ETV Bharat / state

ଶୁଭାରମ୍ଭ ହେଲା Secure Fishing App, ଉପକୃତ ହେବେ ଧୀବର - ଅସୁବିଧାର ସମ୍ମୁଖୀନ ହେବେନି ଧୀବର

ରାଜ୍ୟ ସରକାର ଏବଂ ଇଫକୋର ମିଳିତ ସହଯୋଗରେ ମତ୍ସ୍ୟଜୀବୀମାନଙ୍କ ପାଇଁ ଆରମ୍ଭ ହେଲା ସିକ୍ୟୋର ଫିସିଂ ଆପ (Secure Fishing App) । ଆଉ ଅସୁବିଧାର ସମ୍ମୁଖୀନ ହେବେନି ମତ୍ସଜୀବୀ । ଅଧିକ ପଢନ୍ତୁ

Secure Fishing App
Secure Fishing App
author img

By

Published : Nov 26, 2022, 10:33 PM IST

ପୁରୀ: ଗଭୀର ଜଳରାଶିକୁ ମାଛ ମାରିବାକୁ ଗଲେ ଆଉ ଅସୁବିଧାର ସମ୍ମୁଖୀନ ହେବେନି ଧୀବର । ରାଜ୍ୟ ସରକାର ଏବଂ ଇଫକୋର ମିଳିତ ସହଯୋଗରେ ମତ୍ସ୍ୟଜୀବୀମାନଙ୍କ ପାଇଁ ଆରମ୍ଭ ହେଲା ସିକ୍ୟୋର ଫିସିଂ ଆପ (Secure Fishing App) । ପୁରୀ ପେଣ୍ଠକଟା ସ୍ଥିତ କମ୍ୟୁନିଟି ସେଣ୍ଟରରେ‌ ମତ୍ସ୍ୟଜୀବୀମାନଙ୍କୁ ଏହି ଆପର ବ୍ୟବହାର ବିଷୟରେ ତାଲିମ ଦିଆଯାଇଛି । ପାଣିପାଗ ହେଉ କି ପବନର ଗତିବିଧି, ଏଣିକି ସମସ୍ତ ପ୍ରକାର ସୂଚନା ପାଇପାରିବେ ମତ୍ସଜୀବୀ । ତେବେ ପ୍ରାଥମିକ ଭାବେ ଏହି ଆପରେ ଇଂରାଜୀ ଓ ଓଡ଼ିଆ ଭାଷା ଥିବାବେଳେ ତେଲଗୁ ଭାଷା ସମେତ ଅନ୍ୟ ଭାଷା ଯୋଡିବା ପାଇଁ ମତ୍ସ୍ୟଜୀବୀ ମାନେ ଅନୁରୋଧ କରିଛନ୍ତି। ଏଭଳି ଆପ୍ ସମସ୍ତ ମତ୍ସ୍ୟଜୀବୀ ମାନଙ୍କୁ ବେଶ୍ ସହାୟତା କରିବ ବୋଲି ପୁରୀ ଜିଲ୍ଲା ପାରମ୍ପରିକ ମତ୍ସ୍ୟଜୀବୀ ସଂଘ ପକ୍ଷରୁ କୁହାଯାଇଛି।

