ETV Bharat / state

ବଢୁଛି ଗୋଷ୍ଠୀ କନ୍ଦଳ: ମହାପ୍ରସାଦ ଛୁଆଁଇ ଶପଥ ପାଠ କରାଇଲେ ବିଜେଡି ବିଧାୟକ

author img

By

Published : Jan 19, 2022, 8:10 AM IST

ବିଜେଡି ପାଇଁ ଚିନ୍ତା ବଢାଇଛି ଗୋଷ୍ଠୀ ବିବାଦ । ମହାପ୍ରସାଦ ଛୁଆଁଇ ଦଳରେ ରହିବାକୁ ଶପଥ ପାଠ କରାଉଛନ୍ତି ନେତା । ଅଧିକ ପଢନ୍ତୁ

ବଢୁଛି ଗୋଷ୍ଠୀ କନ୍ଦଳ: ମହାପ୍ରସାଦ ଛୁଆଁଇ ଶପଥ ପାଠ କରାଇଲେ ବିଜେଡି ବିଧାୟକ
ବଢୁଛି ଗୋଷ୍ଠୀ କନ୍ଦଳ: ମହାପ୍ରସାଦ ଛୁଆଁଇ ଶପଥ ପାଠ କରାଇଲେ ବିଜେଡି ବିଧାୟକ

ପୁରୀ: ଦିନ କେଇଟା ପରେ ପଞ୍ଚାୟତ ଫାଇଟ୍ । ଏନେଇ ବେଶ୍ ସରଗରମ୍ ରହିଛି ରାଜନୈତିକ ପାଣିପାଗ । ଭୋଟରଙ୍କୁ ମନାଇବାକୁ ବିଭିନ୍ନ ରାଜନୈତିକ ଦଳ କସରତ୍ ଆରମ୍ଭ କରିଥିବାବେଳେ ଦଳୀୟ କର୍ମୀଙ୍କୁ ମନାଇବାରେ ଲାଗିଛି ବିଜେଡି । କାରଣ ବିଜୁ ଜନତା ଦଳରେ ଅନେକ ଅସନ୍ତୁଷ୍ଟ ପ୍ରାର୍ଥୀ ଅଛନ୍ତି । ଏପରିକି ଦଳର କିଛି କର୍ମୀ ଅନ୍ୟ ଦଳକୁ ଡିଆଁ ମାରୁଛନ୍ତି । ଦଳୀୟ କର୍ମୀଙ୍କ ମଧ୍ୟରେ ଗୋଷ୍ଠୀ ବିବାଦ ଉଗ୍ରରୂପ ଧାରଣ କରିଥିବାବେଳେ ଏହାକୁ ନେଇ ଶାସକ ଦଳ ନେତାଙ୍କ ଚିନ୍ତା ବଢି ଯାଇଛି । କର୍ମୀଙ୍କୁ ଦଳରେ ରଖିବାକୁ ଯଥାସମ୍ଭବ ପ୍ରଚେଷ୍ଟା କରୁଛନ୍ତି ନେତା । ଏପରିକି ଶାସକ ଦଳ ବିଧାୟକ କର୍ମୀଙ୍କୁ ମହାପ୍ରସାଦ ଛୁଆଁଇ ଶପଥ ପାଠ କରାଉଥିବାର ଘଟଣା ସାମ୍ନାକୁ ଆସିଛି । ପୁରୀ ଜିଲ୍ଲା ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ମହାପ୍ରସାଦ ଛୁଆଁଇ ଦଳରେ ରହିବାକୁ କର୍ମୀଙ୍କ ଠାରୁ ପ୍ରତିଶ୍ରୁତି ନେଇଛନ୍ତି ।

ଯାହା ସୂଚନା ରହିଛି, କଣାସ ବ୍ଲକ ବିଜିପୁର ପଞ୍ଚାୟତରେ ଆୟୋଜିତ ଏକ ସମ୍ମିଳନୀରେ ବିଧାୟକ କର୍ମୀଙ୍କୁ ମହାପ୍ରସାଦ ଛୁଆଁଇଛନ୍ତି । ବିଧାୟକଙ୍କ ଏଭଳି କାର୍ଯ୍ୟର ଭିଡିଓ ସୋସିଆଲ ମଡିଆରେ ଖୁବ୍ ଭାଇରାଲ ହେଉଥିବାବେଳେ ଏହାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । କୋରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ରାଜ୍ୟ ନିର୍ବାଚନ କମିଶନ ବଡ ବଡ ରାଲି ଓ ସମାବେଶ ଉପରେ କଟକଣା ଲଗାଇଛନ୍ତି । ଚଳିତ ଥର ୫ଟି ପର୍ଯ୍ୟାୟରେ ମତଦାନ ହେବ । ଫେବୃୟାରୀ ୧୬, ୧୮, ୨୦, ୨୨ ଏବଂ ୨୪ରେ ଭୋଟ୍ ପଡିବ । ୱାର୍ଡ ମେମ୍ବର, ସରପଞ୍ଚ ଓ ସମିତି ସଭ୍ୟ ପାଇଁ ବ୍ଲକ କାର୍ଯ୍ୟାଳୟରେ ଏବଂ ଜିଲ୍ଲା ପରିଷଦ ସଭ୍ୟମାନେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିବେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.