ETV Bharat / state

ରଥଯାତ୍ରା ପ୍ରସ୍ତୁତି: ସେବାୟତଙ୍କୁ ସାନିଟାଇଜର ଓ ମାସ୍କ ବଣ୍ଟନ

author img

By

Published : Jun 30, 2021, 4:18 PM IST

ଆଉ କିଛି ଦିନ ପରେ ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା । ଏଣୁ ସଂକ୍ରମଣରୁ ସେବାୟତଙ୍କୁ ସୁରକ୍ଷିତ ରଖିବାକୁ ପ୍ରତ୍ୟେକ ସେବାୟତ ପରିବାରଙ୍କୁ ମାସ୍କ ଓ ସାନିଟାଇଜର ବଣ୍ଟନ କଲା ଶ୍ରୀମନ୍ଦିର ପ୍ରଶାସନ । ଅଧିକ ପଢନ୍ତୁ...

ରଥଯାତ୍ରା ପ୍ରସ୍ତୁତି: ସେବାୟତଙ୍କୁ ସାନିଟାଇଜର ଓ ମାସ୍କ ବଣ୍ଟନ
ରଥଯାତ୍ରା ପ୍ରସ୍ତୁତି: ସେବାୟତଙ୍କୁ ସାନିଟାଇଜର ଓ ମାସ୍କ ବଣ୍ଟନ

ପୁରୀ: କୋଭିଡ ସଂକ୍ରମଣରୁ କିପରି ସେବାୟତମାନେ ସୁରକ୍ଷିତ ରହିପାରିବେ ସେନେଇ ଶ୍ରୀମନ୍ଦିର ପ୍ରଶାସନ ଉଦ୍ୟମ ଜାରି ରଖିଛି । ଆଗକୁ ମହାପ୍ରଭୁଙ୍କ ଘୋଷଯାତ୍ରା ଥିବାବେଳେ ଏଥିରେ ସାମିଲ ହେବାକୁ ଥିବା ସେବାୟତଙ୍କୁ ଶ୍ରୀମନ୍ଦିର ପ୍ରଶାସନ ମାଗଣାରେ ସାନିଟାଇଜର ଓ N95 ମାସ୍କ ଯୋଗାଇ ଦେଇଛି । ପ୍ରଥମେ ଦଇତାପତି ସେବାୟତଙ୍କୁ ମାସ୍କ ଓ ସାନିଟାଇଜର ବଣ୍ଟନ କରାଯାଇଥିବାବେଳେ ଏବେ ଅନ୍ୟ ନିଯୋଗ ସେବାୟତଙ୍କୁ ଏହି ସାମଗ୍ରୀ ବଣ୍ଟନ କାର୍ଯ୍ୟ ଆରମ୍ଭ ହୋଇଛି ।

ପ୍ରତ୍ୟେକ ସେବାୟତ ପରିବାରକୁ 2 ଲିଟର ଲେଖାଏଁ ସାନିଟାଇଜର ପ୍ରଦାନ କରାଯାଉଛି । ପାରାଦ୍ବୀପ ଫସପେଟ୍ ଲିମିଟେଡ ପକ୍ଷରୁ ଏହି ସାନିଟାଇଜର ଓ ମାସ୍କ ପ୍ରଶାସନକୁ ଯୋଗାଇ ଦିଆଯାଇଛି । ଆଗାମୀ ଦିନରେ ମଧ୍ୟ ଆବଶ୍ୟକ ହେଲେ କମ୍ପାନୀ ପକ୍ଷରୁ ଅଧିକ ସାନିଟାଇଜର ଓ ମାସ୍କ ଯୋଗାଇ ଦିଆଯିବ ବୋଲି ପିପିଏଲ ଅଧିକାରୀ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.