ETV Bharat / state

Patient Stuck Inside Lift: ଆସୁଥିଲେ ଗୁରୁତର ରୋଗୀ, ଅଚଳ ହେଲା ଲିଫ୍ଟ - ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା

ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘୋର ଅବ୍ୟବସ୍ଥା । ଲିଫ୍ଟଟି ଅଚଳ ହୋଇଯିବା ଫଳରେ ୨୦ ମିନିଟ ଲିଫ୍ଟରେ ଫସିଲେ ଗୁରୁତର ରୋଗୀ । ଅଧିକ ପଢନ୍ତୁ

Patient stuck inside Lift
Patient stuck inside Lift
author img

By

Published : Jan 21, 2023, 8:06 PM IST

Patient Stuck Inside Lift

ପୁରୀ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା । ଗୁରୁତର ରୋଗୀ ଲିଫ୍ଟରେ ଆସୁଥିବା ବେଳେ ଅଚଳ ହୋଇଗଲା ଲିଫ୍ଟ । ଦୀର୍ଘ ୨୦ ମିନିଟ ପରେ ଲିଫ୍ଟରୁ ଉଦ୍ଧାର ହେଲେ ଗୁରୁତର ରୋଗୀ । ସାଧାରଣରେ ଏନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଏହି ଅଚଳ ହେବାର ଭିଡିଓଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ପୁରୀ ଏକ ଅନ୍ତର୍ଜାତୀୟ ପର୍ଯ୍ୟଟନୀ ସ୍ଥଳୀ ହୋଇଥିବା ବେଳେ ହସ୍ପିଟାଲରେ ଏପରି ଅବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ ପୁରୀର ଆଲିଶା ମିଶ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗାଇନିକ ୱାର୍ଡରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ତେବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବା ପରେ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ରେଫର୍ କରାଯାଇଥିଲା । ତାଙ୍କୁ ଲିଫ୍ଟରେ ଅଣାଯାଉଥିବା ବେଳେ ଲିଫ୍ଟଟି ଅଚଳ ହୋଇ ପଡ଼ିଥିଲା । ଲିଫ୍ଟ ଭିତରେ ରୋଗୀ ସମେତ ନର୍ସ ମଧ୍ୟ ଫସି ଯାଇଥିଲେ। ପରେ ରୋଗୀଙ୍କ ସମ୍ପର୍କୀୟ ଲିଫ୍ଟ ସଜାଡ଼ିବା ପାଇଁ ଅପରେଟରଙ୍କୁ ଫୋନ କରିଥଲେ ମଧ୍ୟ ନମ୍ବର ଲାଗି ନ ଥିଲା । ସେ ସୁରକ୍ଷାକର୍ମୀଙ୍କୁ ଅବଗତ କରିବା ପରେ ଲିଫ୍ଟ ଅପରେଟର ୨୦ ମିନିଟ ପରେ ଆସି ଲିଫ୍ଟ ସଜାଡି ରୋଗୀଙ୍କୁ ଉଦ୍ଧାର କରିଥିଲେ।

ଏହା ବି ପଢନ୍ତୁ- Magha Saptami: ୨୮ରେ ମାଘ ସପ୍ତମୀ ବୁଡ, ବସିଲା ଦ୍ୱିତୀୟ ସମନ୍ବୟ ବୈଠକ

ତେବେ ଅଚଳ ଲିଫ୍ଟ ଭିତରେ ଗୁରୁତର ରୋଗୀ ଥିବା ଯୋଗୁଁ କୌଣସି ଅଘଟଣ ହେବା ଭାବି ରୋଗୀଙ୍କ ସମ୍ପର୍କୀୟ ଆତଙ୍କିତ ହୋଇ ପଡ଼ିଥିଲେ । ଏଠାରେ ପ୍ରଶ୍ନ ଉଠୁଛି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ମେଡିକାଲ କଲେଜକୁ ରୂପାନ୍ତରଣ କରାଯିବା ପରେ ମଧ୍ୟ ସାଧାଣ ଲିଫ୍ଟକୁ ଠିକ୍ କରାଯାଇ ପାରୁନାହିଁ । ବାରମ୍ବାର ଉକ୍ତ ଲିଫ୍ଟଟି ଖରାପ ହେଉଥିବା ବେଳେ ପାଖରେ ଅପରେଟର ରହୁନାହାନ୍ତି । ରୋଗୀଙ୍କ ସହ କିଛି ଅଘଟଣ ଘଟିଲେ କିଏ ଦାୟୀ ରହିବ ସେ ନେଇ ପ୍ରଶ୍ନ ଉଠିଛି । ମେଡିକାଲରେ ରୋଗୀଙ୍କ ସୁବିଧା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏହି ଟଙ୍କାକୁ ଆତ୍ମସାତ ସହ ଦୁର୍ନୀତି ହୋଇ ଟଙ୍କା ହରିଲୁଟ କରାଯାଉଥିବା ଅଭିଯୋଗ ହୋଇଛି।

ତୁରନ୍ତ ମୁଖ୍ୟମନ୍ତ୍ରୀ ପୁରୀ ମେଡିକାଲରେ ଚାଲିଥିବା ଦୁର୍ନୀତି, ଅବ୍ୟବସ୍ଥା ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ନେବାକୁ ରୋଗୀଙ୍କ ସମ୍ପର୍କୀୟ ଦାବି କରିଛନ୍ତି । ଏ ନେଇ ସେ କହିଛନ୍ତି, "ରୋଗୀଙ୍କୁ କଟକ ରେଫର କରାଯିବା ପରେ ତାଙ୍କୁ ଲିଫ୍ଟରେ ଅଣାଯାଉଥିଲା । ତେବେ ମୁଁ ଲିଫ୍ଟର ବାହାରେ ଥିଲି । ଲିଫ୍ଟ ଆପେ ଆପେ ଲକ୍‌ ହୋଇ ଖୋଲିନଥିଲା । ଏହାପରେ ସିକ୍ୟୁଟିରିଙ୍କୁ ଡାକିବା ପରେ ସେ ଆଉ ଜଣଙ୍କୁ ଫୋନ କରିଥିଲେ । ସେ ଆସିବା ପରେ ଚାବିରେ ଲିଫ୍ଟକୁ ଖୋଲାଯାଇଥିଲା । ଲିଫ୍ଟକୁ ୩ଜଣ ଠେଲିବା ପରେ ଖୋଲିଥିଲା ।"

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.