି ସେନେଇ ନିଷ୍ପତ୍ତି ନିଆଯାଇଥିଲା । ପରେ ଗତ ୧୫ ତାରିଖରେ ବସିଥିବା ପରିଚାଳନା କମିଟି ବୈଠକରେ ଏନେଇ ଆଲୋଚନା ହେବା ପରେ ଏପରି କଟକଣା ଲଗାଯିବା ନେଇ ନିଷ୍ପତ୍ତି ହୋଇଥିଲା ।

ସେବାୟତ ଓ କର୍ମଚାରୀଙ୍କ ସ୍ମାର୍ଟ ଫୋନ ରଖିବା ପାଇଁ ସିଂହଦ୍ବାର ଓ ଦକ୍ଷିଣ ଦ୍ବାରରେ ବ୍ୟବସ୍ଥା କରାଯାଇଛି । କେବଳ ସେବାୟତ ମାନେ କିପ୍ୟାଡ ଫୋନ ମନ୍ଦିରକୁ ନେଇ ଯାଇପାରିବେ ବୋଲି କୁହାଯାଇଛି । ଆଜିଠାରୁ ଏହି କଟକଣା କଡାକଡି ହୋଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.