ETV Bharat / state

ପୁରୀ ବେଳାଭୂମି ହେବ ସ୍ବଛ ସୁନ୍ଦର; ଆରମ୍ଭ ହେବ ‘ମୋ ବିଚ’ ଅଭିଯାନ

ଆସନ୍ତାକାଲି ଶୁଭାରମ୍ଭ ହେବ ‘ମୋ ବିଚ’ ଅଭିଯାନ । ପୁରୀ ସହର ସମେତ ବେଳାଭୂମିକୁ ସ୍ବଛ ରଖିବା ଏହାର ଉଦେଶ୍ୟ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Sep 20, 2019, 7:43 AM IST

ପୁରୀ: ଫନି ମାଡରେ ଧ୍ବସ୍ତବିଧ୍ବସ୍ତ ପୁରୀ ସହର ଯେ ସବୁ ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ ଏହି ବାର୍ତ୍ତା ବିଶ୍ବକୁ ଦେବା ପାଇଁ ଆରମ୍ଭ ହେବାକୁ ଯାଉଛି ବେଳାଭୂମି ସଫେଇ ସହ ‘ମୋ ବିଚ’ ଅଭିଯାନ।

ଆସନ୍ତାକାଲି ଆନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ ଅବସରରେ ଏନେଇ ପୁରୀ ପ୍ରଶାସନ ଆୟୋଜନ କରୁଛି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମ ଅନୁସାରେ ଜିଲ୍ଲାର ପ୍ରାୟ ଶହେ କିଲୋମିଟର ବ୍ୟାପି ବେଳାଭୂମିରେ ଶହେଟି ସ୍ଥାନରେ ଏକାଠି ହେବେ ଦଶହଜାର ଲୋକ। ସକାଳ ୬ ଟାରୁ 7.30 ପର୍ଯ୍ୟନ୍ତ ବେଳାଭୂମିର ସଫେଇ କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ବଲୱନ୍ତ ସିଂ। ଏହାସହ ପୁରୀ ପୌରାଞ୍ଚଳର ଏକ କାଳୀନ ୧୭ଟି ସ୍ଥାନରେ ବେଳାଭୂମି ସଫେଇ କାର୍ଯ୍ୟକ୍ରମ ହେବା ସହ ଆଠଟା ବେଳେ ରାଜଭବନ ବେଳାଭୂମିରେ ସମସ୍ତେ ଏକାଠି ହେବେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଅଂଶଗ୍ରହଣକାରୀ ପ୍ରଥମେ ବେଳାଭୂମିରେ ନିଜ ନାମ ଲେଖି ପରିବେଶ ସୁରକ୍ଷା ରଖିବାକୁ ଶପଥ ନେବେ। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ, ବିଭିନ୍ନ ସେଚ୍ଛାସେବୀ ଅନୁଷ୍ଠାନ, ସରକାରୀ କର୍ମଚାରୀ, ଆଇନଜୀବୀ, ଗଣମାଧ୍ୟମ ପ୍ରତିନିଧିଙ୍କ ସହ ସବୁବର୍ଗର ବ୍ୟକ୍ତି ବିଶେଷଙ୍କୁ ସାମିଲ ହେବା ପାଇଁ ଅନୁରୋଧ କରାଯାଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:
ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଓଡ଼ିଆ ଆଲପୁର ପଞ୍ଚାୟତର ଗୁରାପଲ୍ଲୀ ଗ୍ରାମ ନିକଟରେ ଟ୍ରେନ୍ ଧକ୍କାରେ ଶହେରୁ ଉର୍ଦ୍ଧ ଛେଳିଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି ।ଉକ୍ତ ଗ୍ରାମର ଜି. ଗଣପତି ପାତ୍ର ଓ ଏସ୍ . ଭରତ ପାତ୍ର ନାମକ ଦୁଇ ଛେଳି ଓ ମେଣ୍ଢା ପାଳକ ଛେଳି ଚରାଇବାକୁ ଯାଇଥିବା ବେଳେ ରେଳ ଧାରଣାର ଏକ ପାର୍ଶ୍ବରେ ଗୋଠ ହୋଇଥିବା ଛେଳି ଓ ମେଣ୍ଢା ହଠାତ ଟ୍ରେନ ଆସିବା ସମୟରେ ରେଳ ଧାରଣା ଉପରକୁ ଦୌଡ଼ି ଆସି ଯାଇଥିଲେ । ସେ ସମୟରେ ଯାଉଥିବା ଫାଲକନାମା ଟ୍ରେନ୍ ଦ୍ରୃତ ଗତି ଅତିକ୍ରମ କରୁଥିବା ବେଳେ ଟ୍ରେନ୍ ଧକାରେ ପ୍ରାୟ ଶତାଧିକ ଏକ ଶହ ଛେଳି ଓ ମେଣ୍ଢା ଙ୍କ ମୃତ୍ୟୁ ଘଟିଥିବା ବେଳେ ସରକାରୀ ସହାୟତା ଅପେକ୍ଷାରେ ପରିବାର ବର୍ଗ ।Body:ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.