ପୁରୀ: ସତ୍ୟବାଦୀ ମହୋତ୍ସବକୁ ନେଇ ଦୁଲୁକୁଛି ସାକ୍ଷୀଗୋପାଳ । ସତ୍ୟବାଦୀର କଳା ସଂସ୍କୃତି ଓ ପରମ୍ପରା ସହ ଜଡ଼ିତ ସତ୍ୟବାଦୀ ମହୋତ୍ସବ 2023 ଉଦଘାଟନ ହୋଇଯାଇଛି । ଦୁଇ ବର୍ଷ କୋଭିଡ କଟକଣା ଯୋଗୁଁ ଏହି ଉତ୍ସବ ବନ୍ଦ ରହିଥିଲା । ଏଣୁ ଚଳିତ ବର୍ଷ ବେଶ୍ ଆଡମ୍ବରରେ ପାଳନ ହେଉଛି ସତ୍ୟବାଦୀ ମହୋତ୍ସବ । ଏଥିପାଇଁ ପୁରା ସାକ୍ଷୀଗୋପାଳ ରଙ୍ଗୀନ ଆଲୋକ ମାଳାରେ ସଜେଇ ହୋଇଛି ।
ମହୋତ୍ସବର ମୁଖ୍ୟ ଆକର୍ଷଣ ଜ୍ୟୋତିଯାତ୍ରା ବେଶ୍ ଧୁମଧାମରେ ପାଳନ କରା ଯାଇଥିଲା । ପଞ୍ଚଶଖାଙ୍କ ପୀଠରୁ ଜ୍ୟୋତିଯାତ୍ରା ଅଣି ପାଞ୍ଚଟି ଜ୍ୟୋତି ଅଣାଯାୟୀ ବସଷ୍ଟାଣ୍ଡରେ ଏକତ୍ରିତ କରାଯାଏ । ଏହି ଜ୍ୟୋତି ଯାତ୍ରାରେ ହଜାରହଜାର ଲୋକ ସାମିଲ ହୋଇଥିଲେ । ସାଂସ୍କୃତିକ ନୃତ୍ୟ ସହ ପାରମ୍ପରିକ ଢଙ୍ଗରେ ଅଣାଯାଇ ପଞ୍ଚଶଖା ଖେଳ ପଡିଆ ମଞ୍ଚରେ ସ୍ଥାପନ କରାଯାଇ ଥିଲା । ସତ୍ୟବାଦୀ ମହୋତ୍ସବରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ବିଜେପି ନେତା ଓମ୍ ପ୍ରକାଶ ମିଶ୍ରଙ୍କ ସମେତ ଅନେକ ବୁଦ୍ଧିଜୀବୀ ଏହି କାର୍ଯ୍ୟକ୍ରମ ଯୋଗ ଦେଇ ଥିଲେ । ତେବେ ତିନିଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ୧୧ ତାରିଖରୁ ଆରମ୍ଭ ହୋଇଥିବା ବେଳେ ୧୩ ତାରିଖରେ ଶେଷ ହେବ ।
ମହୋତ୍ସବ ଦେଖିବା ପାଇଁ ହଜାରହଜାର ସଂଖ୍ୟକ ଦର୍ଶକଙ୍କ ଭିଡ ଦେଖିବାକୁ ମିଳିଛି । ଦୀର୍ଘ ଦୁଇ ବର୍ଷ ସତ୍ୟବାଦୀ ମହୋତ୍ସବ ବେଶ୍ ଆଡମ୍ବରରେ ପାଳନ କରାଯିବା ସହ ମୀନା ବଜାର ସହ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ଯ ସାମଗ୍ରୀର ଷ୍ଟଲ୍ ଦେଖିବାକୁ ମିଳିଛି । ଭିଡ଼ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଉଦଘାଟନୀ ସନ୍ଧ୍ୟାରେ ଓଡ଼ିଶୀ, ଗୋଟି ପୁଅ, ବିହୁ, ଛଉ ଓ ଓଲିଉଡ଼ ଗୀତ ପରିବେଶଣ କରିଥିଲେ କରିଥିଲେ ବିଭିନ୍ନ ରାଜ୍ୟରୁ ଆସିଥିବା କଳାକାର । ଓଲିଉଡ ଗାୟକ ସ୍ୱୟମ ପାଢ଼ୀ ନିଜର ସ୍ବରର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ । ଆସାମର ଵିହୁ ଓ ଅନ୍ୟ କଳାକାରଙ୍କ ଦ୍ବାରା ଛଉ ନୃତ୍ୟ ଦ୍ଵିତୀୟ ଦିବସ ସଂଧ୍ୟାରେ ମୁଖ୍ୟ ଆକର୍ଷଣ ହୋଇଥିଲା । ସେହିପରି ସ୍ଥାନୀୟ ସ୍କୁଲ୍ ଛାତ୍ରଛାତ୍ରୀ ଏବଂ ବିଭିନ୍ନ କଳା ଅନୁଷ୍ଠାନ ପକ୍ଷରୁ ସମର କଳା, ସଙ୍ଗୀତ ନୃତ୍ୟ, ପୁରୁଲିଆ ଛଉ, ସମ୍ବଳପୁରୀ ନୃତ୍ୟ, ଏବଂ ଓଲିଉଡ଼ ପ୍ରସିଦ୍ଧ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀଙ୍କ ଧମାକାରେ ଦର୍ଶକ ମଜି ଯାଇଥିଲେ ।