ETV Bharat / state

ଐତିହ୍ୟ ଗ୍ରାମ ରଘୁରାଜପୁରରେ ଅନୁଷ୍ଠିତ ‘ସପ୍ତରଙ୍ଗ’ ଉଦଯାପିତ, ପ୍ରତି ପରିବାରକୁ ମିଳିଲା 10 ହଜାର - raghurajpur festival news

ଐତିହ୍ୟ ଗ୍ରାମ ରଘୁରାଜପୁରରେ ଅନୁଷ୍ଠିତ ‘ସପ୍ତରଙ୍ଗର’ ଉଦଯାପିତ ହୋଇଯାଇଛି । ଏହି ଉଦାଯାପନୀ କାର୍ଯ୍ଯକ୍ରମରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ଯୋଗ ଦେଇ କଳାକାରଙ୍କୁ ଅର୍ଥ ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ....

ଐତିହ୍ୟ ଗ୍ରାମ ରଘୁରାଜପୁରରେ ଅନୁଷ୍ଠିତ ସପ୍ତରଙ୍ଗ ଉଦଯାପିତ, ପ୍ରତି ପରିବାରକୁ ମିଳିଲା 10 ହଜାର

author img

By

Published : Jun 17, 2021, 3:45 PM IST

ଭୁବନେଶ୍ବର: ପାରମ୍ପରିକ ବୃତ୍ତିଚିତ୍ର 'ସପ୍ତରଙ୍ଗ' ଉଦଯାପିତ ହୋଇଛି । କାର୍ଯ୍ୟକ୍ରମର ଅନ୍ତିମ ଦିବସରେ ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଭିଡିଓ କନଫରେନ୍ସିଂ ଜରିଆରେ ଯୋଗଦେଇ କଳାକାରଙ୍କୁ ଅର୍ଥ ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

  • ରଘୁରାଜପୁରରେ ଅନୁଷ୍ଠିତ ସପ୍ତରଙ୍ଗ କଳା ଶିବିର ଉଦଯାପିତ ହୋଇଥିବାବେଳେ ଏଥିରେ ଭାଗ ନେଇଥିବା ଗାଁର ପ୍ରତି ପରିବାରକୁ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ୧୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ପ୍ରତ୍ୟେକ ଗ୍ରାମବାସୀ ସେମାନଙ୍କ ଘର ବାହାର କାନ୍ଥରେ ପାରମ୍ପରିକ ଚିତ୍ର ଅଙ୍କନ କରିଥିଲେ। pic.twitter.com/f5zCy1Sh3N

    — CMO Odisha (@CMO_Odisha) June 16, 2021 " class="align-text-top noRightClick twitterSection" data=" ">

ପୁରୀ ଜିଲ୍ଲାର ରଘୁରାଜପୁର ଫଟୋଚିତ୍ର ପାଇଁ ସାରା ବିଶ୍ବରେ ପ୍ରସିଦ୍ଧି ଲାଭ କରିଛି । ବିଶ୍ବ ଐତିହ୍ୟ ଗ୍ରାମର ମାନ୍ୟତା ମଧ୍ୟ ପାଇଛି । କଳା ହିଁ ଏହି ଗାଁର ଲୋକମାନଙ୍କର ଜୀବିକାର ମୁଖ୍ୟ ଆଧାର । କରୋନା ସମୟରେ ଏହି ଗାଁର ଲୋକମାନଙ୍କୁ ସାହାଯ୍ୟ ଯୋଗାଇବା ପାଇଁ ସରକାରଙ୍କ ତରଫରୁ ଆରମ୍ଭ ହୋଇଥିଲା ଏକ ଅନନ୍ୟ ଉଦ୍ୟମ । ୮ ଜୁନରୁ ୧୬ ଜୁନ ପର୍ଯ୍ୟନ୍ତ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ଓଡିଶା ଲଳିତକଳା ଏକାଡେମୀ ପକ୍ଷରୁ ଆରମ୍ଭ ହୋଇଥିଲା ପାରମ୍ପରିକ ଭିତ୍ତିଚିତ୍ର ଶିବିର ସପ୍ତରଙ୍ଗ ।

ଐତିହ୍ୟ ଗ୍ରାମ ରଘୁରାଜପୁରରେ ଅନୁଷ୍ଠିତ ସପ୍ତରଙ୍ଗ ଉଦଯାପିତ, ପ୍ରତି ପରିବାରକୁ ମିଳିଲା 10 ହଜା

ଗାଁର ୧୫୦ ପରିବାର ଏଥିରେ ଭାଗ ନେଇଥିଲେ । ପ୍ରତ୍ୟେକ ସେମାନଙ୍କ ଘର କାନ୍ଥରେ ୫୦ ବର୍ଗ ଫୁଟ ଅଞ୍ଚଳରେ ଏହି ପାରମ୍ପରିକ ଚିତ୍ର ଅଙ୍କନ କରିଥିଲେ । ଏଥିପାଇଁ ସେମାନଙ୍କ କଳାକୃତୀକୁ ସ୍ବୀକୃତି ସ୍ବରୂପ ପ୍ରତି ପରିବାରକୁ ୧୦ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯାଇଛି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପରେ ଓଡିଶାର କଳା ହିଁ ତାର ଅନ୍ୟତମ ପରିଚୟ । ଏହାର ସୁରକ୍ଷା ଓ ବିକାଶ ପାଇଁ ସରକାର ସବୁବେଳେ କାମ କରୁଛନ୍ତି । ଆଗକୁ ମଧ୍ୟ କାମ କରିଚାଲିବେ । ରଘୁରାଜପୁରରେ ଆୟୋଜିତ ଏହି ସପ୍ତରଙ୍ଗ ଭିତ୍ତିଚିତ୍ର କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଡକୁମେଣ୍ଟେସନ କରାଯାଇଥିବା ଜାଣି ମୁଖ୍ୟମନ୍ତ୍ରୀ ଆନନ୍ଦ ପ୍ରକାଶ କରିଛନ୍ତି ।

ସାରା ବିଶ୍ବରେ ଆମ କଳାର ପ୍ରସାର ଦିଗରେ ସହାୟକ ହେବା ସଙ୍ଗେ ସଙ୍ଗେ ଭବିଷ୍ୟତରେ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି । ଜୁମ ମାଧ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଓ ବିଭାଗୀୟ ସଚିବ ବିଷ୍ଣୁପଦ ସେଠୀ, ଓଡିଶା ଲଳିତକଳା ଏକାଡେମୀର ସଭାପତି ଡଃ ସୁଦର୍ଶନ ପଟ୍ଟନାୟକ, ସଂସ୍କୃତି ନିର୍ଦ୍ଦେଶକ ରଞ୍ଜନ ଦାସ, ପୁରୀ ଜିଲ୍ଲାପାଳ ଏବଂ ରଘୁରାଜପୁର ଗ୍ରାମ୍ୟ କମିଟିର ସଭାପତି ଲିଙ୍ଗରାଜ ସୁବୁଦ୍ଧି ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.