ଶୁଭାରମ୍ଭ ହେଲା Secure Fishing App

ସିକ୍ୟୋର ଫିସିଂ ଆପରେ ରହିଛି ଏହି ସୁବିଧା

ମତ୍ସ୍ୟଜୀବୀମାନେ ପାଣିପାଗ ଠାରୁ ଆରମ୍ଭ କରି ପବନର ଗତିବିଧି, ସମୁଦ୍ରରେ ମତ୍ସ୍ୟ ବହୁଳ ସ୍ଥାନ ନିରୂପଣ ଏବଂ ଜରୁରୀକାଳୀନ ପରିସ୍ଥିତିରେ ମଧ୍ୟ ସତର୍କ ସୂଚନା ପଠାଇପାରିବେ । ସରକାରଙ୍କ ପକ୍ଷରୁ ଥିବା ବିଭିନ୍ନ ଯୋଜନା, ବଜାର ମାଛର ବିଭିନ୍ନ ଦର ମଧ୍ୟ ଜାଣିହେବ । ଏହି ଆପ ଜରିଆରେ ଅଧିକାରୀମାନେ ମତ୍ସ୍ୟଜୀବୀଙ୍କ ଗତିବିଧି ଉପରେ ମଧ୍ୟ ନଜର ରଖିପାରିବେ । ସମୁଦ୍ର ମଝିରେ ନେଟୱର୍କ ନଥିଲେ ମଧ୍ୟ ଜିପିଏସ୍‌ ମାଧ୍ୟମରେ ଏହି ଆପ୍ ଦ୍ବାରା ମତ୍ସ୍ୟଜୀବୀମାନେ କେଉଁଠାରେ ଅଛନ୍ତି ତାହା ମଧ୍ୟ ଜଣାପଡିବ। ମତ୍ସ୍ୟଜୀବୀମାନେ ମଧ୍ୟ ଆବଶ୍ୟକ ସ୍ଥଳେ ବିଭିନ୍ନ ସମସ୍ୟା ସମ୍ପର୍କରେ ବିଶେଷଜ୍ଞଙ୍କ ସହାୟତା ନେବା ପାଇଁ ଏହି ଆପ୍ ଯୋଗେ ଫୋନ୍ କଲ୍ ଏବଂ ମେସେଜ୍ ଚାଟିଙ୍ଗର ବ୍ୟବସ୍ଥା ରହିଛି ।

ଏହା ମଧ୍ୟ ପଢନ୍ତୁ: ISRO ଇତିହାସରେ ଯୋଡିଲା ଆଉ ଏକ ସଫଳତା, Oceansat-3ର ହେଲା ସଫଳ ଉତ୍‌କ୍ଷେପଣ

ପୂର୍ବରୁ ମତ୍ସ୍ୟଜୀବୀମାନଙ୍କ ପାଇଁ ଫିସର ମ୍ୟାନ ଫ୍ରେଣ୍ଡଲି ନାମକ ଏକ ଆପ ବିକଶିତ କରାଯାଇଥିଲା । କିନ୍ତୁ ଏହି ଆପରେ ସମସ୍ତ ପ୍ରକାର ସୁବିଧା ପାଇପାରୁ ନଥିଲେ ମତ୍ସଜୀବୀ। ଏହି ଆପ କେବଳ ପୁରୀ ନୁହେଁ ବାଲେଶ୍ଵର, ଭଦ୍ରକ, ଗଞ୍ଜାମ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ଥିବା ମତ୍ସ୍ୟଜୀବୀମାନେ ମଧ୍ୟ ଏହାର ଫାଇଦା ଉଠାଇପାରିବେ । ଆଣ୍ଡ୍ରୋଏଡ ଫୋନର ପ୍ଲେ ଷ୍ଟୋରକୁ ଯାଇ ଯେକୌଣସି ବ୍ୟକ୍ତି ଏହି ଆପକୁ ନିଜ ମୋବାଇଲରେ ଡାଉନଲୋଡ କରିପାରିବେ । ଏହି ଆପ ମାଧ୍ୟମରେ ମତ୍ସ୍ୟଜୀବୀମାନେ ଲାଭବାନ ହେବା ସହ ଅଧିକାରୀମାନେ ମଧ୍ୟ ମତ୍ସ୍ୟଜୀବୀଙ୍କ ଗତିବିଧି ଉପରେ ନଜର ରଖିପାରିବେ । ଗାଁରୁ ସହର ପର୍ଯ୍ୟନ୍ତ ମତ୍ସଜୀବୀଙ୍କୁ ସାହାଯ୍ୟ କରିବା ପାଇଁ ଏହି ଆପ ଲଞ୍ଚ କରାଯାଇଥିବା ନେଇ କହିଛନ୍ତି ମତ୍ସ୍ୟ ଅଧିକାରୀ । ତେବେ ସରକାର ଏବଂ ଇପକୋର ମିଳିତ ସହଯୋଗରେ ଆରମ୍ଭ କରାଯାଇଥିବା ଏହି ସିକ୍ୟୁର ଫିସିଙ୍ଗ ଆପ ଦ୍ବାରା ମତ୍ସ୍ୟଜୀବୀମାନେ ଆଗାମୀ ଦିନରେ ବେଶ୍ ଉପକୃତ ହେବେ ବୋଲି ଆଶା କରାଯାଉଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.